Home ଓଡ଼ିଶା ଜିଲ୍ଲାଅବକାରି ବିଭାଗ ପକ୍ଷରୁ ୧୩୬କେଜି ଗଜେଂଇ ଜବତ,ଦୁଇ ଜଣ ଗିରଫ

ଜିଲ୍ଲାଅବକାରି ବିଭାଗ ପକ୍ଷରୁ ୧୩୬କେଜି ଗଜେଂଇ ଜବତ,ଦୁଇ ଜଣ ଗିରଫ

18

ମାଲକାନଗିରି,୨୮ା୧୦ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଅବକାରି ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢଉ କରାଯାଇ ୧୩୬କେଜି ଗଜେଂଇ ଜବତ ସହ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି । ଆଜି ଜିଲ୍ଲା ଅବକାରି ବିଭାଗ ମୋବାଇଲ ଟିମ ପକ୍ଷରୁ ଚିତ୍ରକୋଣ୍ଡା ଥାନାସ୍ଥ ଦୁର୍ଗମ ମାଓପ୍ରବଣ ଡାଇକ-୧ ଗ୍ରାମ ଜଙ୍ଗଲ ଉପର ଚେଢ କରିଥିଲେ ।ସେହି ଜଙ୍ଗଲରେ କିଛି ଗଜେଂଇ ମାଫିଆ ବାହର ରାଜ୍ୟକୁ ଚୋରା ଚାଲଣ କରିବା ପାଇଁ ଲୁଚାଇ ରଖିଥିବା ୧୨୬ କେଜି ଗଜେଂଇ କେକ ଜବତକରିଛନ୍ତି । ଅବକାରି ବିଭାଗ କର୍ମଚାରି ମାନଙ୍କୁ ଦେଖି ଚୋରା ବେପାରି ମାନେ ଜଙ୍ଗଲରେ ଲୁଚିପଳାଇ ଥିଲେ । ଠିକ ସେହିପରି ମାଲକାନଗିରି ଅବକାରି ଥାନା ପକ୍ଷରୁ ଚଢଉକରାଯାଇ ଥିଲା, ମଟର ସାଇକେଲରେ ଜଣେ ପୁରଷ ଓ ମହିଳା ଦୃତ ଗତିରେ ପଳାଉଥିବାର ଦେଖି ଅବକାରି ବିଭାଗ ଅଧିକାରୀ ଓ କର୍ମଚାରୀ ମାନେ ସେମାନଙ୍କୁ ଗୋଡାଇ ଧରିଥିଲେ । ଜାଚଂ କରିବାରୁ ସେମାନଙ୍କ ନିକଟରୁ ଏକ ଏୟାର ବ୍ୟାଗରେ ୧୦କେଜି ଓଜନର ଗଜେଂଇ କେକ ମିଳିଥିଲା । ସେ ଦୁହେଁଙ୍କୁ ଗିରଫ କରାଯାଇ ଆଜି କୋର୍ଟଚାଲାଣ କରା ଯାଇଛି ବୋଲି ଜିଲ୍ଲାଅବକାରି ବିଭାଗ ସୁପରି ଟେଣଡେଟଂ ଅରୁଣ କୁମାର ପାଢୀ ସୁଚନା ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.