Home ଓଡ଼ିଶା ମାଲକାନଗିରି ଦୈନିକ ବଜାର ରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ମାଲକାନଗିରି ଦୈନିକ ବଜାର ରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

490

ମାଲକାନଗିରି, ୩୦ା୩(ଓଡିଆ ପୁଅ ) ବିଭିନ୍ନ ଜଙ୍ଗଲ, ବାଡି ବଗିଚା ଗୁଡିକରେ ସାପ ଦେଖାଯାଉଥିବାବେଳେ ଏବେ ବଜାର ଘାଟରେ ଦିନବେଳା ସାପ ବୁଲୁଥିବାର ଦେଖିବାକୁ ମିଳୁଛି। ଆଜି ସକାଳେ ମାଲାକନଗିରି ପୌରପରିଷଦ ଦୈନିକ ବଜାର ଠାରେ ପନିପରିବା ବିକ୍ରୀ ଚାଲିଥିବା ସମୟରେ ଏକ ବୃହତ ଅଜଗର ସାପ ବୁଲୁଥିବାର ଦେଖି ଦୋକାନୀ ଓ ଗ୍ରାହକ ମାନେ ଭୟଭୀତ ହୋଇପଡିଥିଲେ। ବଜାର ଭିତରକୁ ଏକ ବିରାଟ ଅଜଗର ସାପ ପସିଆସିବା ଦେଖି ଭୟରେ ଲୋକମାନେ ଧାଁ ଦୌଡକରି ଥିଲେ ଓ କେତେକ ଦୋକାନୀ ସେମାନଙ୍କ ଦୋକାନ ବନ୍ଦ କରି ଦେଇଥିଲେ। ପରେ ସ୍ନେକ ହେଲ୍ପଲାଇନ ଫୋନ କରିବାରୁ ସ୍ନେକ ହେଲ୍ପଲାଇନ କର୍ମଚାରୀ ସ୍ଥାନୀୟ ଯୁବକମାନେ ପହଁଚି ପ୍ରାୟ ୧୦ ଫୁଟ ଲମ୍ବର ବୃହତ ଅଜଗର ସାପଟିକୁ ଉଦ୍ଧାର କରିଛନ୍ତି। ଉଦ୍ଧାର ଅଜଗର ସାପକୁ ଦେଖିବା ପାଇଁ ବଜାର ପରିସରରେ ଶହ ଶହ ଲୋକଙ୍କ ଭିଡ ଜମି ଯାଇଥିଲା। ଉଦ୍ଧାର ଅଜଗର ସାପଟିକୁ ସ୍ନେକହେଲପ୍ ଲାଇନ କର୍ମଚାରୀ ସ୍ଥାନୀୟ ଯୁବକମାନେ ମାଲ୍ୟବନ୍ତ ପାହଡରେ ନେଇ ଛାଡି ଦେଇଛନ୍ତି। ମାଲକାନଗିରି ଜିଲ୍ଲା ଆଗରୁ ସବୁଜବନାନୀ ବଣ ଜଙ୍ଗଲ ଘେରାରେ ଥିବାରୁ ବନ୍ୟପ୍ରାଣୀ ସରୀସୃପମାନେ ବିନା ବାଧାରେ ବଣ ଜଙ୍ଗଲରେ ରହୁଥିଲେ। ଏବେ ସବୁଜବନାନୀ ବଦଳରେ ବଣଜଙ୍ଗଲ ପାହଡ ତଳେ କଂକ୍ରୀଟ ଜଙ୍ଗଲ ସୃଷ୍ଟି ହେଲାଣି, ବଣଜଙ୍ଗଲ ସବୁ ଧିରେ ଧିରେ ଧ୍ୱସଂହେବାକୁ ବସିଲାଣି, ବନ୍ୟଜନ୍ତୁ ଓ ଶରୀସୃପ ମାନଙ୍କର ବାସସ୍ଥଳି ବଦଳରେ ସଭ୍ୟଶିକ୍ଷିତ ମଣିଷଙ୍କ କୋଠାଘର ଦେଖିବାକୁ ମିଳୁଛି, ସେମାନଙ୍କ ବାସସ୍ଥନ ନଷ୍ଟ ହୋଇଯାଉଥିବାରୁ ବନ୍ୟଜନ୍ତୁ ସହିତ ସାପ ଓ ଅନ୍ୟାନ ଶରୀସୃପ ମାନେ ଏବେ ସହରମୁଖା ହେବାକୁ ଲାଗିଲେଣି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.