Home ଓଡ଼ିଶା ମାଲକାନଗିରି ରେ ସର୍ବାଧିକ ୧୧୮.୮୩ % ମିଲିମିଟର ବର୍ଷା,ନଦୀ ନାଳରେ ବନ୍ୟାଜଳ,ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା...

ମାଲକାନଗିରି ରେ ସର୍ବାଧିକ ୧୧୮.୮୩ % ମିଲିମିଟର ବର୍ଷା,ନଦୀ ନାଳରେ ବନ୍ୟାଜଳ,ଜିଲ୍ଲାପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ।

156

ମାଲକାନଗିରି,୧୩ା୮ (ଓଡିଆ ପୁଅ ) ଗତ ଚାରିଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷାହେବା ଦ୍ୱାରା ନଦୀ ନାଳରେ ବର୍ଷାପାଣି ହୋଇ ବନ୍ୟାପରିସ୍ଥିତି ସୃଷ୍ଟିହୋଇ ବିଭିନ୍ନ ପୋଲଉପରେ ୩ରୁ ୪ଫୁଟ ଉଚରେ ପାଣି ପ୍ରଭାବିତ ହୋଇ ଗତ ଦୁଇଦିନ ହେଲା ଜିଲ୍ଲାବହ୍ୟଜଗତରୁ ବିଛନ୍ନ ହୋଇପଡିଛି । ୧୨ତାରିଖ ସକାଳ ୮ଟା ଠାରୁ ୧୩ତାରିଖ ସକାଳ ୮ ମଧ୍ୟରେ ୨୪ଘଟାଂ ଭିତରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ହାରାହାରି ୧୧୮.୮୩ ପ୍ରତିଶତ ମିଲିମିଟର ବର୍ଷା ହୋଇଥିବାର ଜଣାପଡିଛି,ସାତଟି ଯାକ ବ୍ଲକରେ୨୪ଘଟାଂମଧ୍ୟରେ ୮୩୧.୮ ମିଲିମିଟର ବର୍ଷାହୋଇଛି । ମାଥିଲି ବ୍ଲକରେ ସର୍ବାଧିକ ୧୮୪.୦ମିଲିମିଟର ବର୍ଷା,କାଲିମେଳା ବ୍ଲକରେ ୧୪୯.୦ମିଲିମିଟର ବର୍ଷା ହୋଇଥିବା ବେଳେ କୋରକୁଣ୍ଡା ବ୍ଲକରେ ୧୪୭.୦ ମିଲିମିଟର,ଚିତ୍ରକୋଣ୍ଡା ବ୍ଲକରେ ୯୮.୦ ମିଲିମିଟର,ଖଇରପୁଟ ବ୍ଲକରେ ୯୨.୦ ମିଲିମିଟର, ପଡିଆ ବ୍ଲକରେ ୮୬.୦ ମିଲିମିଟର ବର୍ଷା,ମାଲକାନଗିରି ବ୍ଲକରେ ୭୫.୬ ମିଲି ମିଟର ବର୍ଷା ହୋଇଥିବାର ଜିଲ୍ଲା ଜରୁରୀକାଳିନ ବିଭାଗ ସୁତ୍ରରୁ ଜଣାପଡିଛି । ଗତ ଚାରିଦିନହେଲା ଲଗାଣବର୍ଷା ହେବା ଦ୍ୱାରା ଜାତୀୟ ରାଜପଥ,ରାଜ୍ୟ ରାଜପଥ ଓ ଗାଁ ଗହଳ ରାସ୍ତା ଗୁଡିକରେ ଥିବା ନିଚାପୋଲ ଉପରେ ୩ରୁ ୪ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ବିଭିନ୍ନ ଅଚଂଳକୁ ଯୋଗା ଯୋଗ ବ୍ୟାହତ ହେବାସହ ଅନେକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରି ଶହଶହ ହେକ୍ଟର ଧାନ ଓ ପନିପରିବା ଚାଷ ନଷ୍ଟହୋଇଯାଇଛି । ଗତ ଦୁଇଦିନ ହେଲା ସମଗ୍ର ମାଲକାନଗିରି ଜିଲ୍ଲା ବାହ୍ୟଜଗତରୁ ବିଛିନ୍ନ ହୋଇ ଯାଇଛି । ଲଗାଣ ବର୍ଷା ହେଉଥିବାରୁ ଅନେକ ଗ୍ରାମରେ ବନ୍ୟାଜଳ ପ୍ରବେଶ କରିଥିବାରୁ ଜିଲ୍ଲାପ୍ରଶାସନ ପକ୍ଷରୁ କାଲିମେଳା ସେବାଶ୍ରମ,ପୋଟେରୁ ଏମଭି୪୧ ବିଦ୍ୟାଳୟ,ଗୁମୁକା ପଚାଂୟତର ଏମଭି୬୪ ହାଇସ୍କୁଲ,ଏମଭି୭୨ ହାଇସ୍କୁଲ,ଏମଭି୭୯ ସେବେରୀ ବିଦ୍ୟାପିଠ,ମୋଟୁ ବନ୍ୟାଆଶ୍ରୟସ୍ଥଳ,ବଦଲି ବନ୍ୟାଆଶ୍ରୟ ସ୍ଥଳ ଗୁଡିକରେ ବନ୍ୟାପ୍ରପିଡିତ ମାନଙ୍କୁ ଆଶ୍ରୟ ଦେବା ପାଇଁ ବ୍ୟବସ୍ଥା କରାଯାଇ ରିଲିଫ ସାମଗ୍ରୀ ର ମହମବତୀ, ଦିଆସିଲ,ଚୁଡା, ଗୁଡ,ବିସ୍କୁଟ,ସୁଖିଲାଖାଦ୍ୟ ଗଛିତ ରଖାଯାଇଛି । ସମସ୍ତ ନଦୀ ଘାଟକୁ ମଟୋର ଲଂଚ ବ୍ୟବସ୍ଥା ସହିତ ବୁଡି ଯାଇଥିବା ପୋଲ ନିକଟରେ ଅଗ୍ନିଶମବିଭାଗ ଓ ଉଡ୍ରାପଟିମ ସହିତ ପୁଲିସ କର୍ମଚାରି ମାନଙ୍କୁ ସଜାଗ ରଖାଯାଇଛି । ସାତିଟ ଯାକବ୍ଲକର ବିଡିଓ,ତହସିଲଦାର ଓ ଅନ୍ୟାନ ସରକାରି ଅଧିକାରୀ ମାନଙ୍କୁ ବନ୍ୟାପ୍ରଭାବିତ ଅଚଂଳକୁ ନିୟମିତ ଗସ୍ତକରି ବନ୍ୟାପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳ ମନିଷ ଅଗ୍ରଓ୍ୟାଲ ନିର୍ଦ୍ଦେଶ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.