Home ଜିଲ୍ଲା ପରିକ୍ରମା ମାଲକାନଗିରି ସହରକୁ ବାହ୍ୟଶୌଚ ମୁକ୍ତ ଘୋଷଣା

ମାଲକାନଗିରି ସହରକୁ ବାହ୍ୟଶୌଚ ମୁକ୍ତ ଘୋଷଣା

275

ମାଲକାନଗିରି,୯ା୧(ଓଡିଆ ପୁଅ  ) ମାଲକାନଗିରି ଜିଲ୍ଲାସଦର ମହକୁମାକୁ ବାହ୍ୟ ଶୌଚମୁକ୍ତ ସହର ଭାବେ ଆଜି ଘୋଷଣା କରାଯାଇଛି । ଆଜି ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟ ଠାରେ ପୌରପରିଷଦ ନିର୍ବାହି ଅଧିକାରୀ ଏମ.ନୀଳକଣ୍ଠ ନାଇଡୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସାଧାରଣ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ମାନସ ମାଡକାମି,ସମ୍ମାନିତ ଅତିଥି ଭାବେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଡିଆରଡିଏ ପିଡି ଲିଙ୍ଗରାଜ ପଣ୍ଡା,ପୁର୍ବତନ ପୌରପରିଷଦ ଅଧ୍ୟକ୍ଷା ରାଜଓନ୍ତକୌର ଯୋଗଦେଇ ମାଲକାନଗିରି ସହରକୁ ପ୍ରଥମେ ବାହ୍ୟଶୌଚ ମୁକ୍ତ କରାଯାଇ ପରେ ପୌରପରିଷଦର ସମସ୍ତ ଓ୍ୟାର୍ଡ କୁ ବାହ୍ୟଶୌଚ ମୁକ୍ତ କରାଯିବ ବୋଲି କହିଥିଲେ । ଏହି ଅବସରରେ ବିଜୁ ଯୁବବାହିନୀ,ମାହେଶ୍ୱରୀ ଯୁବାସଂଘ,ଟିମ ଉଇକ୍ୟାନ ସଂସ୍ଥାକୁ ବାହ୍ୟଶୌ÷÷ଚମୁକ୍ତ ରେ ଜନସଚେତନତା ପାଇଁ ମଚାଂଶିନ ଅତିଥି ମାନେ ମାନପତ୍ର ଦେଇ ପୁରସ୍କୃତ କରିଥିଲେ ।  ଏହି ଅବସରରେ ମଚାଂଶିନ ଅତିଥି ମାନଙ୍କ ସହିତ ସଭାସ୍ଥଳରେ ଉପସ୍ଥିତ ସମସ୍ତ ଜନସାଧରଣ ପୌରପରିଷଦ ସହ ସମଗ୍ର ଜିଲ୍ଲାକୁ ବାହ୍ୟଶୌଚ ମୁକ୍ତ କରିବା ପାଇଁ ସପଥ ପାଠ କରିଥିଲେ ।ପୌରପରିଷଦ ସହକାରି ନିର୍ବାହି ଯନ୍ତ୍ରୀ ରବିନ୍ଦ୍ର ନାଥ ଦାଶ,ସ୍ୱଚ୍ଛଭାରତ ଅଭିଯାନର କନିଷ୍ଟ ଯନ୍ତ୍ରୀ ଲିଙ୍ଗରାଜପାଳ ଙ୍କ ସହ ଅନ୍ୟାନ ପୌରକର୍ମଚାରି ମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଜିଲ୍ଲା ବିଜୁ ଯୁବବାହିନୀର ସଂଯୋଜକ ବିନାଶ କୁମାର ମିଶ୍ର ମଚଂ ପରିଚାଳନା କରିଥିଲେ । ସକାଳେ ପୌରପରିଷଦ କାର୍ଯ୍ୟାଳୟ ଠାରେ  ଖୋଲା ଶୌଚମୁକ୍ତ ଓ୍ୟାର୍ଡ ଘୋଷଣା ପରିପ୍ରେକ୍ଷୀ ରେ ବିରାଟ ସୋଭାଯାତ୍ରା କୁ ଜିଲ୍ଲାପାଳ ଶ୍ରୀ ଅଗ୍ରଓ୍ୟାଲ ଉଦଘାଟନ କରିବା ପରେ ଏହି ସୋଭାଯାତ୍ରା ସହରପରିକ୍ରମା  କରି ଜନସଚେତନାତା ର ବାର୍ତା ଦେଇଥିଲା  ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.