Home ଜିଲ୍ଲା ପରିକ୍ରମା ଆଶ୍ରମ ବିଦ୍ୟାଳୟର ୪ର୍ଥଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ ପରିବାର ଲୋକେ ପ୍ରଧାନଶିକ୍ଷକ ଙ୍କୁ ଦାୟୀ କଲେ

ଆଶ୍ରମ ବିଦ୍ୟାଳୟର ୪ର୍ଥଶ୍ରେଣୀ ଛାତ୍ରୀର ମୃତ୍ୟୁକୁ ନେଇ ପରିବାର ଲୋକେ ପ୍ରଧାନଶିକ୍ଷକ ଙ୍କୁ ଦାୟୀ କଲେ

133

ମାଲକାନଗିରି,୧୮ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ମଙ୍ଗଳବିଭାଗର ଆଶ୍ରମ ଓ ଶେବାଅଶ୍ରମ ବିଦ୍ୟାଳୟ ସହିତ ଆବାସୀକ ବିଦ୍ୟାଳୟ ଗୁଡିକରେ ସବୁବେଳେ ଅବ୍ୟବସ୍ଥା ଲାଗିରହିଛି, କେଉଁଠି ବିଦ୍ୟାଳୟ ଛାଡିପିଲା ପଳାଇଲେଣ ିତ ଆଉକେଉଁଠାରେ ଶିକ୍ଷକ ମାନଙ୍କ ଅବହେଳା ପାଇଁ ଛାତ୍ର ଛାତ୍ରୀ ଙ୍କର ମୃତ୍ୟୁ ଘଟିଲାଣି । ଶେବାଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଙ୍କ ଅବହେଳା ପାଇଁ ଜଣେ ଛାତ୍ରୀର ମୃତ୍ୟୁ ହୋଇଥିବାର ପରିବାର ଲୋକେ ଅଭିଯୋଗକରିଛନ୍ତି । ମାଲକାନଗିରି ବ୍ଲକସ୍ଥ ବିଏଲପୁର ଗ୍ରାମର ଜଗନ୍ନାଥଖରା ଙ୍କ ୧୦ବର୍ଷର ଝିଅ ଭବାନୀ ଖରା ସେ ପାଙ୍ଗାମ ଶେବାଆଶ୍ରମ ବିଦ୍ୟାଳୟ ରହି ୪ର୍ଥ ଶ୍ରେଣୀରେ ପାଠପଢୁଥିଲେ , ହଟାତ ତାଙ୍କର ମଙ୍ଗଳବାର ଦିନ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଥିଲା , ସେ ଏ ସଂପର୍କରେ ଶିକ୍ଷକ ମାନଙ୍କୁ ଜଣାଇ ବାରୁ ବିଳମ୍ବରେ ପାଙ୍ଗାମ ସ୍ୱାସ୍ଥ୍ୟକେନ୍ଦ୍ର କୁ ଚିକିତ୍ସା ପାଇଁ ନେଇଥିଲେ ,ସେଠାରେ ଭବାନୀର ଅବସ୍ଥା ଗୁରୁତର ହେବାରୁ ସେଠାରୁ ମାଥିଲି ଗୋଷ୍ଟିସ୍ୱାସ୍ଥ୍ୟକେନ୍ଦ୍ର କୁ  ସ୍ଥାନାନ୍ତରିତ କରାଯାଇଥିଲା । ମାଥିଲି ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ଅବସ୍ଥାରେ ଭବାନୀ ଙ୍କର ମଙ୍ଗଳବାର ରାତ୍ର ୨.୩୦ମିନିଟରେ ମୃତ୍ୟୁ ହୋଇଯାଇଥିଲା । ଭବାନୀ ଙ୍କ ଦେହ ଅସୁସ୍ଥ ସଂପର୍କରେ ତାଙ୍କପରିବାର ଙ୍କୁ କୌଣସି କଥା ଶିକ୍ଷକ ମାନେ ଜଣାଇ ନଥିଲେ । ସେ ମରିଗଲା ପରେ ଜଣାଇଥିବାରୁ ଏହା ପ୍ରଧାନ ଶିକ୍ଷକ ଙ୍କ ଅବହେଳା ପାଇଁ ତାଙ୍କ ଝିଅର ମୃତ୍ୟୁ ଘଟିଲା ଅଭିଯୋଗ କରି ସେ ଝିଅର ମୃତ ଶରୀର ଘରକୁ ନ ନେଇ ଶବ ବ୍ୟବଛେଦ କରିବା ପାଇଁ ଅଡିବସିଥିଲେ । ଘଟଣାସ୍ଥଳରେ ପୁଲିସ ଓ ବିଭାଗୀୟ ଅଧିକାରୀ ମାନେ ପହଁଚି ହସପିଟାଲରେ ଶବବ୍ୟବଛେଦ କରି ତାଙ୍କ ପରିବାରଙ୍କୁ ହସ୍ତାନ୍ତର କରିଛନ୍ତି । ମୃତ୍ୟୁର ତଦନ୍ତକରା ଯାଇ ପ୍ରକୃତ ଅପରାଧିିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବ ବୋଲି ପ୍ରତି ଶୃତିଦେବାପରେ ପରିବାର ଲୋକେ ଆଜି ଅପରାହ୍ନରେ ଭବାନୀ ର ମୃତ ରୀର ଘରକୁ ନେଇଥିଲେ । ଏ ସଂପର୍କରେ ପିଏ ଆଇଟିଡିଏ କ୍ଷୀରାଦ୍ଦିବେହେରା ଙ୍କ ମତାମତ ନେବାରୁ ସେ କହିଥିଲେ, ଛାତ୍ରୀ ଭବାନୀ ଖରା ଙ୍କର ମୃତ୍ୟୁ ଯଦି ବିଦ୍ୟାଳୟର ଶିକ୍ଷକ ମାନଙ୍କ ଅବହେଳାରୁ ହୋଇଥିବ, ଅବହେଳା କରିଥିବା ଶିକ୍ଷକ ମାନଙ୍କ ପ୍ରତି ସରାକରୀ ନିୟମ  ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ । ଆଜି ମାଲକାନଗିରି ଜିଲ୍ଲାକୁ ଗଣଶିକ୍ଷା ମନ୍ତ୍ରୀ ଗସ୍ତରେ ଆସିଥିବା ବେଳେ ବିଦ୍ୟାଳୟର ଜଣେ ଛାତ୍ରୀର ମୃତ୍ୟୁ  ଘଟଣା ଜିଲ୍ଲାଶିକ୍ଷା ବିଭାଗର ପାରିବା ପଣିଆ ପଦାରେ ପଡିଯାଇଛି ।ଜଗନ୍ନାଥ ଖରା ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ,ସେ କେତେ ଆଶାକରିଥିଲେ ତାଙ୍କ ଝିଅ ପାଠ ପଢି ତାଙ୍କୁ ସାହାଯ୍ୟକରିବ ହେଲେ ଝିଅ ପଠପଢିବା ଆଗରୁ ଆରପାରିକୁ ଚାଲିଗଲେ, ତାଙ୍କ ଝିଅର ମୃତ୍ୟୁପାଇଁ ବିଦ୍ୟାଳୟର ଶିକ୍ଷ ମାନେ ହିଁ ଦାୟୀ ବୋଲି ସେ ଅଭିଯୋଗ କରିଛନ୍ତି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.