Home ଓଡ଼ିଶା ମହାରାଷ୍ଟ୍ର ରୁ ଗିରଫ ୪ଜଣ ଠକଙ୍କୁ କୋର୍ଟଚାଲାଣ,

ମହାରାଷ୍ଟ୍ର ରୁ ଗିରଫ ୪ଜଣ ଠକଙ୍କୁ କୋର୍ଟଚାଲାଣ,

30

ମାଲକାନଗିରି,୧୩ା୩ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ମାହେଶ୍ୱରୀ କଲୋନିର ଭୁମିକା ନାମି ଜେଣେ ମହିଳାଙ୍କ ଠାରୁ ଘରୁ ପ୍ରେତ୍ମା ବାହରକରିବା ଓ ସମସ୍ତପ୍ରକାର ରିଷ୍ଠଖଣ୍ଡନ ହେବ କହି ଗତ ୬ତାରିଖରେ ନନ୍ଦୀବଳଦ ଦେଖାଇ ପୂଜା ନାମରେ ୪୮ହଜାର ଟଙ୍କା ଠକିନେଇଥିଲେ କିଛି ଭଣ୍ଡଦଳ । ଏହି ଠକଦଳଙ୍କୁ ମାଲକାନଗିରି ପୁଲିସ ର ସ୍ୱତନ୍ତ୍ର ଟିମ ମହାରାଷ୍ଟ୍ରରୁ ଗିରଫ ନନ୍ଦିବଳଦ ସହ ମାଲକାନଗିରି କୁ ଆଣିଛନ୍ତି । ଆଜି ମାଲକାନଗିରି ଥାନାରେ ଆୟୋଜିତ ସାମ୍ବାଦିକ ସାମ୍ମିଳନୀରେ ଏସଡିପିଓ ଅଂଶୁମାନ ଦ୍ୱିବେଦୀ ଗିରଫ ୪ଜଣଠକଙ୍କୁ ପ୍ରଦର୍ଶନକରି ସେମାନଙ୍କ ଠାକାମିର କରନାମା ସଂପର୍କରେ ସୁଚନା ଦେଇଛନ୍ତି । ଏହି ଠକ ଦଳ ଙ୍କ ନିଜ ଘର ମାହାରାଷ୍ଟ୍ର ରାଜ୍ୟ ବଡ ଜିଲ୍ଲା ଗୋଟ୍ରାଲ ଗ୍ରାମରେ । ସେମାନଙ୍କ ରିଙ୍ଗଲିଡର ହେଉଛନ୍ତି ସନିଲ ତାରାଚାନ୍ଦ(୩୬)ସେ କୈଳାଶ ବାଗୁଡୁ ଗୋଣ୍ଡେ(୪୦),ଲାଲା କରବାରୀ କାନଡେ(୪୮),ଅଜିତ ବାଗୁଡୁ ଗୋଣ୍ଡେ ଙ୍କୁ ନେଇ ଏକ ଟିମଗଠନ କରି ଏକ ହୃଷ୍ଠପୃଷ୍ଠ ନନ୍ଦୀବଳଦ ର ସିଙ୍ଘରେ ଲାଲାରଙ୍ଗର କଲର ଲଗାଇ,ଘୁଙ୍ଗୁର ପିନ୍ଧାଇ ତାକୁ ସୁନ୍ଦର ଭାବେ ସଜାଇ ବିଭିନ୍ନ ରାଜ୍ୟକୁ ଯାଇ ଏହା ସ୍ୱାୟଂ ସାଇବାବା ତ ଆଉକେଉଁଠି ମହାଦେବଙ୍କ ନନ୍ଦୀ କହି ଲୋକଙ୍କ ମନରେ ବିଶ୍ୱାସ ଜମାଇ ଠକିଥାନ୍ତି । ଏମିତି ଗତ୬ତାରିଖରେ ମାଲକାନଗିରି ଜିଲ୍ଲାସଦର ମହକୁମାସ୍ଥ ମାହେଶ୍ୱରୀ କଲୋନିର ଭୁମିକା ନାମି ଜଣେ ନିରିହ ସରଳ ମହିଳାଙ୍କ ମନରେ ବିଶ୍ୱାସ ଜମେଇ ତୁମଘରେ ଏକ ମହିଳା