Home ଓଡ଼ିଶା ମାଲକାନଗିରି ରେ ରୁପାଗାଙ୍ଗୁଲି,ନାଗରିକ ସଂଶୋଧନ ଆଇନ ସପକ୍ଷରେ ଜନଜାଗରଣ ଅଭିଯାନ

ମାଲକାନଗିରି ରେ ରୁପାଗାଙ୍ଗୁଲି,ନାଗରିକ ସଂଶୋଧନ ଆଇନ ସପକ୍ଷରେ ଜନଜାଗରଣ ଅଭିଯାନ

212

ମାଲକାନଗିରି, ୨୨ା୧ (ଓଡିଆ ପୁଅ )ସମଗ୍ର ଦେଶ ଓ ରାଜ୍ୟରେ ନାଗରିକ ସଂଶୋଧନ ଆଇନ ଓ ସିଏଏ କୁ ନେଇ ଝଡ ଉଠିଥିବା ବେଳେ ନାଗରିକ ସଂଶୋଧନ ଆଇନ ରାଷ୍ଟ୍ରୀୟ ମାନବିକତାର କଥା ଓ ଏହା ବିଶ୍ୱର ସବୁଠାରୁ ବଡ ମାନବାଧିକାର ଆଇନ, ସାଧାରଣ ଜନତାଙ୍କୁ ସଚେତନ କରାଇବା ଉଦେଶ୍ୟରେ ପ୍ରଥମେ ସିଆରସି ଓ ସିଏଏ ବିଲର ସତ୍ୟତାକୁ ଜାଣିବା ନିହାତି ଆବଶ୍ୟକତା। ବିରୋଧିଙ୍କ କୁଚକ୍ରାନ୍ତାରେ ନପଡି ଆଗମୀ ଦିନରେ ସିଏଏ ବିଷୟରେ ପ୍ରତ୍ୟେକ ଗ୍ରମବାସୀଙ୍କ ମଧ୍ୟରେ ଜନଜାଗରଣ କରିବା ଦରକାର ବୋଲି ପଶ୍ଚିମବଙ୍ଗ ରାଜ୍ୟସଭା ସାଂସଦ ବିଶିଷ୍ଠ ଚଳିଚିତ୍ର ଅଭିନେତ୍ରୀ ରୁପାଗାଙ୍ଗୁଲି ମାଲକାନଗିରି ଠାରେ ଭାଜପାର ଜନଜାଗରଣ ସଭାରେ କହିଛନ୍ତି।

ଜୟପୁର ଠାରୁ ସ୍ୱତନ୍ତ୍ର ହେଲିକେପ୍ଟର ଯୋଗେ ମାଲକାନଗିରି ଠାରେ ପହଁଚି ସ୍ଥାନୀୟ ମାଲକାନଗିରି ବ୍ଲକପଡିଆ ଠାରେ ମାଲକାନଗିରି ବିଧାୟକ ତଥା ଜିଲ୍ଲା ଭାଜପା ସଭାପତି ଆଦିତ୍ୟମାଢି ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସିଏଏ ଜନଜାଗଣ ଅଭିଯାନରେ ମୁଖ୍ୟଅତିଥି ଭାବେ ସାଂସଦ ରୁପା ଗାଙ୍ଗୁଲି ଯୋଗଦେଇ ଓଡିଶା ଏକ ପ୍ରକୃତି ସଂପଦରେ ଭରପୁର, ସେଥିମଧ୍ୟରେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ପାହଡ ପର୍ବତ ଝରଣା ର ଦୃଶ୍ୟ ଅତ୍ୟନ୍ତ ମନୋରମ ଏଠାକାର ଅଧିବାସୀ ସରଳ ନିସ୍କପଟ, ବଙ୍ଗୀୟ ଭାଷାଭାଷୀ ଓ ସ୍ଥାନୀୟ ଅଧିବାସୀ ମାନଙ୍କ ମଧ୍ୟରେ ଭାଇଚାରା ବନ୍ଧୁତ୍ୱ ପୁଣ୍ଣ ସଂପର୍କ ମଧ୍ୟରେ କପଟତା ନାହିଁ। ଏହି ଜିଲ୍ଲାରେ ସିଏଏ ର ସମସ୍ୟା କିଛି ନାହିଁ, କେବଳ ବଙ୍ଗୀୟ ସଂପ୍ରଦାୟଙ୍କ ମାତୃଭାଷା ପାଇଁ ଏହି ଜିଲ୍ଲାରେ ବଙ୍ଗଳାରେ ଶିକ୍ଷାର ଆବଶ୍ୟକତା ରହିଛି। କିଛି ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷ ସିଏଏ ଆଇନ ସଂପର୍କରେ କିଛି ନବୁଝି ଜନସାଧରଣଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେଇ ଭୁଆଁ ବୁଲାଉଛନ୍ତି ବୋଲି କହିଥିଲେ। ଏହି ଜନଜାଗରଣ ଅଭିଯାନରେ ପୂବର୍ତନ ସାଂସଦ ତଥା ବିଜେପି କାର୍ଯ୍ୟକର୍ତା ବଳଭଦ୍ର ମାଝୀ, ପର୍ଶୁରାମ ମାଝୀ, ପୂର୍ବତନ ଭାଜପା ଜିଲ୍ଲା ସଭାପତି ଅଶୋକ ପରିଡା, ବିଜେପି ରାଜ୍ୟ ପରିଷଦ ସଦସ୍ୟ ନିମାଇ ପାଲ, ବିଜେପି ନେତା ସାମଲ ସୋନାନୀ, ନବଘନ ଲୋକେଇ, ସଂଜୟ ସରକାର, ମାଣିକ ଲା ଚକ୍ରବର୍ତି, ଭବାନୀ ସଂଙ୍କର ମୁଖାର୍ଜି, ଗଣେଶ ମଣ୍ଡଳ, ପଦୁ ମାଝୀ, ପ୍ରମିଳା ଦାସ, ଦୁତିକା ମାଡକାମୀ, ଶାନ୍ତିଲତା ମାଝୀ, ସମିରମିସ୍ତ୍ରୀ, ଦେବି ମାଡି, ବିଜୟ ବୈରାଗୀ, ସୁଲତା ମଣ୍ଡଳ, ପ୍ରମୁଖ ଭାଜପା ନେତା ଓ କର୍ମୀ ମାନେ ଉପସ୍ଥିତ ରହି ମୋଦି ସରକାର ନାଗରିକତା ସଂଶୋଧନ ନିୟମ୨୦୧୯ ସଂସଦର ପାରିତ କରି ଗାନ୍ଧିଜୀଙ୍କ ପ୍ରତି ଉପଯୁକ୍ତ ଶ୍ରଦ୍ଧାଜଂଳି ଦେଇଛନ୍ତି, ନାଗରିକତା ସଂଶୋଧନ ଆଇନ ଦ୍ୱାରା ପାକିସ୍ଥାନ, ବାଙ୍ଗଲାଦେଶ, ଆଫଗାନିସ୍ଥାନରେ ଧାର୍ମୀକ ଉପ୍ତିଡନର ଶୀକାର ହୋଇ ସେଠାରୁ ବିସ୍ଥାପିତ ହୋଇଥିବା ହିନ୍ଦୁ, ବୌଦ୍ଧ, ଶିଖ, ପାର୍ସୀ, ଖ୍ରୀଷ୍ଠିୟାନମାନଙ୍କୁ ଭାରତର ନାଗରିକତା ଦିଆଯିବ।

