Home ଜିଲ୍ଲା ପରିକ୍ରମା ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା ହେଲେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି

ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା ହେଲେ ମାଲକାନଗିରି ଜିଲ୍ଲା ବିଜେଡି ସଭାପତି

200

ମାଲକାନଗିରି,୨୧ା୨ (ଓଡିଆ ପୁଅ ) ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା ମାଲକାନଗିରି ଜିଲ୍ଲାସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।ଆଜି ସ୍ଥାନୀୟ ସର୍କିଟହାଉସ ଠାରେ ବିଜେଡି ଦଳପକ୍ଷରୁ ଜିଲ୍ଲା ନିର୍ବାଚନ ଅଧିକାରୀ ଆଡମା ରାବା ଙ୍କ ନିକଟରେ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା ଜିଲ୍ଲା ସଭାପତି ପଦବି ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପୁବ ର୍ତନ ବିଧାୟକ ମୁକୁନ୍ଦ ସୋଡି ପ୍ରସ୍ଥାବକ ଥିବା ବେଳେ ପ୍ରଭାକର ପ୍ରଧାନ ସମର୍ଥକ ଥିଲେ । ଦିନ ଦୁଇଟା ପର୍ଯ୍ୟନ୍ତ ଜଗିବା ପରେ ଅନ୍ୟକେହି ପ୍ରାର୍ଥିପତ୍ର ଦାଖଲ କରିନଥିବାରୁ ଦିନ୨.୩୦ମିନିଟରେ ନିର୍ବାଚନ ଅଧିକାରୀ ସବ ର୍ସମ୍ମତିକ୍ରମେ ଜିଲ୍ଲାସଭାପତି ଭାବେ ପୂଣ୍ଣ ର୍ଚନ୍ଦ୍ରବାକାଙ୍କୁ ସଭାପତି ଭାବେ ଘୋଷଣା କରିଥିଲେ । ଏହି ନିର୍ବାଚନ ସଭାରେ ମାଲକାନଗିରି ପୁବ ର୍ତନ ବିଧାୟକ ମୁକୁନ୍ଦସୋଡି,ମାଲକାନଗିରି ବ୍ଲକ ବିଜେଡି ସଭାପତି ବିଭାସୁଂ ସାମଲ,କାଲିମେଳା ବ୍ଲକ ସଭାପତି ସରତ ଚନ୍ଦ୍ର ବିଶ୍ୱାଳ,ପଡିଆ ବ୍ଲକ ସଭାପତି ସିଙ୍ଗାମାଡକାମି,ମାଥିଲି ବ୍ଲକ ସଭାପତି ବିନ୍ଦୁ ମୁଦୁଲି,ଖଇରପୁଟ ସଭାପତି ସାଧୁହନ୍ତାଳ,ଚିତ୍ରକୋଣ୍ଡା ସଭାପତି ହରି ମୋହନ ଖିଲ,କୋରକୁଣ୍ଡା ବ୍ଲକ ସଭାପତି ସତ୍ୟନାରାୟଣ ପାଣିଗ୍ରାହୀ, ବାଲିମେଳା ଏନଏସି ସଭାପତି ମଙ୍ଗଳା ପାଙ୍ଗି,ମାଲକାନଗିରି ପୌରପରିଷଦ ସଭାପତି ଡି.ନାଗା ଙ୍କ ସହିତ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.