Home ଓଡ଼ିଶା ହାଇଦ୍ରାବାଦରୁ ଚାଲି ଚାଲି ଆସିଥିବା ପଶ୍ଚିମବଙ୍ଗର ୫୬ଜଣ ଶ୍ରମିକଙ୍କୁ ମାଲକାନଗିରି ଜିଲ୍ଲାପାଳ ସ୍ୱତନ୍ତ୍ର ବସରେ ମୁର୍ସିଦାବାଦ...

ହାଇଦ୍ରାବାଦରୁ ଚାଲି ଚାଲି ଆସିଥିବା ପଶ୍ଚିମବଙ୍ଗର ୫୬ଜଣ ଶ୍ରମିକଙ୍କୁ ମାଲକାନଗିରି ଜିଲ୍ଲାପାଳ ସ୍ୱତନ୍ତ୍ର ବସରେ ମୁର୍ସିଦାବାଦ କୁ ପଠାଇଲେ

265

ମାଲକାନଗିରି,୧୩ା୫(ଓଡିଆ ପୁଅ ) କରୋନା ମହାମାରୀ ସମଗ୍ର ବିଶ୍ୱ କୁ ଗ୍ରାସକରି ଲକଡାଉନ ପାଇଁ କୌଣସି ଯାନବାହନ ଚଳାଚଳ କରୁନଥିବାରୁ ହାଇଦ୍ରାବାଦରୁ ଦୀର୍ଘ ୯ଦିନ ଧରି ଚାଲି ଚାଲି ମାଲକାନଗିରି ଜିଲ୍ଲାସୀମାନ୍ତ ମୋଟୁ ଠାରେ ପହଁଚିଥିଲେ ପଶ୍ଚିମବଙ୍ଗ ରାଜ୍ୟ ମୁର୍ସିଦାବାଦ ର ୫୬ଜଣ ଶ୍ରମିକ । ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ସେମାନଙ୍କୁ ମୋଟୁ ଚେକପୋଷ୍ଟ ଠାରେ ଅଟକ ରଖାଯାଇ ସେହି ଶ୍ରମିକ ମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରା ଯାଇ କ୍ୱାରେଟାଂଇନରେ ରହିବା ପାଇଁ ସେମାନଙ୍କୁ ପରାମର୍ଶ ଦେବାରୁ ସେହି ଶ୍ରମିକ ମାନେ ନିଜ ଗାଁକୁ ଫେରି ଯାଇ ସେଠାରେ କ୍ୱାରେଟାଂଇନ ରେ ରହିବା ପାଇଁ କହିଥିଲେ । ସେହି ଶ୍ରମିକ ମାନେ ପଶ୍ଚିମବଙ୍ଗ ସରକାରଙ୍କୁ ଫୋନ ଯୋଗେ ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାକୁ ଅନୁରୋଧ କରିଥିଲେ ମଧ୍ୟ ପଶ୍ଚିମବଙ୍ଗ ସରକାର ସେମାନଙ୍କ କଥା ପ୍ରତି ଗୁରୁତ୍ୱ ଦେଇନଥିଲେ । କେତେ ଦିନ ବା ମୋଟୁ ବିଶ୍ରାମ ଗୃହରେ ରହିବେ ତେଣୁ ମାଲକାନଗିରି ଜିଲ୍ଲାପ୍ରଶାସନ କୁ ଅନୁରୋଧ କରିଥିଲେ ସେମାନଙ୍କୁ ପଶ୍ଚିମବଙ୍ଗ ସୀମାନ୍ତରେ ଛାଡିଦେବାର ବ୍ୟବସ୍ଥା କରିବା ପାଇଁ । ମାଲକାନଗିରି ଜିଲ୍ଲାପ୍‌୍ରଶାସନ ରାଜ୍ୟସରକାରଙ୍କ ଠାରୁ ଅନୁମତି ମାଗି ପଶ୍ଚିମବଙ୍ଗ ରାଜ୍ୟ ମେଦିନାପୁର ଜିଲ୍ଲାପାଳଙ୍କ ସହିତ ମାଲକାନଗିରି ଜିଲ୍ଲାପାଳ କଥା ହୋଇ ସେମାନଙ୍କୁ ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ମେଦିନାପୁର ଠାରେ ପହଁଚାଇବାର ବ୍ୟବସ୍ଥା କରିଛନ୍ତି । ଆଜି ଏହି ୫୬ଜଣ ଶ୍ରମିକଙ୍କୁ ସୀମାନ୍ତ ମୋଟୁ ଠାରୁ ଏକ ସ୍ୱତନ୍ତ୍ର ବସରେ ଜିଲ୍ଲାସଦର ମହକୁମାକୁ ଆଣାଯାଇଥିଲା । ଆଜି ରାତ୍ରରେ ମାଲକାନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଏହି ଶ୍ରମିକ ମାନଙ୍କୁ ଭୋଜନର ବ୍ୟବସ୍ଥା ସହ ସୁଖିଲା ଖାଦ୍ୟପୁଡିଆ, ପାଣିବୋତଲ,ମାସ୍କ ,ସାନିଟାଇଜର ଦେଇ ସ୍ୱତନ୍ତ୍ର ବସରେ ପଶ୍ଚିମବଙ୍ଗ ମୁର୍ସିଦାବାଦକୁ ପଠାଯାଇଛନ୍ତି । ଏହି ବିଦାୟକାଳିନ ସମୟରେ ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ, ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ଆରଡି ନିର୍ବାହି ଯନ୍ତ୍ରୀ କେ.ଭ.ିପି. ରାଓ ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତି ନିଧି ମାନେ ଉପସ୍ଥିତ ରହି ଘରକୁ ଫେରୁତିବା ପଶ୍ଟିମ ବଙ୍ଗ ଶ୍ରମିକ ମାନଙ୍କୁ ଯାତ୍ରାର ଶୁଭକାମନା କରି ବଧେଇଜଣାଇ ଥିଲେ । ପଶ୍ଟି୍‌ମବଙ୍ଗ ଶ୍ରମିକ ମାନେ ମାଲକାନଗିରି ଜିଲ୍ଲାପ୍ରଶାସନ ଓ ଜିଲ୍ଲାପାଳଙ୍କୁ ବହୁତ ଧନ୍ୟବାଦ ଜଣା କହିଥିଲେ ଆମ ପଶ୍ଟିମବଙ୍ଗ ସରକାର ଆମକୁ ନେବାର ବ୍ୟବସ୍ଥା କରିନଥିବା ବେଳେ ମାଲକାନଗିରି ଜିଲ୍ଲାପାଳ ଆମକୁ ଖାଦ୍ୟପେୟ ଦେଇ ସ୍ୱତନ୍ତ୍ରବସରେ ପଠାଇଥିବାରୁ ଆମେ ଓଡିଶା ସରକାରଙ୍କ  ନିକଟରେ ଚିରରୁଣିହୋଇ ରହିଲୁ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.