Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ସଦରଥାନାକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଆଦର୍ଶ ଥାନାଭାବେ ଘୋଷଣା କଲେ

ମାଲକାନଗିରି ଜିଲ୍ଲା ସଦରଥାନାକୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଆଦର୍ଶ ଥାନାଭାବେ ଘୋଷଣା କଲେ

186

ମାଲକାନଗିରି,୨୬ା୧୧ (ଓଡିଆ ପୁଅ ) ଆଜି ସଂନ୍ଧ୍ୟାରେ ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ମାଲକାନଗିରି ଜିଲ୍ଲାସଦର ଥାନା ସହ ରାଜ୍ୟରେ ଛଅ ଟି  ଥାନାକୁ ଆଦର୍ଶ ଥାନା ଭାବେ ଘୋଷଣା କରିଛିନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏହି କାର୍ଯ୍ୟକ୍ରମକୁ ସର୍ବସାଧାରଣରେ ଜଣାଇବା ନିମନ୍ତେ  ଆଜି ସଂନ୍ଧ୍ୟାରେ ମାଲକାନଗିରି ଥାନା ପରିସରରେ ଏସପି ଜଗମୋହନ ମୀନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ସଭାରେ ମୁଖ୍ୟଅତିଥି ଭାବେ ବିଧାୟକ ମାନସ ମାଡକାମି,ସମ୍ମାନିତ ଅତିଥି ଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥପଡିଆମି,ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଲିଙ୍ଗରାଜପଣ୍ଡା,ଡିଏଫଓ ପ୍ରଦୀପ ମିରସେ,ଏସଡିପିଓ ଶ୍ରବଣ ବିବେକ ଏମ ଯୋଗଦେଇ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରଥମ ଥରକରି ସଦର ଥାନାକୁ ଆଦର୍ଶ ଥାନା ଭାବେ ଘୋଷିତ କରାଯାଇଥିବାରୁ ରାଜ୍ୟସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟାବାଦ ଜଣାଇ ନୂତନ ଭାବେ ଘୋଷିତ ଆଦର୍ଶ ଥାନା ସଂପର୍କରେ କହିଥିଲେ । ଏହି ଆଦର୍ଶ ଥାନା ଦ୍ୱାରା ସାଧାରଣ ଲୋକେ ଉତମ ସେବା ପାଇବା ସହିତ ଉପଯୁକ୍ତ ଭାବେ ନ୍ୟାୟ ପାଇପାରିବେ ଓ ଥାନାକୁ କମ୍ପୁଟର ଓ ଡିଜିଟାଲ କରଣ ସହ ଅତ୍ୟାଧୁନିକ ଶୈଳିରେ କୋଠରୀ, ହାଜତଖାନା  ଓ ସଭାଗୃହ ନିର୍ମାଣ ହୋଇଛି, ଆସହାୟ ବରିଷ୍ଟ ନାଗରିକ ଙ୍କ ସହାୟତା ଦେବା ପାଇଁ ଜଣେ ଲେଖା କନେଷ୍ଟ ବଳଙ୍କୁ ଯୋଗାଇ ଦିଆଯିବ,ଥାନକୁ ଆସୁଥିବା ସମସ୍ତ ନାଗରିକଙ୍କୁ ଉତମ ବ୍ୟବହାର ସହ ସେମାନଙ୍କ ବସିବା ପାଇଁ ବ୍ୟବସ୍ଥା ଓ ଅନ୍ୟାନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଏସପି ଶ୍ରୀ ମୀନା ସୁଚନା ଦେଇଥିଲେ । ଏହି ସଭାରେ ବରିଷ୍ଟ ନାଗରିକ, ସାମ୍ବାଦିକ,ସହରର ବିଶିଷ୍ଟ ବ୍ୟକ୍ତି ବିଶେଷ,ଓକିଲ,ପୁଲିସ ଅଧିକାରୀ ,ବିଜୁ ଯୁବବାହିନୀର କର୍ମକର୍ତା ମାନେ ଯୋଗଦେଇ ଆଲୋଚାନରେ ଭାଗନେଇଥିଲେ । ମାଲକାନଗିରି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରୀପାଠୀ ସଭା ପରିଚାଳନା କରିଥିବା ବେଳେ ଡିଏସପି ପ୍ରଦୀପ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ମାଲକାନଗିରି ପୁଲିସ ପ୍ରଶାସନ ପକ୍ଷରୁ ଜିଲ୍ଲାସଦର ମହକୁମା ଆଦର୍ଶ ଥାନାକୁ ଆଲୋକମାଳା ଓ ଦୀପରେ ସୁସଜିତ କରାଯାଇ ଉତ୍ସବ ପାଳନ କରାଯାଥିଲା

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.