Home ଜିଲ୍ଲା ପରିକ୍ରମା ଭଦ୍ରକର ୧୨ଟି ପ୍ରାଇଭେଟ୍ ହସ୍‌ପିଟାଲକୁ ଟିକା ଦାୟିତ୍ୱ

ଭଦ୍ରକର ୧୨ଟି ପ୍ରାଇଭେଟ୍ ହସ୍‌ପିଟାଲକୁ ଟିକା ଦାୟିତ୍ୱ

27

ଭଦ୍ରକ, ୨୮ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା ପୁନଃ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗୁଡିକୁ ଲାଗୁ କରିଥିବାବେଳେ ଟୀକାକରଣ ପ୍ରକ୍ରିୟାକୁ ତ୍ୱରାନ୍ନିତ କରାଯାଇଛି । ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ଯୋଜନାରେ ରାଜ୍ୟର ୧୮୩ ଟି ପ୍ରାଇଭେଟ୍ ହସ୍‌ପିଟାଲକୁ ଟୀକାକରଣ ବ୍ୟବସ୍ଥାରେ ସାମିଲ କରାଯାଇଛି । ଏହା ମଧ୍ୟରୁ ଭଦ୍ରକ ଜିଲାରେ ୧୨ଟି ହସ୍‌ପିଟାଲକୁ ଟୀକାକରଣ ପାଇଁ ସରକାରଙ୍କ ତରଫରୁ ଅନୁମତି ମିଳିଛି । ଟୀକାକରଣ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ନୋଡାଲ ଅଫିସରମାନଙ୍କୁ ସଂପୃକ୍ତ ହସ୍‌ପିଟାଲ ଗୁଡିକରେ ଦାୟିତ୍ୱ ଦିଆଯାଇଛି । ଭଦ୍ରକ ଜିଲାର ଏହି ହସ୍‌ପିଟାଲ ଗୁଡିକ ହେଲା ଭୂମିକା ହସ୍‌ପିଟାଲ, ଏହାର ନୋଡାଲ ଅଫିସର ଭାବେ ଆଶିଷ ପହି ଦାୟିତ୍ୱ ଅଛନ୍ତି । ସେହିପରି ଚିରାଗ ହସ୍‌ପିଟାଲର ଅହମ୍ମଦ ଅବଦୁଲ କାଦର ନୋଡାଲ ଅଫିସର ଥିବାବେଳେ ଓମ୍ ଶାଇ ହସ୍‌ପିଟାଲର ଗୌତମ କୁମାର ନାୟକ, ପାଢୀ ହେଲଥ୍ କେୟାର ନୋଡାଲ ଅଫିସର ଭାବେ ଡାକ୍ତର ସସ୍ମିତା ଦାସଙ୍କୁ ରଖାଯାଇଛି । ପାଣିଗ୍ରାହୀ ହେଲଥ୍ କେୟାରରେ ପ୍ରଶାନ୍ତ କୁମାର ରାଉତ, ଶାଇ ଭରଦ୍ୱାଜ ହସ୍‌ପିଟାଲରେ କ୍ଷୀରୋଦ ବିହାରୀ ଦାସ, ସାଇ ହସ୍‌ପିଟାଲରେ ଅବିନାଶ ରାଉତ, ଶଡୁଭମ ହେଲଥ୍ କେୟାରର ଶଶାଙ୍କ ମିଶ୍ର । ଉମାଶଙ୍କର ହେଲଥ୍ କେୟାର କିଶୋର କୁମାର ଜେନାଙ୍କୁ ନୋଡାଲ ଅଫିସର ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଟୀକାକରଣ ବ୍ୟବସ୍ଥାରେ ସାଳନ୍ଦୀ ହସ୍‌ପିଟାଲର ଡାକ୍ତର ପ୍ରଭାସ କୁମାର ମହାନ୍ତି ନୋଡାଲ ଅଫିସର ଥିବାବେଳେ ବିନାୟକ ନର୍ସିଂହୋମ୍ ପ୍ରାଇଭେଟ୍ ଲିମିଟେଡ୍‌ର ସଂଜୀବ କୁମାର ସାହୁଙ୍କୁ ନୋଡାଲ ଅଫିସର ଭାବେ ରଖାଯାଇଛି । ଶ୍ରୀରାମ ହସ୍‌ପିଟାଲରେ ନୋଡାଲ ଅଫିସର ଭାବେ କାହାରିକୁ ନିଯୁକ୍ତି ଦିଆଯାଇନାହିଁ ।

ଏହିସବୁ ବେସରକାରୀ ହସ୍‌ପିଟାଲ ଗୁଡିକରେ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିୟମାନୁଯାୟୀ ଟୀକାକରଣ ବ୍ୟବସ୍ଥାରେ ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥା ଅଛିକି ନାହିଁ । ଏ ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭଦ୍ରକ ଜିଲାପାଳ, ଜିଲା ମୁଖ୍ୟ ଚିକିତ୍ସକଙ୍କୁ ନିର୍ଦ୍ଦେଶକ ଦେଇଛନ୍ତି । ବିଶେଷକରି ଟୀକାକରଣ ବ୍ୟବସ୍ଥାରେ ସାମିଲ ହୋଇଥିବା ପ୍ରାଇଭେଟ୍ ଗୁଡିକର ଦକ୍ଷତା (କେପାସିଟ୍‌) ଓ କୋଲ୍ଡ ଚେନ୍ ଇକ୍ୟୁମେଣ୍ଟ ଅଛି କି ନାହିଁ ୨ ୟରେ ଘରୋଇ ହସ୍‌ପିଟାଲ ଗୁଡିକରେ ଟୀକାକରଣ ପାଇଁ ଓ ପରେ ଅବଜରଭେସନ ପାଇଁ ଅଧିକ ରୁମ୍ କିମ୍ବା ପର୍ଯ୍ୟାପ୍ତ ପରିମାଣରେ ଥିବା ଦରକାର । ଏହାବ୍ୟତୀତ ଟୀକାକରଣ ପାଇଁ ତାଲିମ ପ୍ରାପ୍ତ ବହୁ ସଂଖ୍ୟକ ଭେକ୍ସିନେଟର ଓ ଭେରିଫାୟରସ୍ ଥିବା ଆବଶ୍ୟକ । ଏହା ବ୍ୟତୀତ ଟୀକାକରଣ ପରେ ପାଶ୍ୱର୍ ପ୍ରତିକ୍ରିୟା ଦେଖାଗଲେ ଏହାର ନିରାକରଣ ଦିଗରେ ସରକାରଙ୍କ ନୀତି ନିୟମ ଅନୁଯାୟୀ ଆନୁସଙ୍ଗିକ ବ୍ୟବସ୍ଥା ଅଛିକି ନାହିଁ ଏହି ସବୁର ତଦାରଖ ପାଇଁ ଜିଲା ପ୍ରଶାସନ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଆସିଛି । ଏହିସବୁ ଦକ୍ଷତା ଥିବା ଘରୋଇ ହସ୍‌ପିଟାଲ ଗୁଡିକ ଏମ୍‌ଓଏଚ୍‌ଏଫ୍‌ଡବ୍ଲ୍ୟୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପିପିଭିସିଇନସିଓଡବ୍ଲୁଆଇଏନ ୨.୦ ରେ ପଂଜିକରଣ କରିବା ପାଇଁ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.