Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ଭାଜପା ଦଳର କାର୍ଯ୍ୟକାରିଣୀ ବୈଠକ

ମାଲକାନଗିରି ଜିଲ୍ଲା ଭାଜପା ଦଳର କାର୍ଯ୍ୟକାରିଣୀ ବୈଠକ

27

ମାଲକାନଗିରି,୧୩ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକମୁ ନଗର ଭବନଠାରେ ଜିଲ୍ଲା ଭାଜପା ଦଳର କାର୍ଯ୍ୟକାରାଣୀ ବୈଠକ ଜିଲ୍ଲାସଭାପତି ତଥା ବିଧାୟକ ଆଦିତ୍ୟ ମାଢିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟତ ଜିଲ୍ଲାରେ ଶିଳ୍ପ ସମନସ୍ୟା ସମାଧାନ,ଜିଲ୍ଲାବାହରକୁ ଯାଉଥିବା ଦାଦାନ ଶ୍ରମିକ ଚାଲାଣ ବନ୍ଦ,ରେଳ ଲାଇନ ତୁରନ୍ତ ନିର୍ମାଣ,ଭୁମିହିନ ମାନଙ୍କୁ ଚିହ୍ନଟ କରି ସ୍ଥାୟୀ ପଟାପ୍ରଦାନ,ଏୟାରଷ୍ଟ୍ରିପ ନିର୍ମାଣ,ଚିନାବାଦାମ ମଣ୍ଡି ଖୋଲିବା,ପ୍ରଧାନମନ୍ତ୍ରୀ ଆବାସ ଓ ପାଇଖାନା ଯୋଜନାରେ ବ୍ୟାପକ ଦୁର୍ନିତି ର ତଦନ୍ତ କରିବା,ଜିଲ୍ଲାରେ ମେଡିକାଲ କଲେଜ ସହିତ ଡାକ୍ତର ପଦବି ପୁରଣ କରିବା,ମଣ୍ଡିରୁ ଧାନ ଉଠାଇବା,ବେଜାଙ୍ଗଓ୍ୟର୍ଡା ଡାକଘର ଦୁର୍ନିତିରେ କ୍ଷତି ଗସ୍ତ ପରିବାରଙ୍କୁ ଟଙ୍କା ଫେରାଇବା,କାଲିମେଳା ତହସିଲରେ ବଡ ଧରଣର ଜମି ଘୋଟାଲା ର ଦୋଷିଙ୍କୁ ଦଣ୍ଡଦେବା ଆଦିବିଷୟରେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାପରିଷ ଅଧ୍ୟକ୍ଷ ଦଶରଥପଡିଆମି, ନିମାଇ ପାଲ,କାଲିରାମ ମାଝି,ଶୁଭ୍ରାଂଶୁ ସାହୁ ଙ୍କ ସହିତ ଜିଲ୍ଲାକାର୍ଯ୍ୟକାରି ସଦସ୍ୟ, ସମସ୍ତ ଜିଲ୍ଲାପରିଷଦ ସଦସ୍ୟ,ବିଧାୟ ପ୍ରତିନିଧି,୧୭ଟି ମଣ୍ଡଳ ସଭାପତି,୮ଟି ମୋର୍ଚା ସଭାପତି ପ୍ରମୁଖ ଉପସ୍ଥିତ ରହି ସାଙ୍ଗଠାନିକ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.