Home ଜିଲ୍ଲା ପରିକ୍ରମା ମାଲକାନଗିରି ରେ ଯାନ ବାହନ ଯାଚଂ,୩ଲକ୍ଷ ୯୮ ହଜାର ଟଙ୍କା ଜରିମାନା ଆଦାୟ

ମାଲକାନଗିରି ରେ ଯାନ ବାହନ ଯାଚଂ,୩ଲକ୍ଷ ୯୮ ହଜାର ଟଙ୍କା ଜରିମାନା ଆଦାୟ

87

ମାଲକାନଗିରି,୩ା୩(ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ନୂତନ ମୋଟର ଯାନ ଆଇନ ଅନୁସାରେ ଯାନବାହନ ଯାଚଂ ଗତଦୁଇଦିନ ହେଲା ଆରମ୍ଭ ହୋଇଛି । ଜିଲ୍ଲାପରିବହନ ବିଭାଗ ଓ ପୁଲିସ ବିଭାଗ ପକ୍ଷରୁ ବିଭିନ୍ନ ଛକସ୍ଥାନ ଓ ରାଜପଥ ଗୁଡିକରେ ଗାଡିଚାଳକ ମାନଙ୍କୁ ଅଟକାଇ କାଗଜପତ୍ର,ହେଲମେଟ ଆଦି ଯାଚଂ ଚଳାଇ ଗତ ଦୁଇଦିନରେ ୩ଲକ୍ଷ ୯୮ ହଜାର ଟଙ୍କା ଗାଡିଚାଳକ ମାନଙ୍କ ଠାରୁ ଜରିମାନା ଆଦାୟ ହୋଇଥିବାର ଜଣାପଡିଛି । ଆଜି ସକାଳେ ଜିଲ୍ଲା ଆଚଂଳିକ ପରିବହନ ଅଧିକାରୀ ସନତକୁମାର ଜେନା ଓ ଏମଭିଆଇ,ପରିବହନ ବିଭାଗ କର୍ମଚାରୀ ଏବଂ ମାଲକାନଗିରି ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗ,ସବଇନିସପେକ୍ଟର ଅନିଲକୁମାର ସ୍ୱାଇଁ ପ୍ରମୁଖ ପୁଲିସ କର୍ମଚାରୀ ମାନେ ବିଭିନ୍ନ ଛକ ରାସ୍ତା,ରାଜପଥରେ ରହି ଗାଡିଚାଳକ ମାନଙ୍କୁ ଅଟକାଇ ଡ୍ରାଇଭିଂ ଲାଇସେନ୍ସ, ଗାଡିପଜିଂକଣ,ପଲ୍ୟୁସେନ କଟ୍ରୋଂଲ,ଗାଡିର କାଗଜପତ୍ର ନଥିବା,ଗାଡିମାଲିକ ନଥାଇ ଅନ୍ୟ ଲୋକ ଗାଡିଚଳାଇବା ,ଡ୍ରାଇଭିଂ ଲାଇସେନ୍ସ ନଥିବା,ବସ କଣ୍ଡକ୍ଟର ସାର୍ଟିଫିକେଟ ନଥିବା,ଗାଡିଚଳାଇବା ବେଳେ ମୋବାଇଲ ଫୋନରେ ଗପିବା,ମଦ୍ୟପାନକରି ଗାଡିଚଳାଇବା, ଚାରିଚକିଆ ଯାନରେ ସିଟବେଲ୍ଟ ନ ଲଗାଇବା,ହେଲମେଟ ନପିନ୍ଧି ଦୁଇଚକିଆ ଯାନଚଳାଇ ବା ,ଗାଡିର ଇନ୍ସୁରାନ୍ସ ନଥିବା,ପରମିଟ ନଥିବା ଗାଡିଚାଳନାରେ ଟ୍ରାଫିକ ନିୟମ ଉଲଙ୍ଘନ କରିଥିବା ଗାଡି ମାଲିକ ଓ ଚାଳକଙ୍କ ଠାରୁ ଚାଲାଣ କାଟି ଜରିମାନା ଆଦାୟ କରିଛନ୍ତି । ଗତ ଦୁଇଦିନ ଯାଚଂରେ ପୁଲିସ ପକ୍ଷରୁ ଗାଡିଚାଳକ ମାନଙ୍କ ଠାରୁ ୭ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ବେଳେ ପରିବହନ ବିଭାଗ ପକ୍ଷରୁ ୩୨ଟି କେସ କରାଯାଇ ଗାଡିମାଲିକ ଓ ଚାଳକ ମାନଙ୍କ ଠାରୁ ୩ଲକ୍ଷ ୯୧ହଜାର ୬୩୫ଟଙ୍କା ଜରିମାନା ଆଦାୟ କରାଯାଇ ଥିବାର ବିଭାଗୀୟ ସୁତ୍ରରୁ ଜଣାପଡିଛି । ଜିଲ୍ଲାରେ ନୂଆମୋଟର ଯାନ ନିୟମ ଲାଗୁହୋଇ ଯିବାରୁ କିଏ ନୂଆ ଡ୍ରାଇଭିଂ ଲାଇସେନ୍ସ ଓ ନବିକରଣ ଆଉକିଏ ଗାଡିର ଫିଟନେସ,ବିମା,ଆଦି କାମପାଇଁ ଏବେ ଆଚଂଳିକ ପରିବହନ କାର୍ଯ୍ୟାଳୟରେ ଦୁଇଚକିଆ ଯାନ,ଚାରି ଚକିଆ ଯାନ ଗାଡିଚାଳକ ମାନଙ୍କ ଭିଡଲାଗି ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.