Home ଓଡ଼ିଶା ଚୋରା ହାତରନ୍ଧା ଦେଶୀ ମଦ ବିକିବା ଅଭିଯୋଗରେ ୩ ମହିଳା ଗିରଫ

ଚୋରା ହାତରନ୍ଧା ଦେଶୀ ମଦ ବିକିବା ଅଭିଯୋଗରେ ୩ ମହିଳା ଗିରଫ

314

ନୟାଗଡ/୨୨/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ସାରା ଓଡିଶାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଦ ବିରୋଧୀ ଆନ୍ଦୋଳନ ଚଲାଇଥିବା ବେଳେ ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ଅଂଚଳରେ ମହିଳାମାନେ ଚୋରା ମଦ ବେପାର ଚଳାଇବା ଦେଖିବାକୁ ମିଳିଛି । ରଣପୁର ଅବକାରୀ ଥାନା ଅଂଚଳରେ ବର୍ଷ ବର୍ଷ ଧରି ଚୋରା ହାତରନ୍ଧା ଦେଶୀ ମଦ ର ରନ୍ଧା ଓ ବ୍ୟବସାୟ କୁଟୀର ଶିଳ୍ପ ଭାବରେ ପରିଗଣିତ ହେଉଅଛି । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମଦ ବିରୋଧୀ ଆନ୍ଦୋଳନ ଜାରି ରଖିଥିବା ବେଳେ ମହିଳା ମାନେ ଏକଜୁଟ୍ ହୋଇ ଘରେ ଘରେ ହାତରନ୍ଧା ଚୋରା ଦେଶୀ ମଦ ବ୍ୟବସାୟ କରୁଥିବା ଜଣା ପଡିଛି । ତାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ରଣପୁର ଅବକାରୀ ଥାନା ସୁର୍କାବାଡି ଗ୍ରାମରେ ।

କଟକରୁ ଅବକାରୀ ସ୍କ୍ୱାର୍ଡ ଆସି ସୁର୍କାବାଡିରେ ମଦ ବ୍ୟବସାୟ ଅଭିଯୋଗରେ ମହିଳାଙ୍କୁ ଗିରଫ କରୁଥିବା ବେଳେ ରଣପୁର ଅବକାରୀ ବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଉଥିବା ଜଣା ପଡିଛି । କଟକ ଅବକାରୀର ଫ୍ଲାଇଙ୍ଗ ସ୍କ୍ୱାର୍ଡ ଜାନୁୟାରି ୨୨ ତାରିଖରେ ସୁର୍କାବାଡି ଗ୍ରାମରେ ଚଢାଉ କରି ପାଣୁ ମଣ୍ଡଳଙ୍କ ସ୍ତ୍ରୀ ମଂଜୁ ମଣ୍ଡଳ, ପାଣ୍ଡବ ମଣ୍ଡଳଙ୍କ ସ୍ତ୍ରୀ ମିନି ମଣ୍ଡଳ, ଦିଲୀପ ମଣ୍ଡଳଙ୍କ ସ୍ତ୍ରୀ ହର୍ସମଣୀ ମଣ୍ଡଳଙ୍କୁ ଚୋରା ହାତରନ୍ଧା ଦେଶୀମଦ ବିକ୍ରୟ କରୁଥିବା ଅଭିଯୋଗରେ ଗିରଫ କରିଥିବା ଜଣା ପଡିଛି । ଏକ ବିସ୍ୱସ୍ତ ସୁତ୍ରରୁ ଖବର ଅନୁଯାୟୀ ଅଭିଯୁକ୍ତ ମାନଙ୍କଠାରୁ ଶତାଧିକ ଲିଟର ମଦ ଜବତ କରାଯାଇଥିବା ବେଳେ ଜବତ ମଦର ମାତ୍ରା ୨୦ ଲିଟର ଦର୍ଶାଯାଇଅଛି । ହୁଏତ ଅବକାରୀବାଲା ମନା କରିପାରନ୍ତି । ୩ଅଭିଯୁକ୍ତଙ୍କୁ ରଣପୁର କୋର୍ଟକୁ ଚାଲାଣ କରିବା ପରେ ସେମାନଙ୍କ ଜାମିନ୍ ନାମଂଜୁର ହେବାରୁ ରଣପୁର ଜେଲକୁ ପଠାଯାଇଥିବା ଜଣା ପଡିଛି । ଏ ସମ୍ପର୍କେ ରଣପୁର ଅବକାରୀ ସବ୍ ଇନିସ୍‌ପେକ୍ଟର କୁମାର ପଟ୍ଟନାୟକଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଅଭିଯୁକ୍ତା ମାନଙ୍କୁ କଟକ ଅବକାରୀ ସ୍କ୍ୱାର୍ଡ ଧରିଅଛି ।

ଏ ସମ୍ପର୍କେ ଆମେ ଜାଣିନାହୁଁ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କଆଡୁ ଫୋନ୍ କରି କୁହନ୍ତି ଆମେ ମିଳିତ ଚଢାଉ କରିଥିଲୁ । ଏ ସମ୍ପର୍କେ ନୟାଗଡ ଅବକାରୀ ସୁପରିଟେଣ୍ଡେଟ ହବିଦୁଲ୍ଲା ଖାଁଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ରଣପୁର ଅବକାରୀ ବିଭାଗ ଓ ଖଣ୍ଡପଡା ବିଭାଗ ଦାୟିତ୍ୱରେ ଜଣେ ଅଫିସର ଅଛନ୍ତି । ଜଣେ ରେଗୁଲାର ଅଫିସର ନିଯୁକ୍ତି ହେଲାପରେ ସମସ୍ୟାର ସମାଧାନ ହୋଇ ପାରିବ ।ଏହି ମହିଳା ଓ ତାଙ୍କ ପରିବାର ସଦସ୍ୟ ଅନେକବାର ପୁର୍ବରୁ ହାତରନ୍ଧା ଦେଶୀମଦ ରନ୍ଧା ଓ ବିକ୍ରୟ ଅଭିଯୋଗରେ ଜେଲ ଯାଇଥିବା ଜଣା ପଡିଛି । ରଣପୁର ଅବକାରୀ ବିଭାଗ ସହ ତାଙ୍କର ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହେଉଛି । ଜିଲ୍ଲା ଉଚ୍ଚ କର୍ତ୍ତୁପକ୍ଷ ରଣପୁର ଅବକାରୀ ଥାନା ଅଂଚଳରୁ ଏ ହାତରନ୍ଧା ଦେଶୀମଦ ହଟାଇବା ପାଇଁ ଜନ ସାଧାରଣ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.