Home ଓଡ଼ିଶା ମାଲକାନଗିରି ସଲମନଖାନ ଫ୍ୟାନ କ୍ଲବ ପକ୍ଷରୁ ୩୦ଜଣ ଗରିବ ଆଦିବାସୀ ପିଲାଙ୍କୁ ମାଗଣାରେ ଦବଙ୍ଗ୩ ସିନେମା...

ମାଲକାନଗିରି ସଲମନଖାନ ଫ୍ୟାନ କ୍ଲବ ପକ୍ଷରୁ ୩୦ଜଣ ଗରିବ ଆଦିବାସୀ ପିଲାଙ୍କୁ ମାଗଣାରେ ଦବଙ୍ଗ୩ ସିନେମା ଦେଖାଇଲେ

251

ମାଲକାନଗିରି,୨୩ା୧୨ (ଓଡିଆ ପୁଅ )  ଏବେ ସମଗ୍ର ଦେଶ ଓ ରାଜ୍ୟରେ ସଲମନ ଖାନଙ୍କ ଦବଙ୍ଗ୩ ସିନେମା ବିଭିନ୍ନ ପ୍ରେକ୍ଷାଳୟରେ ପ୍ରଦର୍ଶନ ହେଉଛି । ସଲମନ ଖାନ ଫ୍ୟାନ କ୍ଲବ ଗଠନ କରିଥିବା ମାଲକାନଗିରି ସହରର କିଛି ଯୁବଗୋଷ୍ଠି  ଙ୍କ ନିକଟୁ ସଲମନ ଖାନ ଟୁଇଟ କରି ଜଣାଇଥିଲେ, ମୋତେ ଫ୍ୟାନ କହୁଥିବା ଯୁବକମାନେ ଯଦି ସିନେମା ଦେଖିପାରୁନଥିବା ଗରିବ ପିଲାଙ୍କୁ ସିନେମା ଗୃହକୁ ନେଇ ସେମାନଙ୍କ ପାଇଁ ଟିକେଟ କାଟି ସେମାନଙ୍କୁ ମାଗଣାରେ ସିନେମା ଦେଖାଇ ପାରିଲେ ସେମାନେ ହିଁ ମୋର ପ୍ରକୃତ ଫ୍ୟାନ ଭାବେ ମୁ ଗ୍ରହଣ କରିବି ବୋଲି ମେସଜ ଆସିଥିଲା । ମାଲକାନଗିରି ଆଓମା ରେ ରହି ତାଲିମ ନେଉଥିବା  ୩୦ଜଣ ଗରିବ ଆଦିବାସୀ ପିଲାଙ୍କୁ ସଲମନ ଖାନ ଫ୍ୟାନ କ୍ଲବର ଅମ୍ରିତ ସାହୁ,ଶେଖର ନାୟକ,ବିନାଶ ମିଶ୍ର,ସିଧାର୍ଥ ବେହେରା,ନରେଶ କୁମାର,ରାଜ ମନହାନ୍ତି,ସଜିଂବ ଆଚାର୍ଯ୍ୟ, ମନୋଜକୁମାର, ଦିନେଶ ଛତ୍ରୀ,କୁନା ପୁଜାରୀ,ତାମା ମାଡକାମି,ସରୋଜ ମହାରଣା,ଆଶୋକ ରାଓ,ବରୁଣଡୁରୁକା,ମନୋଜନାୟକ,ସ୍ମୁତିରଜଂନ ପ୍ରମୁଖ ଅଲଓଡିଶା ମାର୍ଶଲ ଆର୍ଟ ଏକାଡେମୀରେ ପହଁଚି ସେଠାରେ ରହି ପାଠପଢି ତାଲିମ ନେଉଥିବା ୩୦ଜଣ ଗରିବ ପିଲାଙ୍କୁ ଗାଡିରେ ମାଲକାନଗିରି ଠାରେ ନୂତନ ଭାବେ ଖୋଲାଯାଇ ଥିବା ଶିତତାପ ନିୟନ୍ତ୍ରୀତ ଜେ ମାକ୍ସ ସିନେମା ହଲକୁ ନେଇ ସଲମନଖାନର ଦବଙ୍ଗ୩ ଫିଲ୍ମି  ସେମାନଙ୍କୁ ଦେଖାଇଥିଲେ । ସିନେମା ହଲ ନିକଟରେ ଦବଙ୍ଗ ପୋଷ୍ଟର ରେ ମାଳପକାଇ  ସମସ୍ତ ପିଲାମାନେ ଖୁସି ହୋଇ ସେଠାରେ ଫଟୋ ଉଠାଇଥିଲେ । ମାଲାକନଗିରି ଜିଲ୍ଲାରେ ିନେମା ହଲ ନଥିବାରୁ ଏହି ପିଲାମାନେ ସିନେମା ହଲରେ ବସି ସିନେମା ଦେଖିବାରୁ ବଚିଂତ ଥିଲେ ।ପ୍ରଥମ ଥରକରି ଶୀତତାପ ନିୟନ୍ତ୍ରୀତ ସିନେମା ହଲରେ ବସି ସିନେମା ଦେଖିବାର ମଜାଉଠାଇ ସଲମନ ଖାନ କ୍ଲବର ଯୁବଗୋଷ୍ଠିଙ୍କୁ ଧନ୍ୟବାଦ ଜଣାଇଥିଲେ ଏହି ପିଲାମାନେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.