Home ଓଡ଼ିଶା ସ୍ୱାମିଙ୍କ ମୃତ୍ୟୁ ଦୁଃଖରେ ସ୍ତ୍ରୀ ଙ୍କ ଆତ୍ମହତ୍ୟା,ଅସହାୟ ପରିବାରଙ୍କୁ ସରକାରି ସହାୟତା ପାଇଁ ଦାବି

ସ୍ୱାମିଙ୍କ ମୃତ୍ୟୁ ଦୁଃଖରେ ସ୍ତ୍ରୀ ଙ୍କ ଆତ୍ମହତ୍ୟା,ଅସହାୟ ପରିବାରଙ୍କୁ ସରକାରି ସହାୟତା ପାଇଁ ଦାବି

76

ମାଲକାନଗିରି,୨୮ା୨ (ଓଡିଆ ପୁଅ ) ଶନିବାର ଦିନ ସ୍ୱାମିଙ୍କର ହୃଦଘାତରେ ମୃତ୍ୟୁଘଟିଥିଲା,ଶବସଂସ୍କାର କରି ମଶାଣୀରୁ ଫେରିବାପରେ ସ୍ତ୍ରୀ ମାନଶିକ ଭାରସାମ୍ୟହରାଇ ବିଷପିଇଦେଲେ, ଜିଲ୍ଲା ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ରବିବାର ସକାଳେ ତାଙ୍କର ମୃତ୍ୟୁଘଟିଛି । ଦୁଇଦିନରେ ଗୋଟିଏ ଘରୁ ସ୍ୱାମୀ ଓ ସ୍ତ୍ରୀ ଙ୍କ ଶବ ଗୋଟିଏ ମଶାଣୀକୁ ଯିବାଘଟଣା ଗ୍ରାମବାସୀଙ୍କ ମନରେ ଶୋକର ଛାୟା ଖେଳାଇଦେଇଛି । ଏପରି ଦୁଃଖଦ ଘଟଣା ମାଲକାନଗିରି ଜିଲ୍ଲା ମୋଟୁଥାନାସ୍ଥ ଏମପିଭି ୮୨ ଗ୍ରାମରେ ଘଟିଯାଇଛି । ପୁବ ର୍ କାଳରେ ସ୍ୱାମୀଙ୍କର ମୃତ୍ୟୁ ଘଟିଲେ ସ୍ତ୍ରୀ ବୈଧବ୍ୟ ଯନ୍ତ୍ରଣା ସହି ନପାରି ସ୍ୱାମୀଙ୍କ ଚିତାରେ ଝାସ ଦେଇ ଆତ୍ମହତ୍ୟା କରି ଜଣେ ସତୀନାରିର ପରାକାଷ୍ଟ ଦେଖାଉଥିଲେ । ଆଜିର ଅତ୍ୟାଧନୁନିକ ଯୁଗରେ ମଧ୍ୟ ସେହିପ୍ରଥା ର ପୁନ୍ନରାବୃତି ଘଟିଛି । ସ୍ୱାମୀଙ୍କ ଚିତାରେ ଝାସ ନ ଦେଇ ସ୍ୱାମୀଙ୍କର ମୃତ୍ୟୁରେ ବୈଧବ୍ୟ ଯନ୍ତ୍ରଣା ସହି ନପାରି ବିଷପାଇ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ । ମୋଟୁ ଥାନାସ୍ଥ ଲୁଗେଲ ପଚାଂୟତ ଏମପିଭି ୮୨ ଗ୍ରାମର ନିର୍ମଳମଣ୍ଡଳ(୬୪) ଶୁକ୍ରବାର ରାତ୍ରରେ ଖାଇପିଇ ଶୋଇଥିଲେ । ଶନିବାର ସକାଳୁ ହଟାତ ତାଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ହସପିଟାଲ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ନିର୍ମଳ ଙ୍କର ହୃଦଘାତରେ ମୃତ୍ୟୁଘଟିଥିଲା । ତାଙ୍କ ମୃତ୍ୟୁରେ ତାଙ୍କ ସ୍ତ୍ରୀ ଚଚଂଳା ମଣ୍ଡଳ ଅଧର୍ଯ୍ୟ ହୋଇ ମୁଣ୍ଡ ପିଟି କନ୍ଧିବା ସହିତ ପରିବାରର ସମସ୍ତ ପିଲାମାନେ କାନ୍ଦି କାନ୍ଦି ବେହୋଷ ହୋଇଯାଇଥିଲେ । ଗ୍ରାମବାସୀ ମାନେ ତାଙ୍କ ପରିବାରଙ୍କୁ ସ୍ୱାନ୍ତନା ଦେଇ ଶନିବାର ଅପରାହ୍ନରେ ନିର୍ମଳଙ୍କର ଶବସଂସ୍କାର କରିଥିଲେ । ସୁଚନା ଯୋଗ୍ୟଯେ ଗତ ତନିବର୍ଷ ପୁବ ର୍ରୁ ନିର୍ମଳ ଙ୍କର ରୋଜଗାରିଆ ଭେଣ୍ଡିଆ ପୁଅ ହରେକୃଷ୍ଣ ମଣ୍ଡଳ(୨୪) କିଡନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ ଘଟିଥିଲା । ହରେକୃଷ୍ଣ ଙ୍କର ବିଧବା ସ୍ତ୍ରୀ ମଜୁଳାଂ ମଣ୍ଡଳ(୩୫),ତାଙ୍କର ତିନୋଟି ଝିଅ,ଦୁଇପୁଅ ଓ ନିର୍ମଳଙ୍କ ଦୁଇପୁଅ ପତ୍ନୀ ଆଠପ୍ରାଣୀ କୁଟୁମ୍ବଙ୍କ ପେଟକୁ ଦାନା ଯୋଗାଡ କରିବାପାଇଁ ନିର୍ମଳ ଓ ତାଙ୍କ ପତ୍ନୀ ଚଚଂଲା ମଣ୍ଡଳ ବହୁକଷ୍ଟରେ ପରଘରେ ମୂଲମଜୁରୀ ଲାଗି ଦୁଇପଇସା ରୋଜଗାର କରି ଘରଚଳାଇ ଆସୁଥିଲେ । ପ୍ରଥମେ ଭେଣ୍ଡିଆ ପୁଅକୁ ହରାଇଥିଲେ । ଏବେ ହଟାତ ସ୍ୱାମୀଙ୍କର ହୃଦଘାତରେ ମୃତ୍ୟୁ ହେବାର ଦେଖି ପତ୍ନୀ ଚଚଂଳା ମଣ୍ଡଳ ନିଜର ମାନଶିକ ଭାରସାମ୍ୟହରାଇ ବିବାର ଭୋର୪ଟାରେ ବିଷପାନ କରିଦେଇଥିଲେ । ସକାଳୁ ଚଚଂଳା ମୁଣ୍ଡଘୁରାଇ ବାନ୍ତି କରି ତଳେ ପଡି ଅଚେତ ହୋଇ ଯିବା ଦେଖି ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଏମଭି୭୯ ହସପିଟାଲକୁ ନେଇ ଚିକିତ୍ସା କରିଥିଲେ । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସେ ବିଷପିଇଦେଇଛନ୍ତି ତାଙ୍କୁ ତୁରନ୍ତ ଜିଲ୍ଲାହସପିଟାଲକୁ ନେଇଯାଅନ୍ତୁ ବୋଲି ଡାକ୍ତର ମାନେ କହିବାରୁ ରବିବାର ସକାଳେ ତାଙ୍କୁ ମାଲକାନଗିରି ଜିଲ୍ଲାହସପିଟାଲକୁ ପରିବାର ଲୋକେ ଆଣିଥିଲେ । ଚିକିତ୍ସା ଧିନ ଅବସ୍ଥାରେ ରବିବାର ଦିନ୧୧ଟାରେ ଚଚଂଳାଙ୍କର ମୃତ୍ୟୁ ଘଟିଛି । ଏ ସଂପର୍କରେ ମୋଟୁଥାନାରେ ଜଣାଇବାପରେ ମୋଟୁ ଥାନାପୁଲିସ ମାଲକାନଗିରି ଜିଲ୍ଲା ହସପିଟାଲରେ ପହଁଚି ମୃତ ଶରୀର ଜବତ କରି ଶବ ବ୍ୟବଛେଦପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତଚଳାଇଛନ୍ତି । ଗୋଟିଏ ଦିନ ଅନ୍ତରରେ ସ୍ୱାମୀ ସ୍ତ୍ରୀଙ୍କ ମୃତ୍ୟୁ ଘଟିବା ଘଟଣାରେ ଏମପିଭି୮୨ ଗ୍ରାମବାସୀଙ୍କ ମଧ୍ୟରେ ଶୋକର ଛାୟାଖେଳି ଯାଇଛି । ନିର୍ମଳ ମଣ୍ଡଳ ଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ଘରର ଦୁଇଜଣ ରୋଜଗାରିଆ ଲୋକଙ୍କର ମୃତ୍ୟୁ ଘଟିବାପରେ ତାଙ୍କପରିବାର ଅନାଥ ଓ ଅସହାୟ ହୋଇପଡିଥିବାରୁ ନିର୍ମଳଙ୍କ ପରିବାରଙ୍କୁ ସରକାରି ସହାୟତା ଯୋଗାଦେବା ପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.