Home ଜିଲ୍ଲା ପରିକ୍ରମା ପାଣି ପାଇଁ ସଂଘର୍ଷ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖାଲି ହାଣ୍ଡି,ଗରା ଧରି ବିକ୍ଷୋଭ ପ୍ରଦର୍ଶନ କଲେ...

ପାଣି ପାଇଁ ସଂଘର୍ଷ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଖାଲି ହାଣ୍ଡି,ଗରା ଧରି ବିକ୍ଷୋଭ ପ୍ରଦର୍ଶନ କଲେ ଆଦିବାସୀ ମହିଳା

156

ମାଲକାନଗିରି,୩ା୩ (ଓଡିଆ ପୁଅ )ଆଦିବାସୀ ଗ୍ରାମରେ ସ୍ଥାପନ କରାଯାଇଥିବା ସୌରଚାଳିତ ପାନୀୟଜଳ ପ୍ରକଳ୍ପ ଅଚଳ ହୋଇ ଯାଇଥିବାରୁ ଗ୍ରାମରେ ପାନୀୟଜଳ ସମସ୍ୟା ଦେଖାଦେଇଥିବାରୁ ଶତାଧିକ ଆଦିବାସୀ ମହଳା ଓ ପୁରଷ ଖାଲି ହାଣ୍ଡି, ଗରା ଧରି ଜିଲ୍ଲାପାଳଙ୍କ ଅଫିସ ଅଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମୁଣ୍ଡ ଉପରେ ହାଣ୍ଡି ଓ ଗରା ରଖି କାଖରେ ଛୋଟଛୁଆ ଧରି କିଛିମହିଳା ସୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର କୁ ପସିଯିବାର ଦୃଶ୍ୟ ରାସ୍ତାରେ ଯାଉଥିବା ବାଟୋଇ ମାନେ ଦେଖି କିଛି ସମୟ ଚକିତ ହୋଇଯାଇ ଭିଡଜମାଇ ଦେଇଥିଲେ ,ଏହା ପାନୀୟ ଜଳ ସଙ୍କଟ ପାଇଁ ଖାଲି ହାଣ୍ଡି, ଗରା ଜିଲ୍ଲାପାଳଙ୍କ ନିକଟରେ ପ୍ରଦର୍ଶନ କରିବାକୁ ମହିଳା ମାନେ ଆସିଥିବାର ଜାଣିବା ପରେ ଭିଡ କମିଥିଲା । ମାଲକାନଗିରି ସଦର ବ୍ଲକସ୍ଥ ସିନ୍ଦ୍ରୀମାଳ ପଚାଂୟତ ମନୁସକୋଣ୍ଡା,ବରକୋଳିଗୁଡା ଗ୍ରାମରେ ପାନୀୟଜଳ ସମସ୍ୟା ଦେଖା ଦେଇଥିବାରୁ ଗତ୨୦୧୫-୧୬ମସିହାରେ ଜିଲ୍ଲାପ୍ରଶାସନ ପକ୍ଷରୁ ଷ୍ଟୁଡିଓ ଇଟଂରନେସନାଲ ସଂସ୍ଥାଦ୍ୱାରା ଏକ ସୌରଚାଳିତ ଗଭୀର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଏହି ପ୍ରକଳ୍ପଟି ଗତ ଆଠମାସହେଲା ଅଚଳ ହୋଇଯାଇ ଥିବାରୁ ପୁବ ର୍ପରି ଗ୍ରାମରେ ପାନୀୟ ଜଳସମସ୍ୟା ଦେଖା ଦେଇଥିବାରୁ ଗ୍ରାମବାସୀ ମାନେ ବାରମ୍ବାର ପଚାଂୟତ,ବ୍ଲକ,ଜିଲ୍ଲାଅଫିସକୁ ଦୌଡି ଦୌଡିି ନୟାନ୍ତ ହେଲେ ବି ବିଭାଗୀୟ ଅଧିକାରୀ ମାନେ ଗୁରୁତ୍ୱ ଦେଲେ ନାହିଁ ।ବାଧ୍ୟହୋଇ ଗ୍ରାମ ବାସୀ ମାନେ ଚୁଆ,ନାଳରୁ ଦୁଷିତ ପାଣି ବ୍ୟବହାର କରି ନାନା ପ୍ରକାର ପେଟ ରୋଗରେ ଆକ୍ର୍‌ାନ୍ତ ହେଲେ ଓ ପ୍ରବଳ ଖରାରେ ଚୁଆ,ନାଳ ପାଣି ଶୁଖିଯିବାରୁ ପାଣି ମୁନ୍ଦାଏ ପାଇଁ ଗ୍ରାମବାସୀଙ୍କୁ ଦୁଇ କିଲୋମିଟର ରାସ୍ତା ଯିବାକୁ ପଡିବାରୁ ଆଜି ବରକୋଳି ଗୁଡା ଗ୍ରାମର ଗଙ୍ଗାପଡିଆମୀ,ଲଛିଖୁରାମୀ,ଶୁକ୍ରାପଡିଆମି,ନିଲମ ଖୁରାମୀ,ରଘୁପଡିଆମୀ ଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ମହିଳା ଓ ପୁରଷ ଖାଲି ହାଣ୍ଡି,ଗରା ଧରି ସୋଭାଯାତ୍ରା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାୟଳ ନିକଟରେ ପହଁଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ମନୁସକୋଣ୍ଡା ବରକୋଳି ଗୁଡା