Home ଓଡ଼ିଶା ମାଲକାନଗିରି ପୁଲିସର ସଫଳତା, ଜଙ୍ଗଲରୁ ଜବତ କଲେ ୯କ୍ୱିଟାଂଲ୧୦ କେଜି ଗଜେଂଇ

ମାଲକାନଗିରି ପୁଲିସର ସଫଳତା, ଜଙ୍ଗଲରୁ ଜବତ କଲେ ୯କ୍ୱିଟାଂଲ୧୦ କେଜି ଗଜେଂଇ

234

ମାଲକାନଗିରି,୮ା୬(ଓଡିଆ ପୁଅ ) ମାଲକାନଗିରି ଥାନା ପୁଲିସ କୁ ମିଳିଛି ବଡ ସଫଳତା, ମାଲକାନଗିରି ଥାନା ଉଡୁପା ପଚାଂୟତ ଛତିଶଗଡ ସୀମାନ୍ତ ତଣ୍ଡାପାଲି ଗ୍ରାମ ଜଙ୍ଗଲରେ ଚଢଉ କରି ୯୧୦କେଜି ଗଜେଂଇ ଜବତ କରିଛି ପୁଲିସ । ପଦ୍ମଗିରି ଅଚଂଳରୁ ବାହାର ରାଜ୍ୟକୁ ଚାଲାଣ ହେବା ପାଇଁ ଛତିଶଗଡ ସୀମାନ୍ତ ତଣ୍ଡାପାଲି ଜଙ୍ଗଲରେ ବହୁପରିମାଣର ଗଜେଂଇ ଡମ୍ପିଂ ହୋଇରହିଥିବାର ମାଲକାନଗିରି ପୁଲିସ ନିକଟରେ ବିଶ୍ୱସ୍ତ ସୁତ୍ରରୁ ଖବର ପହଁଚିଥିଲା । ଏସପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଥାନା ଆଇଆଇସି ରାମ ପ୍ରସାଦ ନାଗ ଙ୍କ ନେତୃତ୍ୱରେ ସବଇନସପେକ୍ଟର ସୁନିଲ କୁମାର ସ୍ୱାଇଁ ପୁଲିସ ସଦଳବଳ ଛତିଶଗଡ ସୀମାନ୍ତ ଉଡୁପା ପଚଂୟତ ତଣ୍ଡାପାଲି ଗ୍ରାମ ଶେଷରେ ମୁଣ୍ଡରେ ଥିବା ଜଙ୍ଗଲ ଉପରେଚଢଉ କରିଥିଲେ । ସେହି ଜଙ୍ଗଲରେ ବହୁତ ଖୋଜା ଖୋଜି କଲା ପରେ ଜଙ୍ଗଲ ମଝିରେ ଏକ ସ୍ଥାନରେ ଡମ୍ପିଂ ହୋଇ ୩୬ଟି ବସ୍ତାରେ ବହୁପରିମାଣର ଗଜେଂଇ ଥିବାର ଦେଖିବାକୁ ପାଇଥିଲେ । ସେହି ଜଙ୍ଗଲରେ କିଏ ଏତେ ପରିମାଣର ଗଜେଂଇ ଗଛିତ କରି ରଖିଛି ସେ ସଂପର୍କରେ ପୁଲିସ ଖୋଜ ଖବର ନେଇଥିଲେ ମଧ୍ୟ କିଛି ପତା ପାଇ ପାରିନଥିବାରୁ ଗଜେଂଇ ଗୁଡିକୁ ଥାନାକୁ ଆଣି ମାଜଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଓଜନ କରିବାରୁ ୩୬ଟି ବସ୍ତାରେ ୯କ୍ୱିଟାଂଲ ୧୦କେଜି ଗଜେଂଇ ଥିବାର ଜଣାପଡିଛି । ଜବତ ଗଜେଂଇ ର ସରକାରୀ ମୂଲ୍ୟ ପ୍ରାୟ 45 ଲକ୍ଷ50ହଜାର ହେବ ବୋଲି ପୁଲିସ କହିଛି , ଥାନା କେସ ନମ୍ବର ୧୮୨/୨୦ ରେ ଏକ ମକୋଦମା ରୁଜୁକରି ଜଙ୍ଗଲରେ ରଖାଯାଇଥିବା ଗଜେଂଇଗୁଡିକ କାହାର ସେ ସଂପର୍କରେ ପୁଲିସ ଅଧିକ ତଦନ୍ତ ଚଳାଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.