Home ଓଡ଼ିଶା ସୀମାନ୍ତ ଛତିଶଗଡ ରାଜ୍ୟର ୨୫ଲକ୍ଷ ଟଙ୍କା ଘୋଷିତ ଟପ ମାଓନେତା ପାପାରାଓଙ୍କ ମୃତ୍ୟୁ

ସୀମାନ୍ତ ଛତିଶଗଡ ରାଜ୍ୟର ୨୫ଲକ୍ଷ ଟଙ୍କା ଘୋଷିତ ଟପ ମାଓନେତା ପାପାରାଓଙ୍କ ମୃତ୍ୟୁ

192

ମାଲକାନଗିରି, ୨୨ା୧(ଓଡିଆ ପୁଅ ) ସୀମାନ୍ତ ଛତିଶଗଡ ରାଜ୍ୟ ଦଭାଡିଭିଜନର ୨୫ଲ କ୍ଷଟଙ୍କା ପୁରସ୍କାର ଘୋଷିତ ଟପ ମାଓନେତା ପାପାରାଓ ଙ୍କ ର କିଡ୍‌ନି ରୋଗରେ ମୃତ୍ୟୁଘଟିଥିବାର ଆଜି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ସୂଚନା ଯୋଗ୍ୟ ଯେ ଗତ କିଛି ମାସତଳେ ଛତିଶଗଡ ରାଜ୍ୟର ଟପ ମାଓନେତା ରାମାନ୍ନାଙ୍କ ମୃତ୍ୟୁପରେ ତାଙ୍କସ୍ଥାନରେ ପାପାରାଓଙ୍କୁ ଦାଇତ୍ୱ ଦିଆଯାଇଥିଲା, ପାପାରାଓ ଛତିଶଗଡ ରାଜ୍ୟ ତାଡମେଟଲା ଜଙ୍ଗଲରେ ଆମ୍ବୁସ ବିଛାଇ ୭୬ଜଣ ସିଆରପିଏଫ ଯବାନଙ୍କୁ ମାରିବା ସହିତ ଛତିଶଗଡ ସୀମାନ୍ତ ବର୍ତି ଅଚଂଳରେ ଅନେକ ବଡ ବଡ ମାଓହିଂସାକାଣ୍ଡରେ ସାମିଲଥିଲା। ତା’ ମୁଣ୍ଡଉପରେ ଛତିଶଗଡ ରାଜ୍ୟସରକାର ୨୫ଲକ୍ଷଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ପାପାରାଓ ଗତ କିଛି ମାସହେଲା କିଡ୍‌ନି ରୋଗରେ ପଡିତ ହୋଇ ଯନ୍ତ୍ରଣା ଭୋଗୁଥିଲେ। ଗତ୪ଦିନ ତଳେ ତା’ ଦେହ ଭିଷଣ ଅସୁସ୍ଥ ହୋଇପଡିବାରୁ ତାଙ୍କ ଶ୍ୱଶୁର ଘରେ ରହି ଚିକିତ୍ସିତ ହେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି। ପାପାରାଓଙ୍କ ମୃତ୍ୟୁ ପରେ ଛତିଶଗଡ ଓ ଦରଭା ମାଓଡିଭିଜନ କୁ ଶକ୍ତ ଧକ୍କାଲାଗିଛି, ଏହି ମାଓସଂଗଠନର କିଏ ମଙ୍ଗ ଧରିବ ସେ ନେଇ ଛତିଶଗଡ ମାଓନେତାମାନଙ୍କ ମଧ୍ୟରେ ଭାଳେଣି ପଡିଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.