Home ଓଡ଼ିଶା ମାଲକାନଗିରି ରେ ପ୍ରବଳ ବର୍ଷା,୩ଟି ପୋଲ ବୁଡିଲା,ଘରେ ପଶିଲା ପାଣି

ମାଲକାନଗିରି ରେ ପ୍ରବଳ ବର୍ଷା,୩ଟି ପୋଲ ବୁଡିଲା,ଘରେ ପଶିଲା ପାଣି

72

ମାଲକାନଗିରି ,୮ା୧୦ (ଓଡିଆପୁଅ ) ମାଲକାନଗିରି ଜିଲ୍ଲାରେ ଗତ କାଲି ମଧ୍ୟରାତ୍ରରେ ପ୍ରବଳ ବର୍ଷାହେବା ଫଳରେ ମାଲକାନଗରି ଜିଲ୍ଲାର ଏମଭି୭, ତମାସା ,ଏମଭି୨, ଏମଭି୩ ପୋଲ ଉପରେ ୩ଫୁଟରୁ ୪ଫୁଟ ଉଚ୍ଚରେ ପାଣିପ୍ରବାହିତ ହେବା ସହିତ ବର୍ଷା ରେ କୃତିମ ବନ୍ୟା ସୃଷ୍ଟି ହୋଇ ଅନେକ ଘରେ ପାଣିପସି ବହୁତ କ୍ଷତି ଘଟାଇଛି । ମାଲକାନଗିରି ମୋଟୁ ୩୨୬ନମ୍ବର ଜାତିୟ ରାଜପଥ ଏମଭି୭ ଠାରେ ଥିବା ପୋଲଟି ବୁଡି ଯାଇ ୩ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେବା ଦ୍ୱାରା ଜାତୀୟ ରାଜପଥ ଦୁଇ ପାଶ୍ୱର୍ରେ ପ୍ରାୟ ୫ଘଟାଂ ଧରି ଅନେକ ଯାନବାହନ ଅଟକି ରହିଥିଲା । ପ୍ରଶାସନିକ ଅଧିକାରୀ ଓ ପୁଲିସ କର୍ମଚାରୀ ମାନେ ପୋଲ ନିକଟରେ ରହି ଅଟକି ରହିଥିବା ଯାନବାହନ ଗୁଡିକୁ ନିୟନ୍ତ୍ରଣ କରି ପାର କରିଥିଲେ ।ଠିକ ସେହି ପରି ଏମଭି୩ ଓ ଏମଭି ୨ ,ଚାଲାଣଗୁଡା ପୋଲ ଉପରେ ପାଣି ପ୍ରାଭାବିତ ହୋଇ ଯାନବାହନ ଚଳାଚଳ ରେ ବାଧା ସୃଷ୍ଟି ହୋଇଥିଲା । ପ୍ରବଳ ବର୍ଷା ଦ୍ୱାରା ମାଲକାନଗରି ଜିଲ୍ଲା ସଦର ମହକୁମାସ୍ଥ ତଳସାହି ଟେକବାଡି ସାହିରେ ପ୍ରବଳବେଗରେ ବର୍ଷାପାଣି ଡ୍ରେନ ପାଣି ଅନେକ ଲୋକଙ୍କ ଘରେ ପସି ଯାଇ ଆସବାପତ୍ର ଓ ଖାଦ୍ୟଜିନିଷ ପାଣିରେ ଭିଜି ଯାଇ ଅନେକ କ୍ଷୟ କ୍ଷତି ଘଟାଇଛି । ସେଠାରେ ପୌରପରିଷଦ କର୍ମଚ।।ରୀ ଓ ଗ୍ରାମବାସୀ ମାନେ ପହଁଚି କିଛି ଲୋକଙ୍କୁ ଘରୁ ଉଦ୍ଧାର କରି ଉଚସ୍ଥାନକୁ ନେଇଥିଲେ । ଜିଲ୍ଲାରେ ୨୪ଘଟାଂ ମଧ୍ୟରେ ମାଲକାନଗିରି ବ୍ଲକରେ୧୩୮.୨ ମିଲିମିଟର ବର୍ଷା ଓ କୋରକୁଣ୍ଡା ବ୍ଲକରେ ୧୦୯ ମିଲି ମିଟର ,ଚିତ୍ରକୋଣ୍ଡା ବ୍ଲକରେ ୩ ମିଲି ମିଟର ବର୍ଷା ହୋଇଛି, ଜିଲ୍ଲାରେ ମୋଟ ୨୫୦.୨ ମିଲି ମିଟର ବର୍ଷା ହୋଇଥିବା ବେଳେ ହାରାହାରି ୩୫.୭୪ ମିଲିମିଟର ବର୍ଷା ହୋଇଥିବାରୁ ଜିଲ୍ଲା ଜରୁରୀ କାଳିନ ବିଭାଗ ସୁତ୍ରରୁ ଜଣାପଡିଛି ।ଗୁରୁବାର ରାତ୍ର୧୨ ଠାରୁ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ ମୁଷଳ ଧାରାରେ ବର୍ଷା ହେବା ସହିତ ଘଡଘଡି ବିଜୁଳି ମାରି ବା ଦ୍ୱାରା ବିଦ୍ୟୁତ ଦୀର୍ଘ୧୦ଘଟାଂ ଧରି କଟି ଯାଇଥିଲା । ଏହି ବର୍ଷାରେ ମାଲକାନଗିରି କାଲିମେଳା ଜାତୀୟରାଜପଥ କାଙ୍ଗୁରକୋଣ୍ଡା ପୋଲ ଉରେ ପାଣିପ୍ରଭାବିତ ହେବାଦ୍ୱାରା ଯାନବାହନ ଚଳାଚଳ ସହ ଯାତାୟତ ବନ୍ଦରହିଛି । ଏମିତି ବର୍ଷା ଲାଗିରହିଲେ ଜିଲ୍ଲାରେ ବନ୍ୟାଆଶଙ୍କାକୁ ଏଡାଇଦିଆ ଯାଇ ନପାରେ । ଜିଲ୍ଲାରେ ଥିବା ପାଙ୍ଗାମ,ଏମଭି୭,ପୋଟେରୁ,କାଙ୍ଗୁରକୋଣ୍ଡା, କୋଲିମେଳା କନ୍ୟାଶ୍ରମ, କୋରକୁଣ୍ଡା,ଏମଭି୩୭ ତାର୍ଲାକୋଟା ଠାରେ ଥିବା ନିଚାପୋଲ ଗୁଡିକୁ ଉଚାପୋଲ କରିବା ପାଇଁ ସରକାରଙ୍କ ପକ୍ଷରୁ ଗତ ଦୁଇ ତିନିବର୍ଷହେଲା କାମ ଆରମ୍ଭ ହୋଇ ଥିଲେ ମଧ୍ୟ ଏଗୁଡିକ ଆଜି ପର୍ଯ୍ୟନ୍ତ ନିର୍ମାଣ ଶେଷ ହୋଇ ନଥିବାରୁ ଲଗାଣ ବର୍ଷା ହେଲେ ପୋଲଗୁଡିକ ବୁଡିଯାଇ ଯାତାୟତରେ ବାଧାସୃଷ୍ଟି ହୋଇଥାଏ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.