Home ଜିଲ୍ଲା ପରିକ୍ରମା ଜିଲ୍ଲାରେ କରୋନା ସ୍ଥିତି ବଦଳୁଛି ,୨୯୩୫ ଆକ୍ରାନ୍ତ ଙ୍କ ମଧ୍ୟରୁ ସୁସ୍ଥହେଲେଣି୨୫୯୬ ଜଣ

ଜିଲ୍ଲାରେ କରୋନା ସ୍ଥିତି ବଦଳୁଛି ,୨୯୩୫ ଆକ୍ରାନ୍ତ ଙ୍କ ମଧ୍ୟରୁ ସୁସ୍ଥହେଲେଣି୨୫୯୬ ଜଣ

160

ମାଲକାନଗିରି,୧୭ା୯(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ କରୋନା ସ୍ଥତି ବଦଳି ସଂକ୍ରମଣଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୯୩୫ ଥିବା ବେଳେ ଇତି ମଧ୍ୟରେ ସୁସ୍ଥହେଲେଣି ୨୫୯୬ଜଣ । ଆଜି ଗୋଟିଏ ଦିନରେ ଜଣେ କରୋନା ଯୋଦ୍ଧାଙ୍କ ସହ ୨୮ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଚିହ୍ନଟଙ୍କ ମଧ୍ୟରୁ ୪ଜଣ ପୁବ ର୍ ସଂକ୍ରମଣ ଙ୍କ ସଂସ୍ପର୍ଷରେ ଆସିଥିବା ବେଳେ ୨୦ ଜଣଙ୍କର ରୋଗର ଲକ୍ଷଣ ଥିଲା,୪ଜଣ ହାଉସ ସର୍ଭେରୁ ଚିହ୍ନଟ ହୋଇଛନ୍ତିି । ନୂଆ ଚିହ୍ନଟ ଙ୍କ ମଧ୍ୟରେ ମାଲକାନଗିରି ପୌରପରିଷଦ ଅଚଂଳରୁ ୧୦ ଜଣ,ବାଲିମେଳା ଏନଏସି ଅଚଂଳରୁ ୬ଜଣ ,ମାଥିଲି ବ୍ଲକ ଅଚଂଳରୁ୩ ଜଣ ,ମାଲକାନଗିରି ବ୍ଲକଅଚଂଳରୁ ୨ଜଣ ,କୋରକୁଣ୍ଡା ବ୍ଲକ ଅଚଂଳରୁ୩ ଜଣ,କାଲିମେଳା ବ୍ଲକ ଅଚଂଳରୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିସାଇ ମାଲକାନଗିରି ଜିଲ୍ଲାରେ ଗୁରୁବାର ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୩୫ଜଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫୯୬ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି । ଅନ୍ୟ ୩୩୧ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା ଜାରି ରହିଛି ,ଏ ପପର୍ଯ୍ୟନ୍ତ ଜିଲ୍ଲାରେ ୮ ଜଣଙ୍କର ମୃତ୍ୟୁ ଘଟିଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୮ଜଣ କରୋନା ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି । କରୋନା ସଂକ୍ରମଣ ଙ୍କୁ ଚିହ୍ନଟ ଓ ସୁରକ୍ଷିତ ରହିବା ପାଇଁ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲକ୍ଷଣର ବିବରଣୀ ସଂଗ୍ରହ କରିବା ସହ ଜନସଚେତନତା ବାର୍ତାଦେଉଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.