Home ଜିଲ୍ଲା ପରିକ୍ରମା ୨ ଲକ୍ଷ ୨୧ ହଜାର ୮୧୭ ଜଣ ପିଲା କୃମିନାଶକ ଔଷଧ ଖାଇଲେ, ୧୭ତାରିଖ ଦିନ...

୨ ଲକ୍ଷ ୨୧ ହଜାର ୮୧୭ ଜଣ ପିଲା କୃମିନାଶକ ଔଷଧ ଖାଇଲେ, ୧୭ତାରିଖ ଦିନ ସ୍ୱାଭିମାନ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ କୃମିନାଶକ ଔଷଧ ବଣ୍ଟନ କରାଯିବ

153

ମାଲକାନଗିରି, ୧୪ା୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ୧ ବର୍ଷରୁ୯ ବର୍ଷର ୨ ଲକ୍ଷ ୨୯ ହଜାର ୪୫୩ ଜଣ ପିଲାଙ୍କ ମଧ୍ୟରୁ ୨ ଲକ୍ଷ ୨୧ ହଜାର ୮୧୭ ଜଣ ପିଲାଙ୍କୁ କୃମିନାଶକ ଔଷଧ ଖୁଆଯାଇଛି। ଆସନ୍ତା ୧୭ ତାରିଖରେ ବଳକା ରହି ଯାଇଥିବା ୧୮ ହଜାର ପିଲା ଓ ସ୍ୱତନ୍ତ୍ର ଭାବେ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପିଲାଙ୍କୁ କୃମିନାଶକ ଔଷଧ ଘର ଘରବୁଲି ବଣ୍ଟନ କରାଯିବ।

ଏହି କାର୍ଯ୍ୟରେ ଜିଲ୍ଲାର ସମସ୍ତ ମହିଳା, ପୁରୁଷ ସ୍ୱାସ୍ଥ୍ୟକର୍ମୀ, ଆଶା, ଅଙ୍ଗନଓ୍ୟାର୍ଡି କର୍ମୀ ମାନଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇ ନିୟୋଜିତ କରାଯାଇଛି ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଅଜୟ କୁମାର ବୈଠାରୁ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅତିରିକ୍ତ ସଂଚାଳକ ବନବିହାରୀ ମିଶ୍ର କହିଛନ୍ତି। ସୂଚନା ଯୋଗ୍ୟ ଯେ ଜିଲ୍ଲାର ଅନେକ ସ୍ଥାନରେ ଦୁର୍ବଳ, ପତଳା ପିଲାମାନେ ଏହି କୃମିନାଶକ ଔଷଧ ଖାଇ ଅସୁସ୍ଥ ହୋଇ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବାର ଖବର ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.