Home ଓଡ଼ିଶା ଚିତ୍ରକୋଣ୍ଡା ବିଧାୟକ ମାଲକାନଗିରି ଜିଲ୍ଲା କୋଭିଡ ଫଣ୍ଡକୁ ୪୬ଲକ୍ଷ ଟଙ୍କା ପ୍ରଦାନ କଲେ

ଚିତ୍ରକୋଣ୍ଡା ବିଧାୟକ ମାଲକାନଗିରି ଜିଲ୍ଲା କୋଭିଡ ଫଣ୍ଡକୁ ୪୬ଲକ୍ଷ ଟଙ୍କା ପ୍ରଦାନ କଲେ

240

ମାଲକାନଗିରି,୬ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରିରେ ଛନ୍ଦିହୋଇ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରବାସୀ ଶ୍ରମିକ ମାନଙ୍କ ପାଇଁ ଜିଲ୍ଲାରେ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ଆବଶ୍ୟକିୟ ଉପକରଣ କ୍ରୟ ନିମନ୍ତେ ଓ ଜିଲ୍ଲାକୋଭିଡ ଫଣ୍ଡକୁ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପୂଣ୍ଣ ର୍ ଚନ୍ଦ୍ର ବାକା ଜିଲ୍ଲା କୋଭିଡ ଫଣ୍ଡକୁ ୪୬ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଆଜି ବିଧାୟକ ଶ୍ରୀ ବାକା ମାଲକାନଗିରି ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ ଙ୍କୁ ସାକ୍ଷାତ କରି ୨୦୨୦-୨୧ ବିଧାୟକ ପାଠିଂ ରୁ ୪୬ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି । ଭୟାବହ କରୋନା ପାଇଁ ଜିଲ୍ଲାରେ ଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ପ୍ରବାସୀ ଫେରନ୍ତା ଶ୍ରମିକ ମାନଙ୍କୁ ସ୍ୱାସ୍ଥ୍ୟପରୀକ୍ଷା କରାଯାଇ ୧୪ଦିନ ପାଇଁ କ୍ୱାରେଟାଂଇନ ରେଖିବାର ବ୍ୟବସ୍ଥା କରାଯାଇଛି, ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରହୁଥିବା ପ୍ରବାସୀ ଶ୍ରମିକ ମାନଙ୍କର ଯେପରି କିଛି ଅସୁବିଧା ନ ହୁଏ ସେଥି ନିମନ୍ତେ ଆବଶ୍ୟକୀୟ ଉପକରଣ କ୍ରୟ କରିବା ପାଇଁ ଜିଲ୍ଲାପ୍ରଶାସନକୁ ଏହି ଟଙ୍କାପ୍ରଦାନ କରାଯାଇଛି ବୋଲି ବିଧାୟକ ଶ୍ରୀ ବାକା କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.