Home ଓଡ଼ିଶା ମାଲକାନଗିରି ରେ ଜାତୀୟ ମହିଳା ଓ କନ୍ୟା ସଚେତନତା ଦିବସ ପାଳନ

ମାଲକାନଗିରି ରେ ଜାତୀୟ ମହିଳା ଓ କନ୍ୟା ସଚେତନତା ଦିବସ ପାଳନ

138

ମାଲକାନଗିରି,୬ା୫(ଓଡିଆ ପୁଅ )ସମଗ୍ର ବିଶ୍ୱ କରୋନା ମହାମାରିରି ପାଇଁ ଆତଙ୍କିତ ହୋଇପଡିଥିବା ଓ ଲକ ଢାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ୱତ୍ୟେ ମାଲକାନଗିରିବାସୀ ଜାତୀୟ ମହିଳା ଓ କନ୍ୟା ସଚେତନତା ଦିବସ କୁ ନ ଭୁଲି ମନେ ରଖି ଲକଡାଉନ ନିୟମମାନି ସାମାଜିକ ଦୂରତା ଅବଲମ୍ବନ କରି ପାଳନ କରିଛନ୍ତି । ସ୍ଥାନୀୟ ଅଲଓଡିଶା ମାର୍ଶଲ ଆର୍ଟଏକାଡେମୀ ପରିସରରେ ଜିଲ୍ଲା କିସ୍ ଅନୁଷ୍ଟାନ ଓ ବଡଦିଦି ସ୍ୱେଚ୍ଛାସେବୀ ସଂସ୍ଥା ପକ୍ଷରୁ ଜାତୀୟ ମହିଳା ଓ କନ୍ୟା ସଚେତନତା ଦିବସ ଅବସରେ ସ୍ଥାନୀୟ କିଶୋରୀ,ବୁଦ୍ଧିଜୀବୀ, ମହିଳା,ବାଳିକା ମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । କୋଶରୀ,ଯୁବତୀ ଓ ବାଳିକା ମାନେ ଆଗକୁ ଆସି ଅନ୍ୟାୟ ଅତ୍ୟାଚାର ଓ ଆକ୍ରୋସର ଶିକାର ହେଉଥିବା ପିଡିତା ମାନଙ୍କ ମଧ୍ୟରେ ଜନ ସଚେତନତା କରି ମନୋବଳକୁ ସସୁଦୃଢ କରି ସେମାନଙ୍କୁ ସହାୟତାର ହାତବଢାଇବା ଦରକାର ବୋଲି ମତପ୍ରକାଶ ପାଇଥିଲା,ଏହି ଅବସରେ ଉପସ୍ଥିତି ଥିବା ଆଓମାର ମୁଖ୍ୟପ୍ରତିଷ୍ଟାତା ବିନାଶକୁମାର ମିଶ୍ର,କିସର ଜିଲ୍ଲା ସଂଯୋଜକ ରୌମ୍ୟରଜଂନ ପରିଡା,ବଡଦିଦି ଜୟନ୍ତୀ ବୁରୁଦା ଅତିଥି ଭାବେ ଯୋଗଦେଇ ଜାତୀୟ ମହିଳା ଓ କନ୍ୟା ସଚେତନତା ଦିବସ ସଂପର୍କରେ କହି ଭୟା ବହ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଜନ ସଚେତନତାର ବାର୍ତା ଦେଇଥିଲେ । ଏହି ଅବସର ରେ ଲାଲ ପୋଷାକ ପିନ୍ଧି ଯୋଗଦେଇଥିବା କିଶୋରୀ,ଯୁବତୀ,ବାଳିକା ମାନଙ୍କୁ ସାନିଟାଇଜର ନାପକିନ ପ୍ରଦାନ କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.