Home ଜିଲ୍ଲା ପରିକ୍ରମା ମାଲକାନଗିରି ର ବିଭିନ୍ନ ଶୈବପୀଠରେ ମହା ଶିବରାତ୍ରି ପାଳିତ

ମାଲକାନଗିରି ର ବିଭିନ୍ନ ଶୈବପୀଠରେ ମହା ଶିବରାତ୍ରି ପାଳିତ

129

ମାଲକାନଗିରି,୨୧ା୨ (ଓଡିଆ ପୁଅ ) ସମଗ୍ର ମାଲକାନଗିରି ଜିଲ୍ଲାରେ ପବିତ୍ର ମହାଶିବରାତ୍ରି ବିଭିନ୍ନ ଶୈବପୀଠଗୁଡିକରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ବିଶେଷକରି ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରୁ ଦୁଇ କ.ିମି ଦୂରରେ ଥିବା ମାଲ୍ୟବନ୍ତ ପବ ର୍ତ ଶିଖରେ ଖୋଲା ଆକାଶତଳେ ରହିଛି ୫ଫୁଟ ଉଚ୍ଚତା ବିଶିଷ୍ଟ ପଥର ର ଶିବଲିଙ୍ଗ କେଉଁ ଆବାହନକାଳରୁ ପୂଜାପାଇ ଆସୁଛନ୍ତି ମଲ୍ଲିକେଶ୍ୱର ଦେବ ନାମରେ ।ପ୍ରତି ବର୍ଷ ଶିବଲିଙ୍ଗ ବୃଦ୍ଧିପାଉଥିବାରୁ ଲୋକମାନେ କୁହନ୍ତି ।ଏହାକୁ ମାଲକାନଗିରିର ଦ୍ୱିତୀୟ କପିଳାଶ ନାମରେ ମଧ୍ୟ ଆଖ୍ୟା ଦିଆ ଯାଇଛି ।ଜିଲ୍ଲାପ୍ରଶାନ ପକ୍ଷରୁ ଏହିପିଠରେ ଉନ୍ନତି କରା ଯାଇଛି । ସମୁଦ୍ର ପତନଠାରୁ ୯୦୦ମିଟର ଉଚ୍ଚରେ ଅଇବସ୍ଥିତ ତିଖ ପାହଡ ଠାକୁରଙ୍କ ପିଠକୁ ଗମନାଗମନ ପାଇଁ ପାହଡ ଉପରେ ପାହଚନିର୍ମଣ ସହ ଶୈବପିଠର ଅନ୍ୟାନ ଉନ୍ନତି ମୁଳକ କାର୍ଯ୍ୟକରା ଯାଇଛି ।ଏହି ମଲ୍ଲିକେଶ୍ୱର ପିଠରେ ଆଜି ଭୋର ୪ଟାରୁ ଶିବରାତ୍ର ପୂଜା ଅରମ୍ଭ ହୋଇ ଯାଇଛି ।ପ୍ରଥମେ ଗାଁ ପୁଜାରୀ ଜଳାଭିଷେକ କରିବାପରେ ଭକ୍ତମାନଙ୍କ ଭିଡ ଲାଗି ଯାଇଥିଲା । ପବ ର୍ତା ରୋହଣକରି ଏହିପିଠକୁ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ,ତହସିଲଦାର ଗୁମନିଧିନାୟକ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା,ଜିଲ୍ଲାସ୍ତରୀୟ ଅଧିକରୀ ମାନଙ୍କ ସହିତ ଶହସ୍ରାଧିକ ଭକ୍ତ ଯାଇ ଠାକୁର ଦର୍ଶନକରି ଜଳାଭିଷେକ କରିଥିଲେ । ମଲ୍ଲିକେଶ୍ୱର ଶୈବପିଠ ରେ ପ୍ରାୟ୨୦ହଜାରରୁ ଉର୍ଧ ଭକ୍ତଙ୍କ ସମାଗମ ହେଇଥିଲା,ଜାଗର ଭିଡକୁ ଲକ୍ଷ୍ୟକରି ପ୍ରଶାନ ଓ ସ୍ଥାନିୟ ଦୁର୍ଗାଗୁଡିସାହି ର ଯୁବକସଂଘ ପକ୍ଷରୁ ବ୍ୟାପକ ବ୍ୟବସ୍ଥାକରା ଯାଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳାର ବ୍ୟବସ୍ଥା ହୋଇଥିଲା ।ମଲ୍ଲିକେଶ୍ୱର ପିଠରେ ଭୋର ୪ଟା ଠାରୁ ପୁଜା ଆରମ୍ଭ ହୋଇ ଦିନ ଗୋଟାଏରେ ମହାବେଶ ଓ ରାତ୍ର ୧୦ଟାରେ ମହାଦୀପ ଉଠିବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାସ୍ୱାସ୍ଥ୍ୟବିଭାଗ ଦ୍ୱାରା ମାଗଣା ସ୍ୱାସ୍ଥ୍ୟସେବା ଶିବିର ର ଆୟୋଜନ ହୋଇଥିଲା । ତଳସାହି, ଦିର୍ଗାଗୁଡିସାହି, ଫ୍ରେଣ୍ଡସ୍‌କ୍ଲବ,ରଷ୍ଟ୍ରୀୟ ସ୍ୱଂୟସହାୟକ ସଂସ୍ଥା,ବ୍ରହ୍ମକୁମାରି ସଂସ୍ଥା,ପୁଜାକମିଟି ପକ୍ଷରୁ ଭକ୍ତମାନଙ୍କ ପାଇ ପାନିୟଜଳ, ଦହିପଣା ସାଙ୍ଗକୁ ଅର୍ନପ୍ରସାଦର ବ୍ୟବସ୍ଥା କରିଥିଲେ ।