Home ଓଡ଼ିଶା ଜିଲ୍ଲାଅବକାରୀ ବିଭାଗର ଚଢଉ,ତିନୋଟି ଗାଡି ସିହତ୧୫୦କ୍ୱିଟାଂଲ ମହୁଲ ଜବତ,୫ଗିରଫ

ଜିଲ୍ଲାଅବକାରୀ ବିଭାଗର ଚଢଉ,ତିନୋଟି ଗାଡି ସିହତ୧୫୦କ୍ୱିଟାଂଲ ମହୁଲ ଜବତ,୫ଗିରଫ

158

ମାଲକାନଗିରି,୬ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରିରିରେ ସନ୍ତୁଳିତ ହୋଇ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହାର ସୁଯୋଗ ନେଇ କିଛି ଚୋରାବେପାରୀ ମହୁଲ ଚୋରା ଚାଲାଣ ଆରମ୍ଭ କରିଦେଇଛନ୍ତି । ଏହି ଖବର ଜିଲ୍ଲାପ୍‌୍ରଶାସନ ନିକଟରେ ପହଁଚିବା ପରେ ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେ କ୍ରମେ ଜିଲ୍ଲାଅବକାରୀ ସୁପରିଟେଣ୍ଡେଟଂ ଅଶୋକକୁମାର ସେଠଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ସ୍କାର୍ଡଗଠନ କରାଯାଇ ଜିଲ୍ଲାର ବିଭିନ୍ନସ୍ଥାନରେ ଚଢଉ ଆରମ୍ଭ ହୋଇଯାଇଛି । ଗତ ସାତଦିନ ମଧ୍ୟରେ ଗୋଟିଏ ଟ୍ର୍‌ାକ୍ଟର,ଦୁଇଟି ପିକଅପ ଗାଡି ସହ୧୫୦କ୍ୱିଟାଂଲ ମହୁଲ ଜବତ କରାଯିବାସହ ଚୋରା ଚାଲାଣ କରିବା ଅଭିଯୋଗରେ ୫ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ।ବିଶେଷ କରି ମାଲକାନଗିରି ଥାନା ଅଚଂଳରେ ଏକ ପିକଅପ ଗାଡି ୧୦କ୍ୱିଟାଂଲ ମହୁଲଫୁଲ ଜବତ ସହ ଜଣେ ଗରିଫ ହୋଇଥିବା ବେଳେ ମାଥିଲି ଥାନାଅଚଂଳରୁ ଏକ ଟ୍ର୍‌ାକ୍ଟ.ପିକଇଅପ ଗାଡି ୬୫କ୍ୱିଟାଂଲ ମହୁଲ ଫୁଲ ଜବତ ସହ ଦୁଇଜଣ ଗିରଫ ହୋଇଛନ୍ତି,ଓରକେଲ ଥାନା ବାଲିମେଳାର ଏକ ବ୍ୟବସାୟୀଙ୍କ ଗୋଦାମ ଘରୁ୪୨କ୍ୱାଟାଂଲ ମହୁଲଫୁଲ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି,ଠିକ ସେହିପରି କାଲିମେଳା ଥାନା ଅଚଂଳର ଏକ ବ୍ୟବସାୟୀଙ୍କ ଗୋଦାମରୁ ୩୦କ୍ୱିଟାଂଲ ମହୁଲଫୁଲ ଜବତ ସହ ବିନାଲାଇସେନ୍ସ ରେ ବେଆଇନ ଭାବେ ଗଛିତ ରଖିବା ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି । ଗୋଟିଏ ମାସ ମଧ୍ୟରେ ଜିଲ୍ଲାଅବକାରୀ ବିଭାଗ ନିକଟରେ ମହୁଲଫୁଲ କ୍ରୟ ନିମନ୍ତେ୨୨ଜଣ ବ୍ୟବସାୟୀ ୧୫ଲକ୍ଷ ଟଙ୍କା ଜମାକରି ଲାଇସେନ୍ସ ପ୍ରାପ୍ତ ହୋଇଛନ୍ତି । ଏଥିମଧ୍ୟରୁ ମାଥିଲି ଅଚଂଳରୁ ୩ଜଣ,କାଲିମେଳା ଅଚଂଳରୁ ୨ଜଣ,ବାଲିମେଳା ରୁ ୧ଜଣ,ମାଲକାନଗିରି ରୁ ୧୩ଜଣଙ୍କୁ ଘରୋଇ ଭାବେ ମହୁଳଫୁଲ କ୍ରୟ ନିମନ୍ତେ ଲାଇସେନ୍ସ ଦିଆଯାଇଛି ।ଏହା ବ୍ୟତିତ ମାଲକାନଗିରି, ମାଥିଲି,ବାଲିମେଳା ଠାରେ ଥିବା ତିନୋଟି ସରକାରି ଦେଶି ମଦଭାଟି କୁ ମଧ୍ୟ ମହୁଲଫୁଲ କ୍ରୟ ନିମନ୍ତେ ଲାଇସେନ୍ସ ପ୍ରଦାନ କରାଯାଇଛି । ଜିଲ୍ଲାର ମହୁଲଫୁଲ ସଂଗ୍ରହ କାରି ମାନଙ୍କ ମହୁଲ ଫୁଲ କିପରି ଅଧିକ ମାତ୍ରାରେ ବିକ୍ରୟ ହୋଇ ଗରିବ ଲୋକମାନେ ଉଚିତ ମୂଲ୍ୟ ପାଇ ପାରିବେ ସେଥିନିମନ୍ତେ ଅଧିକ ବ୍ୟବସାୟୀ ମାନଙ୍କୁ ଲାଇସେନ୍ସ ଦେବାପାଇଁ ବ୍ୟବସ୍ଥା କରାଯାଉଛି ଓ ଜିଲ୍ଲାବାହରକୁ ଚୋରା ବ୍ୟବସାୟୀ ମାନେ ବିନା ଲାଇସେନ୍ସ ରେ ମହୁଲ ଫୁଲ ଯେପରି ଚାଲାଣ କରି ନ ପାରିବେ ସେଥି ନିମନ୍ତେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସ୍କାର୍ଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢଉ ଜାରି ରହିଛି ବୋଲି ଜିଲ୍ଲା ଅବକାରିବିଭାଗ ସୁପରିଟେଣ୍ଡେଟଂ ଶ୍ରୀ ସେଠ କହିଛନ୍ତି ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.