ପ୍ରେତ୍ମାଅଛି, ସେଥିପାଇଁ ସବୁବେଳେ ତୁମପରିବାର ଅସାନ୍ତିରେ ରହୁଛ,ରିଷ୍ଠଖଣ୍ଡନ ପାଇଁ ୫୦ହଜାର ଟଙ୍କା ଲାଗିବ କହିଥିଲେ । ସେହି ମହିଳା ବିଶ୍ୱାସରେ ସେମାନଙ୍କୁ ୪୮ହଜାର ଟଙ୍କା ଦେଇଦେଇଥିଲେ । ଠିକ ସେହିପରି ଅନ୍ୟା କିଛି ଲୋକଙ୍କ ଠାରୁ ମଧ୍ୟ ଏହିଠକ ଦଳ ଟଙ୍କା ଠକିନେଇଥିବାର ଥାନାରେ ଅଭିଯୋଗ ହୋଇଥିଲା । ମାଲକାନଗିରି ଥାନାରେ ଅଭିଯୋଗ ହେବାପରେ ଏସପି ରିସିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ସ୍କାର୍ଡ ଟିମ ଗଠନ କରାଯାଇଥିଲା । ମୋବାଇଲ ଟ୍ରାକିଂରୁ ଜଣାପଡିଲା ଏହିଭଣ୍ଡ ଦଳ ମହାରାଷ୍ଟ୍ରକୁ ପଳାଇଛନ୍ତି । ସବଇନିସ୍ପେକ୍ଟର ଚନ୍ଦ୍ରକାନ୍ତ ତାଣ୍ଡି ଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମ ମାହାରାଷ୍ଟ୍ରକୁ ଯାଇ ସେଠାରେ ପହଁଚି ସେମାନଙ୍କୁ ଚିହ୍ନଟ କରି ସେହି ଠକଦଳଙ୍କୁ ମାଲକାନଗିରି ଥାନାକୁ ଅଣିଛନ୍ତି । ଆଜି ସେହି ଠକ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ନନ୍ଦୀବଳଦ ନିରିହ ପଶୁ ହୋଇଥିବାରୁ ତାଙ୍କୁ ମହାରାଷ୍ଟ୍ରକୁ ଫେରାଇ ଦିଆଯାଇ ତାଙ୍କର ଭରପୋଷଣ ଓ ରକ୍ଷାଣ ବେକ୍ଷାଣ ପାଇଁ ନନ୍ଦୀର ଅସଲି ମାଲିକ ଙ୍କୁ ଜିମାଦିଆଯାଇଛି । ଅନ୍ଧବିଶ୍ୱାସରେ ବସବର୍ତି ହୋଇ ଏପରି ଠକାମିର ଶିକାର ହୁଅନ୍ତୁ ନାହଁ, ଏପରି ଠକ ଦଳଙ୍କୁ ଦେଖିଲେ ତୁରନ୍ତ ପୁଲିସଙ୍କୁ ଖବର ଦିଅନ୍ତୁ ବୋଲି ଏସଡିପିଓ ଶ୍ରୀ ଦ୍ୱିବେଦୀ ଜିଲ୍ଲାବାସୀଙ୍କୁ ପରାମର୍ଶ ଦେଇଛନ୍ତି । ଏହି ସମ୍ବାଦିକ ସମ୍ମିଳନୀରେ ମାଲାକନଗିରି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ,ସବଇନିସପେକ୍ଟର ଚନ୍ଦ୍ରକାନ୍ତ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.