Home ଜିଲ୍ଲା ପରିକ୍ରମା ମାଲକାନଗିରି ରେ ଇନ୍ଧନ ସଂରକ୍ଷଣ ସକ୍ଷମ ଜନସଚେତନତା କାର୍ଯ୍ୟକ୍ରମ

ମାଲକାନଗିରି ରେ ଇନ୍ଧନ ସଂରକ୍ଷଣ ସକ୍ଷମ ଜନସଚେତନତା କାର୍ଯ୍ୟକ୍ରମ

146

ମାଲକାନଗିରି,୩ା୨ (ଓଡିଆ ପୁଅ)ଆଇଓସିଏଲ ସଂସ୍ଥା ପକ୍ଷରୁ ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଇନ୍ଧନ ସଂରକ୍ଷଣ ର ସଚେତନତା ସକ୍ଷମ କାର୍ଯ୍ୟକ୍ରମ ମାଲକାନଗିରି ବସଷ୍ଟାଣ୍ଡ ଠାରେ ଆଇଓସିଏଲ ସଂସ୍ଥା ଏସଡିପି ସ୍ଥତିପ୍ରଜ୍ଞା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମାଲକାନଗିରି ବିଧାୟକ ଆଦିତ୍ୟମାଢି ଯୋଗଦେଇ ଜିଲ୍ଲାସ୍ତରୀୟ ସକ୍ଷମ ଜନସଚେତନତା ସୋଭାଯାତ୍ରା କୁ ସବୁଜ ପତାକା ଦେଖାଇ ଉଦଘାଟନ କରିଛନ୍ତି । ଏହି ଅବସରେ ଆଦର୍ଶ ଥାନା ଅଧିକାରୀ ରାମପ୍ରସାଦ ନାଗ,ଅଧ୍ୟାପକ ରଂଜନ କୁମାର ସ୍ୱାଇଁ,ଏଲପିଜି ବିକ୍ରେତା ଅଧିକାରୀ ସୌମ୍ୟ ଶୋରେନ,ଶଙ୍କର ସାହା ପ୍ରମୁଖ ଯୋଗଦେଇ ରୋଷଇ ଇନ୍ଧନ ସଂରକ୍ଷଣ କରିବା ପାଇଁ ପ୍ରେସର କୁକୁର ବ୍ୟବହାର କରିବା,ପେଟ୍ରୋଲିମୟ ପଦାର୍ଥକୁ ଅପବ୍ୟବହାର ନକରିବା ଆଦି ଜନସଚେତନତାର ବାର୍ତା ଦେଇଥିଲେ । ବସଷ୍ଟାଣ୍ଡ ଠାରୁ ବିଭିନ୍ନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ମାନେ ହାତରେ ପ୍ଲାକାର୍ଡ ଧରି ସୋଭାଯାତ୍ରା ବାହାରି ସହରପରିକ୍ରମା କରି ଇନ୍ଧନ ସଂରକ୍ଷଣ ଓ ସକ୍ଷମ ର ଜନସଚେତନତା ବାର୍ତା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.