Home ଓଡ଼ିଶା ବିପଦ ସଂଙ୍କୁଳ ଅବସ୍ଥାରେ ଅବହେଳିତ ଆର୍ ଆଇ ଅଫିସ୍‌

ବିପଦ ସଂଙ୍କୁଳ ଅବସ୍ଥାରେ ଅବହେଳିତ ଆର୍ ଆଇ ଅଫିସ୍‌

77

ଓଡିଆ ପୁଅ(ଦେବୀ ପ୍ରସାଦ ଆଚାର୍ଯ୍ୟ)୧୭/୯-ନୟାଗଡ ଜିଲ୍ଲ୍‌ା ରଣପୁର ତହସିଲ ଅଧିନରେ ନଅ ଗୋଟି ଆର୍ ଆଇ ସର୍କଲ ରହିଅଛି । ସେ ମଧ୍ୟରୁ ମୁଖ୍ୟ ଆର୍ ଆଇ ସର୍କଲ ହେଉଛି ରଣପୁର ସଦର ଆର୍ ଆଇ ସର୍କଲ । ପ୍ରଶାସନର ଦୃଷ୍ଟି ଆଢୁଆଳରେ ରଣପୁର ସଦର ଆର୍ ଆଇ ସର୍କଲଟି ରହିଥିବା ଜଣାପଡିଛି । ଦିର୍ଘ ଦିନର ପରୁଣା ଆଜ୍‌ବେଷ୍ଟ୍‌ସ୍ ଛପର ଘରେ ଅଫିସ୍ ଚାଲୁଅଛି । ଅଫିସ୍ ର ଚଟାଣ ସନ୍ତସନ୍ତିଆ ରହିବା ଯୋଗୁ  ଉଇ ହୁଙ୍କାମାନ ଦେଖିବାକୁ ମିଳୁଛି । ସରକାର ସବୁ ଆର୍ ଆଇ ଅଫିସ୍‌କୁ କମ୍ପ୍ୟୁଟରୀ କରଣ କରିବା ନିଷ୍ପତି ନେଇ ଅଫିସ୍‌କୁ କମ୍ପ୍ୟୁଟର ଯୋଗାଇଛନ୍ତି ।

ରଣପୁର ସଦର ଆର୍ ଆଇ ଅଫିସ୍‌କୁ ମଧ୍ୟ ଏକ କମ୍ପ୍ୟୁଟର ଏକ ବର୍ଷ ହେଲା ଦେଇଛନ୍ତି । କିନ୍ତୁ ଆର୍ ଆଇ ଅଫିସ୍‌କୁ ଏ ପର୍ଯ୍ୟନ୍ତ ବିଦ୍ୟୁତ୍ ଲାଇନ୍ ସଂଯୋଗ ହୋଇନାହିଁ । ତେଣୁ କମ୍ପ୍ୟୁଟରଟି କାଗଜ ପେଟି ଭିତରେ ବନ୍ଧା ହୋଇ ରହିଅଛି । ଆର୍ ଆଇ ଅଫିସ୍‌ରେ ବିଦ୍ୟୁତ୍ ସଂଯୋଗ ନଥିଲା ବେଳେ ନେଟ୍ ୱାର୍କ କଥା ପଚାରେ କିଏ ? ଏ ସଂପର୍କେ ରଣପୁର ସଦର ଆର୍ ଆଇ ପଂଚାନନ ସାହୁଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି କମ୍ପ୍ୟୁଟର ଥିଲେ ମଧ୍ୟ ବିଦ୍ୟୁତ୍ ସଂଯୋଗ ନଥିବାରୁ  କାର୍ଯ୍ୟ କରିବାରେ ଅସୁବିଧା ହେଉଅଛି । ଦିନଯାକର ଯାହା କାମ ସେ କାମକୁ ଘରକୁ ନେଇଯିବା ପରେ ରାତିରେ ଘରେ ବସି ବ୍ୟକ୍ତିଗତ କମ୍ପ୍ୟୁଟରରେ କାର୍ଯ୍ୟ କରିବାକୁ ପଡୁଛି । ଯାହା ଫଳରେ ଜନସାଧାରଣଙ୍କୁ ସେବା ପ୍ରଦାନରେ ବିଳମ୍ବ ଘଟୁଅଛି । ଅଫିସ୍ କାର୍ଯ୍ୟାଳୟକୁ ବିଦ୍ୟୁତ୍ ସଂଯୋଗ ନିହାତି ଆବଶ୍ୟକ ହେଉଅଛି । ପ୍ରକୃତ ପକ୍ଷେ ଏହି ପୁରାତନ ଅଫିସ୍ କାର୍ଯ୍ୟାଳୟ ଗୃହ ଏପରି ବିପଦସଂଙ୍କୁଳ ଅବସ୍ଥାରେ ରହିଅଛି ଯେ କେତେବେଳେ ଭୁଷୁଡି ପଡିବ ଯାହାଦ୍ୱାରା କି ଧନଜିବନ ହାନି ହେବାର ଭୟ ରହିଅଛି । ଅଫିସ୍ କାର୍ଯ୍ୟାଳୟ ଭିତରେ ଉଇ ହୁଙ୍କା ମାଡିଯାଉଥିବାରୁ ଅଫିସ୍ କାଗଜ ପତ୍ର ମଧ୍ୟ ସୁରକ୍ଷିତ ନୁହେଁ । ଜିଲ୍ଲ୍‌ା ପ୍ରଶାସନ ଏଥପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.