Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ଯୁକ୍ତ୨ପରୀକ୍ଷା,୧୫ଟି କେନ୍ଦ୍ରରେ ୩୫୭୮ ଜଣ ପରୀକ୍ଷାର୍ଥୀ

ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ଯୁକ୍ତ୨ପରୀକ୍ଷା,୧୫ଟି କେନ୍ଦ୍ରରେ ୩୫୭୮ ଜଣ ପରୀକ୍ଷାର୍ଥୀ

116

ମାଲକାନଗିରି, ୩ା୩ (ଓଡିଆ ପୁଅ )ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଆଜି ଠାରୁ କଡାସୁରକ୍ଷା ମଧ୍ୟରେ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଯାଇଛି। ପ୍ରଥମ ଦିବସରେ ଯୁକ୍ତଦୁଇ ବିଜ୍ଞାନ ବିଭାଗର ସାହିତ୍ୟ ଓଡିଆ ଭାଷାରେ ୧୦୭୯ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଛନ୍ତି।

ମାଲକାନଗିରି ଜିଲ୍ଲାର ୧୫ଟି ପରୀକ୍ଷା କେନ୍ଦ୍ରରେ ୩୫୭୮ ପରିକ୍ଷାର୍ଥୀ ଯୁକ୍ତଦୁଇ ପରୀକ୍ଷା ଦେବେ, ବିଜ୍ଞାନ ରେ ୧୦୪୯, କଳାରେ ୨୩୫୮ ଓ ବାଣିଜ୍ୟ ବିଭାଗରେ ୧୭୧ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଚଳିତ ବର୍ଷ ପରୀକ୍ଷାରେ କପି ରୋକିବାପାଇଁ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେଶ କ୍ରମେ କିଛି ଓଏଏସ ଅଫିସର, ପ୍ରଶାସନିକ ଅଧିକାରୀ ମାନେ ପରୀକ୍ଷା କେନ୍ଦ୍ରଗୁଡିକୁ ଯାଇ ତଦାରଖ କରୁଛନ୍ତି। ପରୀକ୍ଷାକୁ ସୁପରିଚାଳନା ପାଇଁ ସେଟ୍ରାଂଲ, ନୋଡାଲ, ଜିଲ୍ଲାପ୍ରଶାସନ ଓ ଶିକ୍ଷାବିଭାଗ ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରା ଯାଇଛି। ଆଜି ଜିଲ୍ଲାର ୧୫ଟି ପରୀକ୍ଷା କେନ୍ଦ୍ରରେ କଡାପୁଲିସ ସୁରକ୍ଷା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହିତ ଛାତ୍ର ଛାତ୍ରୀ ମାନେ ପରୀକ୍ଷା ଦେଇଥିବାର ଜଣାପଡିଛି।

ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇଛି। ଜିଲ୍ଲାର ମାଲକାନଗିରି, କାଲିମେଳା, ଗୋବିନ୍ଦପାଲି କଲେଜ ରେ କଡାସୁରକ୍ଷା ମଧ୍ୟରେ ନୋଡାଲ ସେଟଂର କରାଯାଇ ପ୍ରଶ୍ନପତ୍ର ଗଛିତ ରଖାଯାଇଛି। ପ୍ରଥମ ଦିନରେ କୌଣସି ସ୍ଥାନରେ କିଛି ଅବ୍ୟବସ୍ଥା ହୋଇନାହିଁ, ସମସ୍ତ ପରୀକ୍ଷା କେନ୍ଦ୍ର ଗୁଡିକରେ ଶାନ୍ତିଶୃଙ୍ଖଳାର ସହିତ ପରୀକ୍ଷା ହୋଇଥିବାର ଜିଲ୍ଲା ପରାମର୍ଶଦାତା କ୍ଷୀରୋଦ ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.