Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍‌ମଣନାୟକ ଙ୍କ ୧୨୧ତମ ଜୟନ୍ତୀ ଉତ୍ସବ ପାଳିତ

ମାଲକାନଗିରି ଜିଲ୍ଲାସ୍ତରୀୟ ଶହୀଦ ଲକ୍ଷ୍‌ମଣନାୟକ ଙ୍କ ୧୨୧ତମ ଜୟନ୍ତୀ ଉତ୍ସବ ପାଳିତ

44

ମାଲକାନଗିରି,୨୨ା୧୧(ଓଡିଆ ପୁଅ ) ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ଲକ୍ଷମଣ ନାୟକଙ୍କ ୧୨୧ତମ ଜୟନ୍ତୀ ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ କରୋନା ପାଇଁ ନିରାଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଜିଲ୍ଲାସୁଚନା ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ମହିଳା ମହାବିଦ୍ୟାଳୟ ପରିସରରେ କୋଭିଡ ନାୟମ ପାଳନ କରାଯାଇ ମହାବିଦ୍ୟାଳୟର ଅଧ୍ୟକ୍ଷ ଦୁସ୍ମନ୍ତକୁମାର ଜେନାଙ୍କ ପୌରହିତରେ ଅନୁଷ୍ଟିତ ଶହୀଦ ଲକ୍ଷ୍‌ମଣ ନାୟକଙ୍କ ଜୟନ୍ତୀ ଉତ୍ସବ ଅବସରରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ଦିଲୀପ ଚନ୍ଦ୍ର ସମନ୍ତରାୟ,ମୁଖ୍ୟବକ୍ତା ଭାବେ ସମାଜସେବୀ ରତ୍ନାକରଦାଶ ଯୋଗଦେଇ ମହାବିଦ୍ୟାଳୟ ପରିସରରେ ସ୍ଥାପିତ ଶହୀଦ ଲକ୍ଷ୍‌ଣନାୟକ ଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ସ୍ୱାଧୀନତା ଆନ୍ଦୋଳନରେ ଶହୀଦ ଲକ୍ଷ୍‌ମଣ ନାୟକଙ୍କ ତ୍ୟାଗ ଓ ବଳିଦାନ ଅତ୍ୟନ୍ତ ମହାନଥିଲା । ଏହି ଦିନଟିକୁ ଜିଲ୍ଲାରେ ଏକ ସ୍ମରଣୀୟ ଦିବସ ଭାବେ ପାଳନ କରିବା ପାଇଁ ସଭାରେ ନିସ୍ପତି ନିଆଯାଇ ରାଜ୍ୟସରକାରଙ୍କୁ ଜିଲ୍ଲାପ୍ରଶାନ ପକ୍ଷରୁ ପ୍ରସ୍ଥାବ ଦେବାପାଇଁ ଅତିଥି ମାନେ ମତ ଉପସ୍ଥାପନ କରିବା ସହ ଶହୀଦ ଲକ୍ଷ୍‌ମଣ ନାୟକଙ୍କ ବହୁମିଖି ପ୍ରତିଭା ସଂପର୍କରେ ଆଲୋକପାତ କରି ସ୍ମୁତିଚାରଣ କରିଥିଲେ । ଏହି ଅବସରେ ଜିଲ୍ଲା ସୁଚନା ଲୋକସଂପର୍କ ବିଭାଗର ହରେକୃଷ୍ଣ କିର୍ତନୀୟା,ଜ୍ୟୋର୍ତିମୟୀ ଆଚାର୍ଯ୍ୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁରୁପ ମାଲକାନଗିରି ମହାବିଦ୍ୟାଳୟ ର ଶହୀଦ ଲକ୍ଷମଣ ନାୟକ ଛାତ୍ରବାସ ପରିସରରେ ସହିଦ ଲ କ୍ଷ୍‌ଣ ନାୟକ ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରେ ମୁଖ୍ୟଅତିଥି ଭାବେ ଜିଲ୍ଲା ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ଯୋଗଦେଇ ଛାତ୍ରବାସ ପରିସରରେ ନୂତନ ଭାବେ ପ୍ରତିଷ୍ଟିତ ଶହୀଦ ଲକ୍ଷମଣ ନାୟକ ଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ ସହ ପ୍ରଦୀପପ୍ରଜ୍ୱଳନ କରି ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକକୁମାର ସଡଙ୍ଗି,ରେଡକ୍ରସ ସଂପାଦକ ଅଧ୍ୟାପକ ରଜଂନକୁମାର ସ୍ୱାଇଁ,ସମାଜ ସେବୀ ଅକ୍ଷୟକୁମାର ମହାନ୍ତି,ସୁଶାନ୍ତ କୁମାର ମାଝୀ, ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଯୋଗଦେଇ ଶହୀଦ ଲକ୍ଷମଣନାୟକ ଙ୍କ ବହୁମୁଖି ପ୍ରତିଭା ସଂପର୍କରେ କହିବାସହିତ ତାଙ୍କ ସ୍ମୃତି ଚାରଣ କରିଥିଲେ ।ଠିକ ସେହିପରି ମାଲକାନଗିରି ପୁଲିସ ରିଜର୍ଭଅଫିସ ପରିସରରେ ଥିବା ଶହୀଦ ଲକ୍ଷମଣ ନାୟକ ପ୍ରତି ମୂର୍ତିରେ ପୁଲିସ ଅଧିକାରୀ ମାନେ ମାଲ୍ୟାର୍ପଣ କରି ତାଙ୍କ ସ୍ମୃତି ଚାରଣ କରିଛନ୍ତି । ଠିକ ସେହି ପରି ମାଥିଲି ଠାରେ ବିଭିନ୍ନ ରାଜନୈତିକ ଦଳ ଓ ଅନୁଷ୍ଟାନ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହିଦ ଲକ୍ଷମଣ ନାୟକ ଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.