ଏଠାରେ ଦୁଇଦିନଧରି ଜାଗର ଯାତ୍ରା ପାଳିତ ହେଉଛି । ପ୍ରତ୍ୟକ ରାତ୍ରରେ ଦେଶିଆ ନାଟକ ପରିବେଷଣକରା ଯାଇଥିଲା । ଠିକ ସେହିପରି ଛତିଶଗଡ ସିମାନ୍ତ ପଦ୍ମଗିରି ପଚାଂୟତ ନିକଟ ଯଦୁଗୁଡା ରେ ଥିବା ପୁରାଣ ପ୍ରସିଦ୍ଧ ଯଦୁପାହଡଗୁମ୍ଫା ମଧ୍ୟରେ ଥିବା ଶୈବପୀଠରେ ଆଦିବାସି ସଂସ୍କୃତି ଅନୁଯାଇ ଜାଗର ଯାତ୍ରା ପୁଜାପାଠକରା ଯାଇଛି ।ଏହିପିଠ କୁ ବନବିଭାଗ ପକ୍ଷରୁ ପ୍ରାକୃିତକ ସବୁଜଉଦ୍ୟାନର ମାନ୍ୟତା ଦିଆ ଯାଇ ,ଔଷଧିୟ ଉଦ୍ୟାନ, ଶିଶୁ ଉଦ୍ୟାନ,ବିଭିନ୍ନ ବନ୍ୟ ଜନ୍ତୁ ଓ ପଶୁ ପକ୍ଷୀଙ୍କ ପ୍ରତି ମୁର୍ତି,ଜଳାଶୟ ଓ ବିଭିନ୍ନକାର୍ଯ୍ୟକ୍ରମ କରାଯାଇଥିବାରୁ ଛତିଶଗଡ ରାଜ୍ୟ ତଥା ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଚଂଳରୁ ପ୍ରାୟ ୩୦ହଜାରରୁ ଉର୍ଧ ଭକ୍ତଙ୍କ ସମାଗମ ହୋଇଛି ।ସୁଉଚ୍ଚ ପୋଡା ଜଉପାହଡ ନିକଟରେ କୁଳୁକୁଳୁ ନାଦରେ ବୋହି ଯାଉଥିବା ଚିରସ୍ରୋତା ଝରଣା ବନାନିର ମନୋରମଦୃଶ୍ୟ ଭକ୍ତ ମନାଙ୍କ ମନମୋହିଥିଲା ,ଏଠାରେ ତିନିଦିନଧରି ଶିବରାତ୍ର ଯାତ୍ରାପାଳନ ହୁଏ, ରାତ୍ର ତମାମ ଦେଶିଆନାଟ ସାଙ୍ଗକୁ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।ଠିକ ସେହିପରି ସିଆଡିମାଳ ଗ୍ରାମର ଆଦିବାସୀ ଯୁବକ ଭିମାମାଡକାମି ଙ୍କ ପ୍ରଚେଷ୍ଠାରେ ଗାଁ ମୁଣ୍ଡରେ ସ୍ଥାପିତ ଶ୍ରୀ ଶ୍ରୀ କପିଳାଶ ମନ୍ଦିର ରେ ଆଦିବାସୀ ପରମ୍ପରା ଅନୁସାରେ ମହାଶିବରାତ୍ରୀ ଉତ୍ସବ ପାଳିତ ହୋଇ ଯାଇଛି । ଏହାବ୍ୟତିତ ସତିଗୁଡା ଜଳଭଣ୍ଡାର ନିକଟ ପାହଡଗୁମ୍ଫାରେ ଥିବ ଶୈବ ପିଠ,ସିବାନନ୍ଦଅଶ୍ରମର କାଶିବିଶ୍ୱାନାଥ,୧୧୯କଲୋନି ଓ ହାଟପଦାର ର ଆଖଣ୍ଡଳମଣୀ,ରିକ୍ଲାମେଶନ କଲୋନିର ଶୈବପିଠ,ତଳସାହି, ଦୁର୍ଗାଗୁଡିସାହି ଶୈବପିଠ ସହିତ କାଲିମେଳା, ମୋଟୁ, ପଡିଆ, ପୋଟେରୁ,ଏମଭି ୭୯, କୋରକୁଣ୍ଡା, ବାଲିମେଳା, ଚିତ୍ରକୋଣ୍ଡା, ଗୁମ୍ମା, ନିଳାକେମ୍ବେରୁ, ଖଇରପୁଟ,ଗୋବିନ୍ଦପାଲି, ମାଥିଲି, ପାଣ୍ଡ୍ରିପାଣି,କତାମେଟା, ପଦ୍ମଗିରି ବିଭିନ୍ନସ୍ଥାନରେ ଥିବା ଶୈବପିଠମାନଙ୍କରେ ପବିତ୍ର ମହାଶିବରାତ୍ରୀ ଓ ଜାଗରଉତ୍ସବ ଆଡମ୍ବର ସହାକାରେ ପାଳିତ ହୋଇ ଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.