Home ଓଡ଼ିଶା ଆଜି ପୁଣି ୬୪ଜଣ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧ର ପହଁଚିଲା ,୬୫୭ଜଣ ସୁସ୍ଥ

ଆଜି ପୁଣି ୬୪ଜଣ ନୂଆ ପଜିଟିଭ ଚିହ୍ନଟ,ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧ର ପହଁଚିଲା ,୬୫୭ଜଣ ସୁସ୍ଥ

135

ମାଲକାନଗିରି,୧୩ା୮( ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିପାଇବାରେ ଲାଗିଛି,ଆଜି ଜିଲ୍ଲାରେ ପୁଣି ୬୪ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଚିହ୍ନଟଙ୍କ ମଧ୍ୟରୁ ୧୯ଜଣ ପୁବ ର୍ସଂକ୍ରମଣଙ୍କ ସଂସ୍ପର୍ଷରେ ଆସିଥିବାବେଳେ ୨୧ଜଣଙ୍କର ରୋଗର ଲକ୍ଷଣଥିବା ବେଳେ ୧୮ଜଣ ହାଉସ ସର୍ଭେରୁ ଓ ଅନ୍ୟ ୬ଜଣ ହଟସ୍ପଟ ଜିଲ୍ଲାରୁ ଫେରିଥିଲେ । ଏମାନଙ୍କ ମଧ୍ୟରୁ ମାଲକାନଗିରି ପୌରପରିଷଦ ଅଚଂଳରୁ କେବଳ ୨୦ଜଣ,ବାଲିମେଳା ଏନଏସି ଅଚଂଳରୁ ୯ଜଣ,କାଲିମେଳା ବ୍ଲକ ଅଚଂଳରୁ ୧୩ଜଣ,କୋରକୁଣ୍ଡା ବ୍ଲକ ଅଚଂଳରୁ ୮ଜଣ,ପଡିଆ ବ୍ଲକ ଅଚଂଳରୁ ୮ଜଣ,ମାଲକାନଗିରି ବ୍ଲକଅଚଂଳରୁ ୨ଜଣ , ମାଥିଲି ବ୍ଲକ ଅଣଚଂଳୁ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତ ୬୪ଜଣ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩୧ ହୋଇଥିବା ବେଳେ େସେମାନଙ୍କ ମଧ୍ୟରୁ ୬୫୭ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୩୭୨ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୬୪ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି ।ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଚଂଳକୁ କଟେଂନମେଟଂ ଜୋନ ବଫର ଜୋନ ଘୋଷଣା କରାଯିବା ସହ ସ୍ୱାସ୍ଥ୍ୟକର୍ମୀ, ଆଶା ଓ ଅଙ୍ଗନଓ୍ୟର୍ଡି କର୍ମୀ ମାନେ ଘରଘର ବୁଲି କୋଭିଡ ଟେଷ୍ଟ ଓ ଲ କ୍ଷଣର ବିବରଣୀ ସଂଗ୍ରହ କରୁଛନ୍ତି । ସହରର ଓ ସାହିବସ୍ତିର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.