Home ଅପରାଧ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ଅନଲାଇନରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ, ଜଣେ ଯୁବକ ଗିରଫ

ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ଅନଲାଇନରେ ଲକ୍ଷ ଲକ୍ଷ ଟଙ୍କାର ଠକେଇ, ଜଣେ ଯୁବକ ଗିରଫ

727

ବଲାଙ୍ଗୀର ୩୦-୩ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାରେ ଏକ ୧୩ ଜଣିଆ ଦଳ ଗଠନ କରି ୧୦ ଜଣ ଯୁବକ ଓ ୩ ଜଣ ମହିଳା ମିଶି ଦୀର୍ଘ ଦିନରୁ ଅନଲାଇନ ଠକେଇ କରି ଆସିବା ସହ ବିଭିନ୍ନ ଆଳରେ ଏ.ଟି.ଏମ ରୁ ଟଙ୍କା ଠକେଇ କରିଆସୁଥିବା ବେଳେ ଆଜି ବଲାଙ୍ଗୀର ସହରରେ ଏକ ଏଟିଏମ ନିକଟରୁ ଜଣେ ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି। ପ୍ରକାଶ ଯେ ଏହି ଅଭିଯୁକ୍ତ ଏ.ଟି.ଏମ ରେ ରହି ଜଣେ ବ୍ୟକ୍ତିଙ୍କୁ ଟଙ୍କା ବାହାର କରିବାରେ ସାହାଯ୍ୟ କରିବାକୁ କହି ଅନ୍ୟ ଏକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବା ନେଇ ଯୁକ୍ତି ତର୍କ କରି ହତାହାତି ହୋଇଥିଲା। ଘଟଣାସ୍ଥଳରୁ ଉକ୍ତ ଯୁବକ ଚମ୍ପଟ ମାରିବା ଉଦ୍ୟମ କରିବା ବେଳେ କିଛି ଲୋକଙ୍କ ସହାୟତାରେ କାବୁ କରିଥିବା ବେଳେ ଏକ ଦେଶୀ ବନ୍ଧୁକ ବାହାର କରି ଫାୟାର ଉଦ୍ୟମ କରିଥିଲେ। ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକ ଓ ତା’ ଠାରୁ ୮ ଗୋଟି ବିଭିନ୍ନ ବ୍ୟାଙ୍କ ର ଏଟିଏମ ଓ ନଗଦ ଟଙ୍କା ଏକ ରିଭଲଭର ସହ ନମ୍ବର ଥିବା ଏକ ବାଇକ ଜବତ କରାଯାଇଛି। ଗତ ଦୁଇ ଦିନ ତଳେ ଏହି ଦଳର ଜଣେ ଯୁବକ ଏକ ନମ୍ବର ବିହୀନ ପୁଲସର ଗାଡିରେ ଜଣେ ମହିଳାଙ୍କ ସୁନା ଚେନ ଲୁଟି ଫେରାର ହେବା ବେଳେ ଗାଡିରୁ ପଡି ଗାଡି ଛାଡି ଫେରାର ହୋଇଯାଇଥିଲା। ପଟଣାଗଡ଼ ଓ ଟିଟିଲାଗଡ଼ ଓ ବଲାଙ୍ଗୀର ସହର ଅଞ୍ଚଳର କିଛି ଶିକ୍ଷିତ ଯୁବକ ଯେଉଁ ମାନଙ୍କ ନାମରେ ପୂର୍ବରୁ ବିଭିନ୍ନ ମାମଲା ରୁଜ୍ଜୁ ହୋଇଛି ସେମାନେ ୩ ଜଣ ମହିଳାଙ୍କୁ ନିଜ ଦଳ ରେ ସାମିଲ କରି ଏକ ଡ଼ି ଟି ପି କେନ୍ଦ୍ର କରି ନା ନା ଆଳରେ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସହ ଟଙ୍କା ହଡପ କରିଆସୁଥିବା ସୂଚନା ମିଳିଛି। ତେବେ ଏ ନେଇ ବଲାଙ୍ଗୀର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସବିଶେଷ ତଦନ୍ତ ଆରମ୍ଭ କରିଥିବା ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.