Home ଓଡ଼ିଶା ପାନୀୟ ଜଳ ଦାବିନେଇ ଖାଲି ଗରା,ବାଲ୍ଟି ରାଜରାସ୍ତାରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

ପାନୀୟ ଜଳ ଦାବିନେଇ ଖାଲି ଗରା,ବାଲ୍ଟି ରାଜରାସ୍ତାରେ ରଖି ଆନ୍ଦୋଳନ କଲେ ଗ୍ରାମବାସୀ

120

ମାଲକାନଗିରି,୭ା୬ (ଓଡିଆ ପୁଅ ) ପାନୀୟ ଜଳ ଟୋପାଏ ପାଇଁ ପ୍ରତିଦିନ ସଂଘର୍ଷ କରୁଥିବା ଗ୍ରାମର ମହିଳା ଓ ପୁରଷ ମାନେ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି । ପ୍ରବଳ ଖରାରେ ମୁଖ୍ୟରାସ୍ତାରେ ଖାଲି ଗରା, ବାଲ୍ଟି ହାଣ୍ଡି ରଖି ଆନ୍ଦୋଳନ କରିଛନ୍ତି । ଏମିତି ଘଟଣ । ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପ୍ରଧାନୀଗୁଡା ଗ୍ରାମରେ । ଆଦିବାସୀ ଅଧ୍ୟୁଷିତ ଅଚଂଳରେ ବସବାସ କରୁଥିବା ଗ୍ରାମବାସୀ ଙ୍କ ଉନ୍ନତି ଓ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ କେନ୍ଦ୍ରସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟସରକାର ପର୍ଯ୍ୟନ୍ତ କୋଟି କୋଟି ଟଙ୍କା ଖର୍ଚକରୁଥିବାର ଡିଣ୍ଡିମ ପିଟୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏହା କେତେଦୁର ସଫଳ ହୋଇଛି ମାଲକାନଗିରି ସଦର ବ୍ଲକ ଚାଲାଣଗୁଡା ପଚାଂୟତ ପ୍ରଧାନୀଗୁଡା ଗ୍ରାମକୁ ଦେଖିଲେ ହିଁ ଜଣାପଡେ । ଦେଶ ସ୍ୱାଧୀନ ହୋଇ ୭୨ବର୍ଷ ପରେ ମଧ୍ୟ ମାଲକାନଗିରି ବ୍ଲକସ୍ଥ ଚାଲାଣଗୁଡା ପଚାଂୟତ ର ପ୍ରଧାନୀଗୁଡା,ମୁଣ୍ଡାଗୁଡା,ଇନ୍ଦିରା କଲୋନୀ,ଚମ୍ପାନଗର,ଶୁକ୍ରାଗୁଡା ଗ୍ରାମବାସୀ ମୌଳିକ ସୁବିଧାରୁ ବଚିଂତ ହୋଇରହିଛନ୍ତି । ବିଶେଷ କରି ପ୍ରଧାନୀଗୁଡା ଗାଁରେ ପାନୀୟ ଜଳପାଇଁ ଚାରୋଟି ନଳକୂପ ଥିଲେ ମଧ୍ୟ ସେଥିରୁ ତିନୋଟି ନଳକୂପରୁ ଦାର୍ଘ ଦିନହେଲା ଲୁହାଳିଆ ହଳଦିଆ ଗୋଳିଆ ପୋଣି ବାହାରି ପାନୀୟଜଳ ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇପଡିଥିବାରୁ ଗାଁ ମୁଣ୍ଡରେ ଥିବା ଗୋଟିଏ ମାତ୍ର ନଳକୂପ ନିକଟରେ ଶତାଧିକ ମହଳି ପ୍ରତିଦିନ ପାଣିଟୋପାଏ ପାଇଁ ସଂଘର୍ଷ କରିଥାନ୍ତି । ବହୁସମୟ ଧରି ଅପେକ୍ଷା କଲେ ଗରାଏ ମାତ୍ର ପାଣି ମିଳିଥାଏ । ଅଧାବେଳେ ସେ ନଳକୂପରୁ ଠିକ ଭାବେ ପାଣି ବାହାରୁ ନଥିବା ଓ ଭଲ ନଳକୁପଟିଏ ନଥିବାରୁ ପାଣି ଗରାଏ ପାଇଁ ଘଟାଂ ଘଟାଂ ଲମ୍ବାଧାଡିରେ ନଳକୂପ ନିକଟରେ ଜଗିବାକୁ ପଡୁଥିବାରୁ ତୁରନ୍ତ ନୁଆ ନଳକୁପ ନିର୍ମାଣ କରା ଯାଇ ପାନୀୟ ଜଳ ଯୋଗାଯାଉ ବୋଲି ଆଜି ଗ୍ରାମର ଶତାଧିକ ମହିଳା ଓ ପୁରୁଷ ମାନେ ମାଲକାନଗିରି ଛତିଶଗଡ ସୁକୁମା ମୁଖ୍ୟ ରାଜରାସ୍ତା ପ୍ରଧାନୀଗୁଡା ଗ୍ରାମଛକ ଠାରେ ଖାଲି ବାଲ୍ଟି,ହାଣ୍ଡି, ଗରା ରାସ୍ତାମଝିରେ ରଖି ଆନ୍ଦୋଳନ କରିଛନ୍ତି । ତାହା ଦୁଇଟି ରାଜ୍ୟର ମୁଖ୍ୟ ରାସ୍ତା ହୋଇଥିବାରୁ ରାସ୍ତାର ଦୁଇପାଶ୍ୱର୍ରେ ଅନେକ ସମୟ ଧରି ଯାନବାହନ ଅଟକି ରହିଥିଲା । ପରେ ଘଟଣାସ୍ଥଳରେ ମାଲକାନଗିରି ଥାନା ପୁଲିସ ପହଁଚି ଆନ୍ଦୋଳନ କାରୀ ମାନଙ୍କୁ ବହୁତ ବୁଝାଇ ରାସ୍ତାରୁ ବାଲ୍ଟି,ଗରା , ହାଣ୍ଡି ହଟାଇବା ପରେ ସ୍ୱାଭାବିକ ଭାବେ ସେହି ରାସ୍ତାରେ ଯାନବାହାନ ଚଳାଚଳ ଆରମ୍ଭ ହୋଇଛି । ସରକାର ଗରିବ ଙ୍କ ପାଇଁ ଯୋଜନାପରେ ଯୋଜନା କରିଚାଲିଥିଲେ ବି ଯୋଜନା ଏହି ପ୍ରଧାନୀଗୁଡା,ମୁଣ୍ଡାଗୁଡା,ଇନ୍ଦିରା କଲୋନୀ,ଚମ୍ପାନଗର,ଶୁକ୍ରାଗୁଡା ଗ୍ରାମର ଗରିବ ଆଦିବାସୀ ସଂପ୍ରଦାୟ ଙ୍କ ପାଇଁ ବାଟବଣା ହୋଇଯାଇଛି । ଗ୍ରାମାଚଂଳ ଓ ସହରାଚଂଳର ବିକାଶପାଇଁ କେନ୍ଦ୍ର ଓ ରାଜ୍ୟସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି ,କିନ୍ତୁ ପ୍ରଶାସନର ଉଦାସୀନତାରୁ ଏହି ଯୋଜନା ଠିକ ଭାବେ ପହଁଚିଂପାରିନାହିଁ ଆଦିବାସୀ ଅଧ୍ୟୁଷିତ ଗ୍ରାମଗୁଡିକରେ । ସରାକାର ଙ୍କ ଯୋଜନା ଗୁଡିକ ଏହି ଗ୍ରାମବାସୀଙ୍କ ପାଇଁ ଯୋଜନ ଯୋଜନ ଦୂରରେ ଅଟକି ରହିଯାଇଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.