Home ଜିଲ୍ଲା ପରିକ୍ରମା ମାଲକାନଗିରି ଥାନା ଅଧିକାରୀଙ୍କ ନାମରେ ଫେକ ଫେସବୁକ ଏକାଉଟଂ

ମାଲକାନଗିରି ଥାନା ଅଧିକାରୀଙ୍କ ନାମରେ ଫେକ ଫେସବୁକ ଏକାଉଟଂ

120

ମାଲକାନଗିରି,୧୦ା୧୦,(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ସାଇବର କ୍ରାଇମ ବଢିଚାଲିଛି । ପୁଲିସ ତାର ଟେର ପାଉନଥିବା ବେଳେ ଏହି ଠକାମିର ଶିକାର ଶିକାର ହୋଇଯାଇଛନ୍ତି ଖୋଦ ପୁଲିସ ଅଫିସର । ଆଗରୁ ଠକମାନେ ସାଧାରଣ ଲୋକଙ୍କୁ ଠକିଚାଲିଥିବା ବେଳେ ଏବେ ପୁଲିସ ଅଧିକାରୀ ମାନଙ୍କ ଉପରେ ଆଖିପକାଇଛନ୍ତି । ଏମିତି ଏକ ଘଟଣା ଦେକିବାକୁ ମିଲି ଛି ମାଲକାନଗିରି ଜିଲ୍ଲାରେ , ମାଲକାନିଗିରି ଆଦର୍ଶ ଥାନାର ଆଇଆଇସି ରାମପ୍ରସାଦ ନାଗଙ୍କ ନାମରେ କେହି  ଏକ ଫେକ ଫେସବୁକ ଏକାଉଟଂ ଖୋଲି ତାଙ୍କର ଫଟୋ ସେଥିରେ ଲଗାଇ ଫେସ ବୁକ ମାଧ୍ୟମରେ ବନ୍ଧୁମାନଙ୍କୁ ଟଙ୍କା ସହାଯ୍ୟକରିବା ପାଇଁ ମେସେଜ ପଠାଇଥିବାର ଜଣାପଡିଛି । ଆଇଆଇସି ଶ୍ରୀ ନାଗ ଏହା ଜାଣିବାପରେ ତୁରନ୍ତ ତାଙ୍କର ଅସଲି ଫେସବୁକରେ ବନ୍ଧୁମାନଙ୍କୁ ସୁଚନା ଦେଇଛନ୍ତି ସେ କାହାକୁ ଟଙ୍କା ସାହାଯ୍ୟକରିବା ପାଇଁ ମେସେଜ ପୋଷ୍ଟ କରିନାହାଁନ୍ତି, କେହି ଠକ ଏକ ଫେକ ଫେସ ବୁକ ଏକାଉଟଂ ଖୋଲି ଏପରି କରିଛନ୍ତି । କେହି ଟଙ୍କାପଠାନ୍ତୁ ନାହିଁ କି ଠକାମିରେ ପଡନ୍ତୁ ନାହିଁ, ଠକମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ । ମୋବାଇଲ ନମ୍ବର ଓ ଏକାଉଟଂନମ୍ବର ଅନୁସନ୍ଧାନ କରିବାପରେ ଆଇଆଇସି ଶ୍ରୀ ନାଗ ଜାଣିବାକୁ ପାଇଲେ ଫେକ ଫେସବୁକ ଏକାଉଟଂ ଖୋଲି ଏକାଉଟଂ ନମ୍ବର ପୋଷ୍ଟକରିଥିବା ବ୍ୟକ୍ତି ହେଉଛନ୍ତି ରାଜସ୍ଥାନର । ଏ ସଂପର୍କରେ ମାଲକାନଗିରି ପୁଲିସ ପକ୍ଷରୁ ଏକ କେସ ରୁଜୁକରାଯାଇ ତଦନ୍ତ ଚାଲିଛି । ସୁଚନା ଯୋଗ୍ୟ ଯେ ଗତ ମାସକ ତଳେ ମାଲାକନଗିରି ସହରର ଜଣେ ଶିକ୍ଷକ ଙ୍କ ନାମରେ ଫେକ ଫେସବୁକ ଏକାଉଟଂ ଖୋଲାଯାଇ ଫେସବୁକ ବନ୍ଧୁମାନଙ୍କୁ ଟଙ୍କା ମଗା ଯାଇଥିଲା । କିଛି ବନ୍ଧୁ ଏହା କୁ ବିଶ୍ୱାସକରି ସେହି ଏକାଉଟଂରେ ଟଙ୍କା ପଠାଇ ଠକାମିର ଶିକାର ହୋଇଥିବାର ଜଣାପଡିଛି । ସେ ହି ଘଟଣାସଂପର୍କରେ ପୁଲିସ ତଦନ୍ତ ଚଳାଇଥିବା ବେଳେ ଖୋଦ ପୁଲିସ ଅଫିସର ଙ୍କ ନାମରେ ଫେକ ଫେସବୁକ ଏକାଉଟଂ ଖୋଲାଯାଇ ଟଙ୍ଗାମାଗିବା ଘଟଣା ମାଲକାନଗିରି ସହରରେ ବେଶ ଚର୍ଚାର ବିଷୟ ପାଲଟିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.