Home ଓଡ଼ିଶା ମାଲକାନଗିରି ଥାନାର ମହିଳା ସବଇନିସପେକ୍ଟର ଙ୍କୁ ଟୁଇଟ କରି ପ୍ରଶଂସା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମାଲକାନଗିରି ଥାନାର ମହିଳା ସବଇନିସପେକ୍ଟର ଙ୍କୁ ଟୁଇଟ କରି ପ୍ରଶଂସା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

217

ମାଲକାନଗିରି,୧୩ା୫(ଓଡିଆ ପୁଅ ) ସମଗ୍ର ବିଶ୍ୱ କରୋନା ମହାମାରିରେ ସନ୍ତୁଳିତ ହେଉଥିବା ବେଳେ ଲକଡାଉନ ସମୟରେ ନିଜ କର୍ତବ୍ୟ ପାଳନ କରି ଅସହାୟ ଗରିବ ଲୋକଙ୍କୁ ନିଜ ହାତରେ ଖାଦ୍ୟଖୁଆଇ ମାନବିକତାର ପରିଚୟ ଦେଇଥିବା ମହିଳା ସବଇନସ୍ପେକ୍ଟର ଙ୍କୁ ଟୁଇଟ ମାଧ୍ୟମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ପ୍ରଶଂସା କରିଛନ୍ତି । ମାଲକାନଗିରି ଥାନା ମହିଳା ସବଇନିସ୍ପେକ୍ଟର ଶୁଭଶ୍ରୀନାୟକ ପ୍ରବଳଖରାରେ ଦୁଇଜଣ ବୃଦ୍ଧା ଭୋକରେ ଆଉଟୁ ପାଉଟୁ ହେଉଥିବା ବେଳେ ତାଙ୍କର ନିଜ ଖାଦ୍ୟ ସେମାନଙ୍କୁ ନିଜ ହାତରେ ଖୁଆଇ ଦେଇ ମାସ୍କ ପିନ୍ଧାଇ ସନିଟିଆଜ କରି ସେମାନଙ୍କ ଘରେ ଛାଡିବା ଭିଡିଓ ସାମଜିକ ଗଣମାଧ୍ୟମ ସହ ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରପ୍ରଧାନ ଟୁଇଟ କରି ମାନବ ସେବା ପ୍ରତି ତାଙ୍କର ଏହି ଅବଦାନ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ,ଲକଡାଉନ ସମୟରେ ନିଃସ୍ୱାର୍ଥଭାବେ ଅସହାୟ ବୃଦ୍ଧାଙ୍କୁ ନିଜହାତରେ ଖୁଆଇଦେଇ ମାନବିକତାର ପରିଚୟ ଦେଇଛନ୍ତି ଶୁଭଶ୍ରୀ,ତାଙ୍କର ଏହି ପ୍ରଚେଷ୍ଟା ସମାଜକୁ ନିଶ୍ଚିତ ପ୍ରେରଣା ଦେବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ଟୁଇଟ ମାଧ୍ୟମରେ ଜଣାଇ ଏସଆଇ ଶୁଭଶ୍ରୀଙ୍କ ନିକଟକୁ ଏକ ପ୍ରଶଂସା ପତ୍ର ପଠାଇଛନ୍ତି । ମିହିଳା ମୋର୍ଚାର ପୂଣ୍ଣ ର୍ମା ମଜୁମଦାର,ଗୀତାଜଂଳୀ ମହାପାତ୍ର ଏସଆଇ ଶୁଭଶ୍ରୀଙ୍କୁ ଭେଟି ଉପଢୌକନ ଦେଇ ସମ୍ମାନିତ କରିବାସହ ସେହି ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି । ଏହା ବ୍ୟତିତ ଦକ୍ଷିଣଭାରତର ସୁପର ମେଗାଷ୍ଟାର ତେଲୁଗୁ ହିରୋ ଚିରଜୀଂବି ଟୁଇଟ କରି ଶୁଭଶ୍ରୀ ଙ୍କୁୁ ବଧେଇଜଣାଇ ତାଙ୍କୁ ହାଇଦ୍ରାବାଦ ଫିଲ୍ମିସିଟିକୁ ନିମନ୍ତ୍ରଣ କରିଥିବାର ଜଣାପଡିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.