Home ଜିଲ୍ଲା ପରିକ୍ରମା ଦୁର୍ଗମ ବଣ୍ଡାଘାଟିରେ ମାଓବାଦୀଙ୍କ ପ୍ରଜାମେଳି,ଆଦିମ ବଣ୍ଡା ସଂପ୍ରଦାୟ ଭୟଭିତ

ଦୁର୍ଗମ ବଣ୍ଡାଘାଟିରେ ମାଓବାଦୀଙ୍କ ପ୍ରଜାମେଳି,ଆଦିମ ବଣ୍ଡା ସଂପ୍ରଦାୟ ଭୟଭିତ

208

ମାଲକାନଗିରି,୨୧ା୨ (ଓଡିଆ ପୁଅ )ଗତକିଛି ଦିନତଳେ ମୁଦୁଲିପଡା ବଣ୍ଡାଘାଟିରେ ପୁଲିସ ମାଓବାଦୀଙ୍କ ମଧ୍ୟରେ ଗୁଳିବନିମୟ ଘଟିଥିଲା,ପୁଲିସଙ୍କୁ ମୁକାବିଲା କରିନପାରି ମାଓବାଦୀ ଛତ୍ରଭଙ୍ଗଦେଇ ଥିବା ବେଳେ ମାଓକ୍ୟାମ୍ପରୁ ପୁଲିସ ବିପୁଳପରିମାଣର ମାଓସାମଗ୍ରୀ ଜବତ କରିଥିଲେ । ଏହି ଘଟଣାପରେ ମାଓବାଦୀମାନେ ପୁଲିସଙ୍କୁ ମୁକାବିଲା କରିବାପାଇଁ ଦୁର୍ଗମ ବଣ୍ଡାଘାଟିରେ ପ୍ରଜାମେଳି କରି ନିରିହ ସରଳ ଆଦିମ ବଣ୍ଡାସଂପ୍ରଦାୟଙ୍କୁ ମିଥ୍ୟାପ୍ରତିସୃତି ଦେଇ ସେମାନଙ୍କ ସଂଗଠନ ରେ ସାମିଲ ହେବାପାଇଁ କହୁଥିବାର ଜଣାପଡିଛି । ଏକଦା ମାଓଗଡ ଭାବେ ପରିଚିତ ଚିତ୍ରକୋଣ୍ଡା ବିଛିନ୍ନାଚଂଳ ରେ ଗୁରୁପ୍ରୀୟା ସେତୁ ହେବାପରେ ବିଭିନ୍ନ ସ୍ଥାନରେ ବିଏସଏଫ କ୍ୟାମ୍ପପ୍ରତିଷ୍ଠା ସହିତ ସ୍ୱାଭିମାନ ଅଚଂଳରେ ବିକାଶର ଧାରା ତ୍ୱରାନିତ ହୋଇଛି,ସ୍ୱାଭିମାନ ଅଚଂଳବାସୀ ସରକାରଙ୍କ ବିକାଶରେ ସାମିଲ ହୋଇ ମାଓବାଦୀଙ୍କୁ ଖୋଲମ ଖୋଲାଭାବେ ବିରୋଧ କରିବାରୁ ସ୍ୱାଭିମାନ ଅଚଂଳରେ ମାଓବାଦୀଙ୍କ ପାଇଁ ଆଶ୍ରୟ ନେବାର ବାଟବନ୍ଦ ହୋଇ ଯିବାରୁ ଦୁର୍ଗମ ବଣ୍ଡାଘାଟିରେ ଏବେ କିଛିଦିନ ହେଲା ମାଓବାଦୀ ମାନେ ଡେରା ପକାଇ ବିଭିନ୍ନ ଦୁର୍ଗମ ଅପହଁଚ ଇଲାକାରେ ପ୍ରଜାମେଳି କରି ପୁଲିସ ଓ ସରକାରଙ୍କୁ ବିରୋଧ କରି ବଣ୍ଡା ଯୁବକ ଓ ଯୁବତୀ ମାନଙ୍କୁ ସେମାନଙ୍କ ସଂଗଠନ ରେ ସାମିଲ କରିବାପାଇଁ ଉଦ୍ୟମ ଜାରିରଖିଛନ୍ତି । ହଟାତ ବଣ୍ଡା ରାଜ୍ୟରେ ମାଓବାଦୀଙ୍କ ପ୍ରବେଶ ହେବା ଦେଖି ଆଦିମ ବଣ୍ଡା ସଂପ୍ରଦାୟ ମାନେ ଭୟ ଓ ଆତଙ୍କିତ ହୋଇପଡିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.