ଗ୍ରାମରେ ଅଚଳ ହୋଇ ପଡିଥିବା ସୌରଚାଳିତ ପାନୀୟଜଳ ପ୍ରକଳ୍ପକୁ ତୁରନ୍ତ ମରାମତ କରି ଗ୍ରାମରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦରଖାସ୍ତ ଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ ଗ୍ରାମ୍ୟଜଳ ପରିମଳ ବିଭାଗ ଓ ଡିଆରଡିଏ ବିଭାଗ ଓ ବ୍ଲକ ପକ୍ଷରୁ ବିଭିନ୍ନ ଗ୍ରାମରେ ନିର୍ମାଣ କରାଯାଇଥିବା ଅଧିକାଂଶ ସୌରଚାଳିତ ଗଭିରନଳକୂପ,ପାନୀୟ ଜଳ ପ୍ରକଳ୍ପ ଗୁଡିକ ନିର୍ମାଣରେ ନିମ୍ମମାନର ଯନ୍ତ୍ରାଶଂ ଲାଗିଥିବାରୁ କେଉଁଠି ବ୍ୟାଟେରୀତ ଆଉକେଉଁଠି ସୋଲାର ପ୍ଲେଟ,ମଟର ଖରାପ ହୋଇଗଲାଣି, ଏଗୁଡିକ ମିର୍ମାଣ କରିଥିବା ସଂସ୍ଥା ଓ ଠିକାଦାର କିମ୍ବା ବିଭାଗୀୟ ଅଧିକାରୀ ମାନେ ମରାମତକରିବା ପାଇଁ ଗୁରୁତ୍ୱ ଦେଉନଥିବାରୁ ସେଗୁଡିକ ଅଚଳ ହୋଇପଡିଛି,ଅନେକ ଗ୍ରାମବାସୀ ପୁବ ର୍ପରି ନଦୀ ନାଳ,ଚୁଆ ରୁ ପାଣି ସଂଗ୍ରହକରି ପାନୀୟଜଳ ଭାବେ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି ।ମାଲକାନଗିରି ଜିଲ୍ଲାରେ ଗ୍ରୀଷ୍ମପ୍ରଭାହ ଓ ପ୍ରଚଣ୍ଡ ରୈଦ୍ରତାପ ସାଙ୍ଗକୁ ତାପମାତ୍ରା ୩୫ଡିଗ୍ରୀକୁ ଟପି ଯାଇଥିବା ବେଳେ ଜିଲ୍ଲାରେ ଉତ୍କଟ ଜଳସଙ୍କଟ ଦେଖା ଦେଇଛି । ମାର୍ଚମାସ ଆରମ୍ଭରୁ ନିର୍ଧୁମ ଖରାରେ ଡହ ଡହ ତାତିଲାଣି ସମଗ୍ର ଜିଲ୍ଲା,ସହର ଠାରୁ ଗାଁ ଗାଁରେ ଜଳ ସମସ୍ୟା ସାଙ୍ଗକୁ ପାନୀୟଜଳର ସଙ୍କଟ ଦେଖା ଦେଇଛି । ଜିଲ୍ଲାରେ ନଳକୂପ,ଡଗଓ୍ୟାଲ,ସୌରଚାଳିତ ପାନୀୟଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇ ଜିଲ୍ଲାବାସୀଙ୍କୁ ପାନୀୟଜଳର ବ୍ୟବସ୍ଥା କରା ଯାଉଛି ବୋଲି ସରକାରି ରେକେର୍ଡରେ ଦର୍ଶାଯାଇଛି । ହେଲେ ଅଧିକାଂଶ ଗ୍ରାମରେ ସେଗୁଡିକରୁ ପାଣି ବାହହାରୁନାହିଁତ କେଉଁଠି ଭାଙ୍ଗିତୁଟିଗଲାଣି,ଆଉ କେଉଁ କେଉଁ ନଳକୂପରୁ ଗୋଳିଆ ଆଇରନ ପାଣିକୁ ବ୍ୟବହାର କରି ଅନେକ ଗ୍ରାମବାସୀ କିଡିନ୍ ରୋଗରେ ଆକ୍ରନ୍ତ ହେଉଥିବାର ଦେଖା ଯାଉଛି । ଏହିସବୁ ସମସ୍ୟା ଯୋଗୁଁ ଜିଲ୍ଲାର ଅଧିକାଶଂ ଗ୍ରାମବାସୀ ନାଳ ଓ ଚୁଆରୁ ଅପରିସ୍କାର ଗୋଳିଆ ପାଣିସଂଗ୍ରହ କରି ପାନୀୟଜଳ ଭାବେ ବ୍ୟବହାର କରି ନାନା ପ୍ରାକାର ପେଟ ଓ ଚର୍ମରୋଗରେ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଳୁଛି । ଆଦିବାସୀ ଅଧ୍ୟୁଷିତ ସମସ୍ତ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ବ୍ୟବସ୍ଥାକରା ଯାଇଛି ବୋଲି ରାଜ୍ୟ ସରକାର ଓ ଜିଲ୍ଲାପ୍ରଶାସନ ଡିଣ୍ଡିମ ପିଟୁଥିବାବେଳେ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାର ଅଧିକାଂଶ ଗ୍ରାମବାସି ପାନୀୟଜଳ ପାଇଁ ପ୍ରତିଦିନ ସଂଘର୍ଷ କରୁଥିବାର ଦେଖିବାକୁ ମିଳୁଛି ।

 

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.