Home ଓଡ଼ିଶା ପତ୍ନୀ ହତ୍ୟା କାରି କୁ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା

ପତ୍ନୀ ହତ୍ୟା କାରି କୁ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା

41

ମାଲକାନଗିରି,୨୮ା୧୦ (ଓଡିଆ ପୁଅ ) ପତ୍ନୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି ମାଲକାନଗିରି ଜିଲ୍ଲା ଜଜ ରେଖା ପ୍ରସାଦ । ସୁଚନା ଅନୁଯାଇ ଗତ ୨୦୧୬ ମସିହାରେ ଓରକେଲ ଥାନାସ୍ଥ ବାଲିମେଳା ଅଚଂଳର ସୁଲତାନ ସିଂ ନିଜ ପତ୍ନୀ ରଶ୍ମିତା ଙ୍କୁ କୌଣସି କାରଣ ଯୋଗୁ ହତ୍ୟାକରି ବସ୍ତାରେ ପୁରଇ ନିକଟସ୍ଥ କେନାଲରେ ଭସାଇଦେଇଥିଲେ । ଏହି ଘଟଣାର ଓରକେଲ ପୁଲିସ ତଦନ୍ତ କରି ଅଭିଯୁକ୍ତ ସୁଲତାନ ସିଂ,ତାଙ୍କର ବାପା କାଲଭିନ ସିଂ,ମା ହରଜିତ କୌରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏହି ମାମଲାଟିର ବିଚାର ଜିଲ୍ଲା ଜଜ କୋର୍ଟରେ ଚାଲିଥିଲା । ମୋଟ ୧୯ଜଣ ସାକ୍ଷୀଙ୍କ ବୟାନ କୁ ଭିତି କରି ଜିଲ୍ଲା ଜଜ ରେଖା ପ୍ରସାଦ ମୁଖ୍ୟଅଭିଯୁକ୍ତ ସୁଲତାନ ସିଂ ଙ୍କୁ ପତ୍ନୀ ହତ୍ୟାକରିବା ଅଭିଯୋଗରେ ଆଜୀବନ କାରାଦଣ୍ଡାଦେଶ ସହ ୨୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି, ଦରିମନା ଅନାଦେୟ ଅଧିକ ୬ମାସ କାରାଦଣ୍ଡ ରେ ଦଣ୍ଡିତ ହେବେ ବୋଲି ରାୟ ଶୁଣାଇଛନ୍ତି । ଅନ୍ୟ ଦୁଇଜଣ ଅଭି ଯୁକ୍ତଙ୍କ ମାମଲା କୋର୍ଟରେ ବିଚାରଧୀନ ରହିଛି । ଏହି ମାମଲାଟିକୁ ପିପି ଆଇନଜୀବୀ ମହେନ୍ଦ୍ର ନାଗ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.