Home ଓଡ଼ିଶା ମାଲକାନଗିରି ଜିଲ୍ଲା ଆଦିବାସୀ ଯୁବକ ପୁରୀ ବେଳାଭୂମିରେ ଜଣେ ପ୍ରସିଦ୍ଧ ବାଲୁକାଶିଳ୍ପୀ ଭାବେ ପରିଚିତ

ମାଲକାନଗିରି ଜିଲ୍ଲା ଆଦିବାସୀ ଯୁବକ ପୁରୀ ବେଳାଭୂମିରେ ଜଣେ ପ୍ରସିଦ୍ଧ ବାଲୁକାଶିଳ୍ପୀ ଭାବେ ପରିଚିତ

42

ମାଲକାନଗିରି,୨୮ା୨(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଏକ ପଲ୍ଲୀ ଗ୍ରାମର ଜଣେ ଆଦିବାସୀ ଯୁବକ ଏବେ ଶ୍ରୀ କ୍ଷେତ୍ର ପୁରୀ ବେଳାଭୂମୀରେ ଜଣେ ପ୍ରସିଦ୍ଧ ବାଲୁକା ଶିଳ୍ପୀଭାବେ ପରିଚିତ ହୋଇ ଜିଲ୍ଲାପାଇଁ ଗୌରବର ବିଷୟ ପାଲଟିଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସ୍ଥ ଅପହଁଚ ଇଲାକା ତୁମ୍ବାଗୁଡା ପଲ୍ଲୀଗ୍ରାମର ମୁକକେଶ କବାସୀ ଜଣେ ବାପା ଛେଉଣ୍ଡ ଗରିବ ଆଦିବାସୀ ଯୁବକ,ତାଙ୍କ ବାପାଙ୍କ ନାମ ସ୍ୱର୍ଗତ ଗଙ୍ଗାକବାସୀ ଓ ମାତା ପଦିଏ କବାସୀ । ବାପାଙ୍କ ମୃତ୍ୟୁପରେ ମୁକେଶ କାଲିମେଳାରେ ଜଣେ ଶିକ୍ଷକ ଙ୍କ ଘରେ ରହିପାଠପଡୁଥିଲେ । ସେ ପିଲାଦିନେ ବାପାଙ୍କ ସାଥିରେ ଜମିକୁ କାମକରିବାକୁ ଯାଇଥିବା ବେଳେ ପାହଡ ଝରଣା ନିକଟରେ ବାଲିରେ ନାନାପ୍ରକାର ବାଲିର ମୂର୍ତି ନିର୍ମଣ କରି ଖେଳିଥାନ୍ତି । ଦିନେ କାଲିମେଳାରେ ଥିବା ବେଳେ ଏକ ଖବରକାଗଜରୁ ପଢିବାକୁ ପାଇଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ବାଲୁକା ର କଳାକୃତି ଓ ତାଙ୍କ ଜୀବନୀ ସଂପର୍କରେ । ସେହିଦିନଠାରୁ ସୁଦର୍ଶନଙ୍କ ପରି ସେ ମଧ୍ୟ ପୁରୀ ବେଲାଭୂମିରେ ନାନାପ୍ରକାର ବାଲୁକା କଳାକୃତି ନିର୍ମଣ କରିବାପାଇଁ ଆଶା ବାନ୍ଧିରଖିଲେ । ତାପରେ ତାଙ୍କ ନିକଟକୁ ସେ ଯିବାପାଇଁ ବାହାରି ପଡିଥିଲେ । ମୁକେଶ ସୁଦର୍ଶନଙ୍କ ନିକଟକୁ ଯାଇ ତାଙ୍କ ନିକଟରେ ରହି କାମକରିବାପାଇଁ ଅନୁରୋଧ କରିବାରୁ ସୁଦର୍ଶନ ଜଣେ ଆଦିବାସୀ ଯୁବକର ବାଲୁକା କଳାକୃତି ପ୍ରତି ଆଗ୍ରହଦେଖି ତାଙ୍କ ନିକଟରେ ରଖିଦେଲେ । ଏବେ ମାଲକାନଗିରି ଜିଲ୍ଲାର ନିପଟ ମଫସଲ ଗାଁର ଆଦିବାସୀ ଯୁବକ ମୁକେଶ କବାସୀ ପୁରୀ ବେଳାଭୂମୀରେ ଜଣେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ଭାବେ ପରିଚିତ ହୋଇ ଜିଲ୍ଲାର ଟେକ ରଖିଛନ୍ତି । ମୁକେଶ ପୁରୀ ବେଳାଭୂମିରେ ବାଲିରେ ନାନାପ୍ରକାର ପ୍ରତିମୂର୍ତିନିର୍ମାଣ କରିଚାଲିଛନ୍ତି । ମୁକେଶଙ୍କର ଆଗ୍ରହ ଦେଖି ଅର୍ଜର୍ତାିୟ ବାଲୁକା ଶିଳ୍ପୀ ସୁଦର୍ଶନ ଖୁସିରେ ତାଙ୍କ ନିକଟରେ ରଖି ମୁକେଶଙ୍କୁ ବାଲୁକା କଳାକୃତିର ତାଲିମ ଦେଉଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.