Home ଓଡ଼ିଶା ମାଲକାନଗିରି ଜିଲ୍ଲାହେଲା କରୋନା ସଂକ୍ରମଣ ମୁକ୍ତ, ୨୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ୨୧ଜଣ ସୁସ୍ଥ ହୋଇ ଘରକୁ...

ମାଲକାନଗିରି ଜିଲ୍ଲାହେଲା କରୋନା ସଂକ୍ରମଣ ମୁକ୍ତ, ୨୧ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ୨୧ଜଣ ସୁସ୍ଥ ହୋଇ ଘରକୁ ଫେରିଲେ

125

ମାଲକାନଗିରି,୭ା୬(ଓଡିଆ ପୁଅ ) ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଆଜି କରୋନା ସଂକ୍ରମଣ ମୁକ୍ତ ହୋଇଛି । ଜିଲ୍ଲାବାସୀଙ୍କ ପାଇଁ ପୁଣି ଆସିଛି ଶୁଭଖବର । ୨୧ଜଣ କରୋନା ଆକ୍ରାନ୍ତ ଙ୍କ ମଧ୍ୟରୁ ୨୧ ଜଣ ଯାକ ସୁସ୍ଥ ହୋଇ ନିଜ ନିଜ ଘରକୁ ଫେରି ଯାଇଛନ୍ତି । ପୁବ ର୍ରୁ ୧୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଆଜି ପୁଣି ୨ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରି ଯାଇଥିବାର ଜଣାପଡିଛି । ଇତି ମଧ୍ୟରେ ଜିଲ୍ଲାରୁ ୩୪୩୦ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର କୁ ପଠାଯାଇଥିଲା , ସେଥିମଧ୍ୟରୁ ୩୨୫୮ଟି ନମୁନା ନେଗେଟିଭ ଥିବାବେଳେ ୨୧ଟି ନମୁନା ପଜିଟିଭ ଥିଲା ,୨୧ଟି ପଜିଟିଭ ମଧ୍ୟରୁ ଆଜି ସୁଦ୍ଧା ୨୧ଜଣ ଆକ୍ରାନ୍ତ ସୁସ୍ଥ ହୋଇ ନିଜ ଘରକୁ ଫେରି ଯାଇଛନ୍ତି । ଜିଲ୍ଲାର କାଲିମେଳା,ମାଲକାନଗିରି,ଖଇରପୁଟ ତିନୋଟି ବ୍ଲକର ୬ଟି ପଚାଂୟତ ରେ ଗତ ୧୧ଦିନ ମଧ୍ୟରେ ୨୧ ଜଣ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲେ । ୨୧ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ପୁରୁଷ,୬ଜଣ ମହିଳା ଓ ଜଣେ ଶିଶୁ ଥିଲେ । ଏମାନଙ୍କ ମଧ୍ୟରୁ ପ୍ରଥମେ ଚିହ୍ନଟ ହୋଇଥିବା ୩ଜଣ ଆକ୍ରାନ୍ତଙ୍କୁ ଭୁବନେଶ୍ୱର କୋଭିଡ ହସପାଟିଲାକୁ ଚିକିତ୍ସା ନିମନ୍ତେ ପଠାଯାଇଥିବା ବେଳେ ଅନ୍ୟ୧୮ଜଣଙ୍କୁ ମାଲକାନଗିରି ଜିଲ୍ଲା କୋଭିଡ ହସପିଟାରେ ଚିକିତ୍ସିତ ହେଉଥିଲେ । ଭୁବନେଶ୍ୱର ହସପିଟାଲରେ ଚିକିତ୍ସିତ ହେଉଥିବା ୩ଜଣ ଆକ୍ର୍‌ାନ୍ତ ଗତ ୮ଦିନତଳେ ସୁସ୍ଥ ହୋଇ ନିଜ ଘରକୁ ଫେରିଥିବା ବେଳେ ମାଲକାନଗିରି କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ୧୬ଜଣ ଗତ ୨ତାରିଖ ଦିନ ସୁସ୍ଥ ହୋଇନିଜ ଘରକୁ ଫେରିଥିଲେ । ଆଜି ଆଉ ଦୁଇଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ନିଜଘରକୁ ଫେରି ଯାଇଥିବାର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୁଚନା ମିଳିଛି । ମାଲକାନଗିରି ଜିଲ୍ଲା କୋଭିଡ ହସପିଟାଲରେ କରୋନା ଯୋଦ୍ଧା ଡାକ୍ତର,ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ମାନେ ରାତିଦିନ ପରିଶ୍ରମ କରି କରୋନା ଆକ୍ରାନ୍ତ ମାନଙ୍କୁ ଚିକିତ୍ସିତ କରି ସୁସ୍ଥ କରିଦେଇଥିବାରୁ ଆକ୍ରାନ୍ତଙ୍କ ପରିବାର ଓ ଜିଲ୍ଲାବାସୀ ଏହି କରୋନା ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏଥିରେ କେହି ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ସମସ୍ତେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ ଓ ସବ ର୍ସାଧରଣ ସ୍ଥାନରେ ଛେପ ପକାନ୍ତୁ ନାହିଁ, ସରକାର ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୀୟମ କୁ ମାନନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.