Home ଓଡ଼ିଶା ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ଓ ମାଗଣା ରକ୍ତଦାନ ଶିବିର,୩୦ ୟୁନିଟ୍ ରକ୍ତସଂଗ୍ରହ

ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ ଓ ମାଗଣା ରକ୍ତଦାନ ଶିବିର,୩୦ ୟୁନିଟ୍ ରକ୍ତସଂଗ୍ରହ

136

ମାଲକାନଗିରି,୧୩ା୫ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ରକ୍ତଭାଣ୍ଡାରରେ ଲକଡାଉନ ପାଇଁ ଦିନକୁ ଦିନ ରକ୍ତଗଛିତ ପରିମାଣ ହ୍ରାସପାଉଥିବାରୁ ବିଜୁ ଜନତାଦଳ ପକ୍ଷରୁ ଜୀବନବିନ୍ଦୁ ଓ ମାଗଣା ରକ୍ତଦାନ ଶିବୀର ଚିତ୍ରକୋଣ୍ଡା ବିଧାୟକ ଙ୍କ କାର୍ଯ୍ୟାଳୟ ମାଥିଲି ଠାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଶିବିରରୁ ୩୦ ୟୁନିଟ ରକ୍ତସଂଗ୍ରହ ହୋଇଛି । ମାଲକାନଗିରି ଜିଲ୍ଲା ବିଜେଡି ସଭାପତି ତଥା ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା ଙ୍କ ଆହ୍ୱାନକ୍ରମେ ଆୟୋଜିତ ରକ୍ତଦାନ ଶିବିରରେ ଆଦିବାସୀ ଯୁବକ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ବିଧାୟକ ଶ୍ରୀ ବାକା ପ୍ରବାଦପୁରଷ ବିଜୁବାବୁଙ୍କ ଫଟୋଚିତ୍ରରେ ମାଲ୍ୟର୍ପଣ ସହ ପ୍ରଦୀପ ପ୍ରଜ୍ୱଳନକରି ରକ୍ତଦାନ ଶିବିରକୁ ଉଦଘାଟନକରି ବିଜେଡି ଦଳର ଜୀବନବିନ୍ଦୁ କାର୍ଯକ୍ରମ ର ଉପକାରିତା ଲୋକମାନଙ୍କ ନିକଟରେ କିପରି ପହଁଚିପାରିବ ସେ ସଂପର୍କରେ କହିଥିଲେ । ସରକାରଙ୍କ ଗାଇଡ ଲାଇନ ଓ ଲକଡାଉନ ନିୟମ ପାଳନ କରାଯାଇ ସମସ୍ତେ ମାସ୍କ ପିନ୍ଧି ସାମାଜିକ ଦୂରତା ଅବଲମ୍ବନକରି ରକ୍ତଦାନକରିଥିଲେ । ମାଥିଲି ବ୍ଲକ ବିଜେଡି ସଭାପତି ବନ୍ଧୁ ମୁଦୁଲି,ଯୁବନେତା ମହେଶ ବାକା ପ୍ରମୁଖ ବିଜେଡି କର୍ମିମାନେ ରକ୍ତଦାନକରି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଶିବିର ରେ ମୋଟ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.