Home Coronavirus Outbreak ଜଗତସିଂପୁର ଜିଲ୍ଲାରେ ଦୁଇ କରୋନା ରୋଗୀ ଚିହ୍ନଟ – ଜଣେ ସୁସ୍ଥ ହୋଇ କିମସ୍ ରୁ...

ଜଗତସିଂପୁର ଜିଲ୍ଲାରେ ଦୁଇ କରୋନା ରୋଗୀ ଚିହ୍ନଟ – ଜଣେ ସୁସ୍ଥ ହୋଇ କିମସ୍ ରୁ ଫେରିଛନ୍ତି ଆଜି

150

ଜଗତସିଂପୁର-୭/୬-(ଓଡିଆ ପୁଅ/ନୃସିଂହ ଚରଣ ବାରିକ)-ଆଜି ଦୁଇ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଜଣେ ସୁସ୍ଥ ହୋଇ କିମସ୍ ରୁ ଫେରିଛନ୍ତି ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର। ୨ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କୁଜଙ୍ଗର ଏବଂ ଅନ୍ୟ ଜଣକ ଏରସମା ଅଞ୍ଚଳର। ପଶ୍ଚିମ ବଙ୍ଗ ଓ ତାମିଲନାଡୁ ଫେରନ୍ତା ଏହି ଦୁଇ ପ୍ରବାସୀଙ୍କୁ ଟିଏମସିରେ ରଖାଯାଇଥିଲା।ସ୍ବାବ୍ ଟେଷ୍ଟ ରିପୋର୍ଟରୁ ପଜିଟିଭ ଥିବା ଜଣାପଡିବା ପରେ ଏମାନଙ୍କୁ ଚିକିତ୍ସା ପାଇଁ କିମସ୍ ହସପିଟାଲ୍ କୁ ପଠାଇଥିଲା ଜିଲ୍ଲା ପ୍ରଶାସନ। ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା ୮୯ ଆକ୍ରାନ୍ତଙ୍କ ମଧ୍ୟରୁ ୫୦ ସୁସ୍ଥ ଓ ୩୯ ସକ୍ରିୟ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.