Home ଜିଲ୍ଲା ପରିକ୍ରମା ମାଲକାନଗିରି ସହରରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ

ମାଲକାନଗିରି ସହରରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କଲେ ସ୍ନେକ ହେଲ୍ପ ଲାଇନ

285

ମାଲକାନଗିରି, ୧୭ା୯(ଓଡିଆ ପୁଅ )ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ପରଜାଗୁଡା ଗ୍ରମର ଜଣେବ୍ୟକ୍ତିଙ୍କ ଘରୁ ଏକ ୧୦ ଫୁଟ ଲମ୍ବର ଅଜଗର ସାପକୁ ସ୍ନେକ ହେଲ୍ପଲାଇନ ଉଦ୍ଧାର କରି ଜଙ୍ଗଲରେ ଛାଡିଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ ବର୍ଷା ହେଉଥିବାରୁ ବୁଧବାର ରାତ୍ରରେ ନିକଟସ୍ଥ ଜଙ୍ଗଲରୁ ଏକ ୧୦ଫୁଟ ଲମ୍ବର ଅଜଗର ସାପ ଖାଦ୍ୟ ଅନ୍ୱେଷଣରେ ଆସି ପରଜାଗୁଡା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘର ଭିତରକୁ ପସି ଯାଇଥିଲା । ସାପଟିକୁ ଦେଖି ପରିବାର ଲୋକମାନେ ଚିିତ୍କାର କରି ଭୟରେ ଧାଁ ଦୌଡ କରିଥିଲେ । ଗ୍ରାମର ଜଣେ ଯୁବକ ସ୍ନେକହେଲ୍ପ ଲାଇନକୁ ଫୋନ କରିବାରୁ ସ୍ନେକହେଲ୍ପ ଲାଇଅନର ସଦସ୍ୟ ସ୍ନେହାଶିଷ ନାୟକ ଓ ତାଙ୍କ ଟିମ ଘଟଣାସ୍ଥଳରେ ପହଁଚି ଅଜଗର ସାପଟିକୁ ଘରୁ ଉଦ୍ଧାରକରଥିଲେ । ଆଜି ସକାଳେ ବନବିଭାଗ କର୍ମଚାରୀ ଙ୍କ ସହାୟତାରେ ନିକଟସ୍ଥ ଗୋଇ ପର୍ବତ ରେ ଉଦ୍ଧାର ସାପଟିକୁ ଛାଡିଦିଆ ଯାଇଛି ,

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.