Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲା ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ନୁତନ କର୍ମକର୍ତା ନିର୍ବାଚନ

ମାଲକାନଗିରି ଜିଲ୍ଲା ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ନୁତନ କର୍ମକର୍ତା ନିର୍ବାଚନ

208

ମାଲକାନଗିରି,୮ା୧୨(ଓଡିଆ ପୁଅ ) ଓଡିଶା ରାଜ୍ୟ ବିଦ୍ୟୁତ ଶ୍ରମିକ କର୍ମଚାରୀ ସଂଘର ମାଲକାନଗିରି ଜିଲ୍ଲାଶାଖା ପାକ୍ଷରୁ ୨୦୨୦ ମସିହା ପାଇଁ ନିର୍ବାଚନ ଅନୁଷ୍ଟିତ ହୋଇ ଯାଇଛି । ସ୍ଥାନିୟ କଂଟ୍ରୋଲରୁମ ସଭାଗୃହରେ  ମଳୟକୁମାର ପଟନାୟକଙ୍କ ଅଧ୍ୟକ୍ଷତାରେ  ନିର୍ବାଚନି ସଭାରେ ପୁରୁଣା କର୍ମକର୍ତାମାନେ ସେମାନଙ୍କ ପଦବିରୁ ଇସ୍ତପା ଦେଇଥିବା ବେଳେ ନୂତନକର୍ମକର୍ତା ମାନଙ୍କ ପାଇଁ ନିର୍ବାଚନ ହୋଇଥିଲା ।  ଗୈାରହରି ସାମଲ ନିର୍ବାଚନ ପର୍ଯ୍ୟବେକ୍ଷକ  ଭାବେ ଉପସ୍ଥିତ ଥିଲେ । ଏହି ଅବସରରେ ମାଲକାନଗିରି ଡିଭିଜନ ସଂଘର କର୍ମକର୍ତା ନିର୍ବାଚନ କରା ଯାଇଥିଲା । ମାଲକାନଗିରି ଜିଲ୍ଲା ବିଦ୍ୟୁତ କର୍ମଚାରୀ ସଂଘ ଉପଦେଷ୍ଟା ଭାବେ ସବେ ର୍ଶ୍ୱର ସତପଥୀ,ଡିଭିଜନ ସଂପାଦକ ଭାବେ ମଳୟକୁମାର ପଟନାୟକ,ସହକାରି ସଂପାଦକ ଗୈରହରି ସାମଲ, ଡିଭିଜନ କାର୍ଯ୍ୟନିର୍ବାହି ସଦସ୍ୟ ସୁନିଲକୁମାର ସାବତ,ବାସୁଦେବ ସାହୁ,ସଂଗଠକ ସଙ୍କରକୁମାର ପାତ୍ର,ତନୟକୁମାର ମିଶ୍ର,ପୁରଷୋତମ ଗୌଡ,ଅନିଲକୁମାର ସାହୁ,ଗୋଲାପରଜଂନଜେନା,ସୁଶାନ୍ତକୁମାର ବିଶ୍ୱାଳ,ପି.ସନ୍ତୋଷ କୁମାର ସବ ର୍ସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ । ନବ ନିର୍ବାଚିତ କର୍ମକର୍ତା ଓ କର୍ମଚାରୀ ସଂଘର ସମସ୍ତ ସଦସ୍ୟ ମାନେ ଏହି ସଭାରେ ଅପସ୍ଥିତ ରହି  ବିଦ୍ୟୁତ ଶ୍ରମିକ କର୍ମଚାରୀ ମାନଙ୍କ ବିଭିନ୍ନସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।ସମସ୍ଥ ଅସ୍ଥାୟୀ କର୍ମଚାରୀ ମାନଙ୍କୁ ସ୍ଥାୟୀକରିବା,ଦୁର୍ଗମ ବିଛିନ୍ନାଚଲରେ କାମକରୁଥିବା କର୍ମଚାରୀ ମାନଙ୍କୁ ଭତା.ଫୋନ ପ୍ରଦାନ,ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଦରମା ବୃଦ୍ଧି,ସମସ୍ଥ କର୍ମଚାରୀଙ୍କୁ ପେନସନ ଲାଗୁ,ଇତ୍ୟାଦି  ଦାବିନେଇ ସଂଘର କର୍ମକର୍ତା ମାନେ ଆଲୋଚନା କରିଥିଲେ  ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.