Home ଓଡ଼ିଶା ପୁଲିସର ଅନୁସନ୍ଧାନୀ କୁକୁରକୁ ଗାର୍ଡଅଫ ଅନର ଦେଇ ଶ୍ରଦ୍ଧାଜଂଳୀ ଜଣାଇ ଶବସଂସ୍କାର କଲେ ପୁଲିସ

ପୁଲିସର ଅନୁସନ୍ଧାନୀ କୁକୁରକୁ ଗାର୍ଡଅଫ ଅନର ଦେଇ ଶ୍ରଦ୍ଧାଜଂଳୀ ଜଣାଇ ଶବସଂସ୍କାର କଲେ ପୁଲିସ

106

ମାଲକାନଗିରି,୧୩ା୮ (ଓଡିଆ ପୁଅ ) ଦୀର୍ଘ୫ବର୍ଷଧରି ଅନବରତ ଭାବେ ପୁଲିସ ଙ୍କୁ ସେବା ଓ ସୁରକ୍ଷା ଯୋଗାଇ ଆସୁଥିବା ସ୍ନିଫର ଡଗ (ଅନୁସନ୍ଧାନୀ କୁକୁର)ର କିଡନୀ ଜନିତ ରୋଗରେ ମୃତ୍ୟୁ ମୃତ୍ୟୁଘଟିଛି । ତାଙ୍କ ମୃତ୍ୟୁରେ ଜଣେ ସହକର୍ମୀଙ୍କୁ ହରାଇଥିବା ଦୁଃଖରେ ଭାଙ୍ଗିପଡିଛନ୍ତି ମାଲକାନଗିରି ଜିଲ୍ଲାପୁଲିସ । ଏହି କୁକୁରକୁ ଏକ ସୁସଜିତ ଶଯ୍ୟାରେ ଧଳାଚଦର ଘୋଡାଇଦେଇ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ପୁଲିସ କର୍ମଚାରୀ ମାନେ ଗାର୍ଡଅଫ ଅନର ସହ ମରଶରୀର ରେ ପୁସ୍ପଗୁଚ୍ଛ ଦେଇ ଶ୍ରଦ୍ଧାଜଂଳୀ ଜଣାଇଛନ୍ତି । ଲାବ୍ରାଡର ପ୍ରଜାତିର ପୁଲିସ ସନ୍ଧନୀକୁକୁର ବୁଡ୍ଡି ଗତ୨୦୧୫ମସିହାରେ ମାଓପ୍ରବଣ ମାଲନାକଗିରି ଜିଲ୍ଲାକୁ ଆସି ପୁଲିସ ବିଭାଗରେ ଯୋଗଦେଇଥିଲା । ନିର୍ବାଚନ ସମୟରେ ଓଡିଶାଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଯୋଗୀ ଅଦିତ୍ୟ ନାଥ,ଜାତୀୟ କେଗ୍ରଂସ ଅଧ୍ୟକ୍ଷ ରାହୁଳ ଗନ୍ଧୀ, ମୁଖ୍ୟମନ୍ତ୍ରୀ ନବୀନପଟନାୟକ ଙ୍କ ନିର୍ବାଚନି ପ୍ରଚାର ମଇଦାନକୁ ଏହି ଅନୁସନ୍ଧାନୀ କୁକୁର ବୁଡ୍ଡି ସୁରକ୍ଷା ଦେବାସହିତ ମାଲାକନଗିରି ଜିଲ୍ଲାକୁ ଗସ୍ତକରୁଥିବା ମନ୍ତ୍ରୀ ବରିଷ୍ଟ ଅଧିକାରୀ ମାନଙ୍କୁ ମଧ୍ୟସୁରକ୍ଷା ଯୋଗାଇ ଆସୁଥିଲା । ଏମିତିକି ମାଓଗଡରେ ବମ,ଲ୍ୟାଣ୍ଡମାଇନ କୁ ଠାବକରିବାରେ ସେ ପାରଙ୍ଗମଥିଲା । ବୁଡ୍ଡି ଗତ କିଛି ଦିନହେଲା କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ସ୍ଥାନୀୟ ପଶୁଚିକିତ୍ସାଳୟରେ ଚିକିତ୍ସିତ ହେଉଥିମବା ସମୟରେ ତାର ମୃତ୍ୟୁଘଟିଥିବାରୁ ଜିଲ୍ଲାପୁଲିସ ପ୍ରଶାସନ ମହଲରେ ଶୋକର ଛାୟାଖେଳିଯାଇଛି । ତାଙ୍କର ମୃତ୍ୟୁରେ ଶୋକପ୍ରକାଶ କରିବା ସହିତ ପୁଲିସ ପକ୍ଷରୁ ଗାର୍ଡଅଫ ଅନର ସହ ଶ୍ରଦ୍ଧାଜଂଳୀ ଜଣାଇ ଶୋକାକୁଳ ପରିବେଶ ମଧ୍ୟରେ ବୁଡ୍ଡିର ଶବସଂସ୍କାର କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.