Home ଓଡ଼ିଶା ଶାନ୍ତିର ବାର୍ତାନେଇ ଦ୍ୱିତୀୟ ଦାଣ୍ଡି ଯାତ୍ରା,ଦୀର୍ଘ ୨୨୨ କିଲୋମିଟର ପଦ ଯାତ୍ରାଆରମ୍ଭ

ଶାନ୍ତିର ବାର୍ତାନେଇ ଦ୍ୱିତୀୟ ଦାଣ୍ଡି ଯାତ୍ରା,ଦୀର୍ଘ ୨୨୨ କିଲୋମିଟର ପଦ ଯାତ୍ରାଆରମ୍ଭ

68

ମାଲକାନଗିରି,୧୩ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟରେ ବାରମ୍ବାର ମାଓବାଦୀ ମାନେ ହିଂସାକାଣ୍ଡ ଘଟାଇ ଅନେକ ଧନଜୀବନ ହାନି କରୁଥିବାରୁ ସୀମାନ୍ତରେ ଶାନ୍ତି ଫେରାଇଆଣିବା ପାଇଁ ଦ୍ୱିତୀୟ ଦାଣ୍ଡି ଯାତ୍ରା ଆରମ୍ଭ ହୋଇଯାଇଛି । ଗତ୯୧ବର୍ଷତଳେ ଦେଶରୁ ଇରେଜଂ ସରକାର ଓ ବ୍ରିଟିସ ଶାସନ କୁ ହଟାଇ ଦେଶକୁ ସ୍ୱାଧିନତା ଆଣିବା ପାଇଁ ଜାତିର ପିତା ମହାତ୍ମାଗାନ୍ଧୀ ଶାନ୍ତିର ବାର୍ତାନେଇ ପ୍ରଥମ ଦାଣ୍ଡିଯାତ୍ରା ଆରମ୍ଭ କରିଥିଲେ । ହିଂସା ହଟାଇ ଶାନ୍ତି ଫେରାଇ ଆଣିବା ପାଇଁ ଏହା ଦ୍ୱିତୀୟ ଦାଣ୍ଡିଯାତ୍ରା ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲା ଠାରୁ ରାଇପୁର ପଯ ର୍୍ୟନ୍ତ ଦୀର୍ଘ୨୨୨ କିଲୋମିଟର ପଦ ଯାତ୍ରା ୧୨ତାରିଖ ଠାରୁ ଆରମ୍ଭ ହୋଇ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତକାଲି ଛତିଶଗଡ ରାଜ୍ୟ ନାରାୟଣପୁର ଜିଲ୍ଲାସଦର ମହକୁମା ଠାରୁ ସିଜି ନେଟସ୍ୱର ର ମୁଖ୍ୟ ତଥା ପୁବ ର୍ତନ ବିବିସି ନିୟୁଜ ରିପୋର୍ଟ ସୁଭ୍ରାଶୁଂ ଚୌଧୁରୀ ଙ୍କ ନେତୃତ୍ୱରେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ପାରମ୍ପିରିକ ପୋଷାକ ପରିଧାନ କରି ଢୋଲମର୍ଦ୍ଦାଳ ପାରମ୍ପାରିକ ବାଦ୍ୟର ତାଳେ ତାଳେ ବସ୍ତର ମାଙ୍ଗେ ହିଂସା ସେ ଆଜାଦି ଲେଖା ଥିବା ମୁହଁରେ ମାସ୍କଲଗାଇ ପଦଯାତ୍ରା ରେ ବାହାରି ଛନ୍ତି । ଏହି ଦାଣ୍ଡି ଯାତ୍ରା ଓ ଶାନ୍ତି ପଦ ଯାତ୍ରାରେ ମାଓବାଦୀଙ୍କ ହିଂସକାଣ୍ଡ ଦ୍ୱାରା ନିଯ ର୍ାତିତ ଓ ବିତାଡିତ ପରିବାରଙ୍କ ସହିତ ପୁଲିସ ଦ୍ୱାରା ନିର୍ଯ୍ୟାତିତ ପରିବାର ସାମିଲ ହୋଇଛନ୍ତି । ଏହି ଦାଣ୍ଡିଯାତ୍ରା ଓ ଶନ୍ତି ପଦ ଯାତ୍ରାର ମୁଳ ଲକ୍ଷହେଲା ଜନସାଧାରଣ,ପୁଲିସ ଓ ମାଓବାଦୀ ଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରାଯାଇ ହିଂସାବଦଳରେ ଶନ୍ତି ଫେରାଇ ଆଣିବା । ଜାତୀୟସ୍ତର ର ଏକ ସଂଗଠନ ପକ୍ଷରୁ ଏହି ଦାଣ୍ଡି ଯାତ୍ରା ଓ ଶନ୍ତିପଦ ଯାତ୍ରା ଉପରେ ଗତ୨୦୨୦ ମସିହା ଅପ୍ରେଲ ମାସରେ ବିଭିନ୍ନ ଲୋକଙ୍କ ମତ ନିଆ ଯାଇଥିଲା ।କେବଳ ବସ୍ତର ଜିଲ୍ଲାରେ ଶତକଡା ୯୨ପ୍ରତିଶତ ଲୋକମତ ଉପସ୍ଥାପନ କରି ଏହି ଦାଣ୍ଡି ଯାତ୍ରାରେ ସିମଲ ହେବାପାଇଁ ସହମତି ଦେଇଥିଲେ ।

 

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.