ଏହା ସମ୍ବିଧାନର ଧାରା୧୪କୁ ସିଏଏ ଉଲ୍ଲଘଂନ କରୁନାହିଁ, ଧାରା ୧୪ରେ ଭାରତୀୟ ନାଗରିକ ସଂପର୍କରେ ଲେଖାଯାଇଛି, କଂଗ୍ରେସ ଅସହିଷ୍ଣୁ ହୋଇ ଦେଶରେ ଅରାଜକତା ସୃଷ୍ଟିକରୁଛି, ଗଣତନ୍ତ୍ରରେ ବାଦବିବାଦ, ତର୍କ ବିତର୍କର ସ୍ଥାନ ଅଛି କିନ୍ତୁ ହିଂସାର ସ୍ଥାନ ନାହିଁ, ଭାରତର ସଂଖ୍ୟାଲଘୁଙ୍କ ସହ ଏହାର ସଂପର୍କ ନାହିଁ, ସିଏଏ କୁନେଇ କୌଣସି ନାଗରିକ ଭୟଭିତ ହେବାର ନାହିଁ, ୧୯୪୭ ମସିହାରେ ଧାର୍ମୀକ ଆଧାରରେ ଦେଶ ବିଭାଜନ ହୋଇଥିଲା, ପାକିସ୍ଥାନ, ବାଙ୍ଗଲାଦେଶ, ଆଫଗାନିସ୍ତାନ ସାମ୍ବିଧାନିକ ଭାବେ ମୁସଲମାନ ଦେଶ, ସେଠାରେ ଧର୍ମ ନାରେ ମୁସଲମାନମାନଙ୍କ ଉପରେ ଉପ୍ତୀଡନ ହୁଏ ନାହିଁ, ସେଥିପାଇଁ ସେମାନଙ୍କୁ ଏହି ସଂଶୋଧନ ଆଇନରେ ସିମଲ କରାଯାଇ ନାହିଁ, ଏହି ଆଇନ କେବଳ ଉପ୍ତିଡିନର ଶୀକାର ହୋଇଥିବା ଲୋକଙ୍କୁ ସାମିଲ କରାଯାଇଛି, ବିରୋଧୀ ଦଳ ମାନଙ୍କ ପକ୍ଷରୁଏହି ଆଇନକୁ ନେଇ ନାନା ପ୍ରକାର ଗୁଜବ ସୃଷ୍ଟିକରା ଯାଉଛି, ଏହି ଗୁଜବ ଠାରୁ ଦୁରେଇ ରହି ନାଗରିକତା ସଂଶୋଧନ ଓ ସିଏଏ ଆଇନକୁ ସମ୍ମାନ ଜଣାଇବା ଦରକାର ବୋଲି ବିଶାଳ ଜନ ସମାବବେଶ ରେ ଉଦବୋଧନ ଦେଇଥିଲେ।

ବିଶିଷ୍ଠ ଚଳଚିତ୍ର ଅଭିନେତ୍ରୀ ତଥା ମେଗା ଧାରାବାହିକ ମହାଭାରତର ଦ୍ରୌପଦୀ ଭୂମୀକା ନିଭାଇଥିବା ରୁପା ଗାଙ୍ଗୁଲିଙ୍କୁ ଦେଖିବା ଓ ତାଙ୍କର ଭାଷଣ ଶୁଣିବା ପାଇଁ ଏହି ଜନଜାଗରଣ ଅଭିଯାନ ରେ ବିଭିନ୍ନ ଗ୍ରମରୁ ଶତାଧିକ ସଂଖ୍ୟାରେ ମହିଳା ଓ ପୁରଷ ମାନେ ରୁଣ୍ଡ ହୋଇଥିଲେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.