Home ଓଡ଼ିଶା ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ

ମାଲକାନଗିରି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୈଠକ

181

ମାଲକାନଗିରି,୩ା୬ (ଓଡିଆ ପୁଅ ) ମାଲାକନଗିରି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ବୌଠକ ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ମାସ୍କ ପରିଧାନ ସହ ସାମିଜିକ ଦୂରତା ରକ୍ଷାକରି ନରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ,ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀ,ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଏସପି ରିଶିକେଶ ଡି. ଖାଲାରୀ,ଅତିରିକ୍ତ ଜିଲ୍ଲାପାଳ ବୀରସେନ ପ୍ରଧାନ ମଚାଂଶିନ ରହି ମାଲକାନଗିରି ଜିଲ୍ଲାକୁ ପଙ୍ଗପାଳ ଙ୍କ ପ୍ରବେଶ ଯେପରି ନ ହେବ ସେଥିପ୍ରତି ସତର୍କ ରହିବାସହ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସମସ୍ତ ଅଧିକାରୀ ମାନେ ଆଶଙ୍କା କରାଯାଉଥିବା ବନ୍ୟାପ୍ରଭାବିତ ଅଚଂଳ ଗସ୍ତକରି ପ୍ରସ୍ତୁତ ହୋଇ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।ସମସ୍ତ ସରକାରୀ ଅଧିକାରୀ ମାନେ କୋଭିଡ୧୯ ମୁକାବିଲାରେ ଯେପରି ଟିମ ଓ୍ୟାର୍କ କରି ସମସ୍ତ କାମକୁ ସୁଚାରୁ ଭାବେ ତୁଲାଇଥିଲେ ସେହି ଭଳି ସମ୍ଭାବ୍ୟ ବନ୍ୟାପରିସ୍ଥିତି କୁ ମୁକାବିଲା କରିବା ପାଇଁ ସହଯୋଗ କରନ୍ତୁ ବୋଲି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ମାଲକାନଗିରି ଜିଲ୍ଲାରେ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ତାପମାତ୍ରା ୪୩ଡିଗ୍ରୀ ଟପିଗଲାଣି,ଏହାପରେ ଖୁବ ଶିଘ୍ର ପ୍ରାକ୍ ମୌସମୀ ଆସି ଯାଉଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବା ନଦୀଉପକୁଳବର୍ତି ଗ୍ରାମଗୁଡିକରେ ବନ୍ୟାହେବା ଆଶଙ୍କାକୁ ଏଡାଇଦିଆ ଯାଇନପାରେ । ବନ୍ୟାକୁ ଆଖି ଆଗରେ ରଖି ପ୍ରାକ୍ ମୈସମୀ ବନ୍ୟାକୁ କିପରି ମୁକାବିଲା କରା ଯିବ ସେନେଇ ଜିଲ୍ଲା ଓ ସାତଟି ଯାକ ବ୍ଲକସ୍ତରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ କମିଟି ଗଠନ ହେବା ସହିତ,ବିଭିନ୍ନ ବନ୍ୟା ଅଚଂଳର ସୁରକ୍ଷିତ ସ୍ଥାନରେ ରିଲିଫ ପାଇଁ ଚୁଡା,ଡାଉଳ,ଗୁଡ,ମହମବତୀ,ଦିଆସିଲ,ସ୍ୱଚ୍ଛପାନୀୟ ଜଳ,ଦେଶି ଡଙ୍ଗା, ବୋଟ, ପ୍ରସ୍ତୁତ ରଖିବାପାଇଁ ଅଧିକାରୀମାନଙ୍କୁ କୁହା ଯାଇଥିଲା । ଜିଲ୍ଲାରେ ବର୍ଷାହେଲେ ମ୍ୟାଲେରିଆ ଜ୍ୱର ଓ ଝାଡାବାନ୍ତିରେ ଅନେକ ଗ୍ରାମ ବାସୀ ଆକ୍ରାନ୍ତ ହୋଇଥାନ୍ତି , ଏହାର ପ୍ରତିକାର ପାଇଁ ଗାଁ ଗୁଡିକରେ ଫଗିଙ୍ଗ୍ ,ଡିଡିଟି ର୍ସ୍ପେ କରିବା ସହ ବିଭିନ୍ନ ଅଙ୍ଗନଓ୍ୟାର୍ଡି କେନ୍ଦ୍ର ଏଏନଏମ ସେଟଂରରେ ଔଷଧ ସାଲାଇନ ଗଛିତ ରଖି , ସ୍ୱାସ୍ଥ୍ୟକର୍ମୀ ମାନେ ସଜାଗ ହେବା ପାଇଁ ସିଡିଏମଓ ଙ୍କୁ କୁହା ଯାଇଥିଲା, ବିଡିଓ ତହସିଲଦାର ମାନଙ୍କୁ ବନ୍ୟାଚଂଳ ଚିହ୍ନଟ କରି ସେଠାରେ ଡଙ୍ଗା, ମଟୋରବୋଟ,ଲାଇଫ ଜାକେଟ,ତାରପଲିନ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ କହିଥିଲେ । ବର୍ଷାହେବା ଆଗରୁ ଗାଁ ଗହଳର ରାସ୍ତାଘାଟ ଗୁଡିକୁ ମରାମତକରିବା ପାଇଁ ଆରଡିବିଭାଗ ଯନ୍ତ୍ରୀ ଙ୍କୁ କୁହା ଯାଇଥିଲା ।ଜିଲ୍ଲାରେ ମାଥିଲି ବ୍ଲକରେ ୫ଟି ସ୍ଥାନ,କୋରକୁଣ୍ଡା ବ୍ଲକରେ ଚାରୋଟି ସ୍ଥାନରେ ,କୁଡୁମୁଲୁଗୁମ୍ମା ବ୍ଲକର ଗୋଟିଏ ସ୍ଥାନରେ,ପଡିଆବ୍ଲକର ୧୪ଟି ସ୍ଥାନରେ,ମାଲକାନଗିରି ବ୍ଲକ ୩ଟି ସ୍ଥାନରେ ,କାଲିମେଳା ବ୍ଲକର ୫ଟି ସ୍ଥାନରେ ବନ୍ୟା ହୋଇଥାଏ ବୋଲି ଚିହ୍ନଟକରା ଯାଇଛି । ଏହି ସବୁ ଗ୍ରାମବାସୀଙ୍କୁ ବନ୍ୟା ଦାଉରୁ ରକ୍ଷାକରିବା ଓ ସୁରକ୍ଷା ଦେବା ପାଇଁ ଗତ ବର୍ଷ ୧୭ଟି ସ୍ଥାନରେ ଅସ୍ଥାୟୀ ଆଶ୍ରୟସ୍ଥଳି ଖୋଲା ଯାଇଥିଲା । ଚଳିତ ବର୍ଷ ପରିସ୍ଥିତିକୁ ଦେଖି ଅଧିକ ଆଶ୍ରୟସ୍ଥଳି ଦରକାରପଡିଲେ ଖୋଲାଯିବ ବୋଲି ବୈଠକ ରେ ସ୍ଥିର କରା ଯାଇଥିଲା ।ଜିଲ୍ଲାସଦର ମଗହକୁମା ସହିତ ସମସ୍ତ ବ୍ଲକରେ କଂଟ୍ରୋଲ ରୁମ ଖୋଲା ଯିବାସହତ ଯଥେଷ୍ଟ ସାପକାମୁଡା ଇଜେଂକସନ ଗଛିତ ରଖିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗକୁ କୁହାଯାଇଥିଲା । ମାଲାକନଗିରି ଜିଲ୍ଲାରେ ବନ୍ୟାରେ ଯେପରି କୌଣସି ଗ୍ରାମବାସୀ କିମ୍ବା ଗୃପାଳିତ ପଶୁଙ୍କର କିଛି କ୍ଷତି ନଘଟିବ ସେଥିପ୍ରତି ଜିଲ୍ଲାପ୍ରଶାସନ ସଜାଗ ରହିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । ବିଭିନ୍ନ ରାଜ୍ୟରେ ପଙ୍ଗପାଳ ଙ୍କର ପ୍ରବେଶ ହୋଇସାରିଲାଣି, ପଡୋଶୀ ରାଜ୍ୟ ଛତିଶଗଡରେ ପଙ୍ଗପାଳ ପହଁଚି ଯାଇଥିବାରୁ କୌଣସି ସମୟରେ ବି ମାଲକାନଗିରି ଜିଲ୍ଲାକୁ ସେମାନଙ୍କର ପ୍ରବେଶ ହୋଇପାରେ ସେଥି ନିମନ୍ତେ ସମସ୍ତ ଚାଷୀ ମାନଙ୍କୁ ସୁଚନା ଦେବାସହିତ ପଙ୍ଗପାଳ ଙ୍କ ପାଇଁ ଆଗୁଆ ପ୍ରତିକାର ବ୍ୟବସ୍ଥା କରିବା ପାଇଁ କୃଷି ବିଭାଗ କୁ ସତର୍କ ରହିବାପାଇଁ କୁହାଯାଇଛି । ଏହି ବୈଠକରେ ଅନ୍ୟାନ ମାନଙ୍କ ମଧ୍ୟରେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ,ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ,ଜିଲ୍ଲାମୁଖ୍ୟ ସ୍ୱାସ୍ଥ୍ୟଅଧିକାରୀ ଡା ଅରୁଣକୁମାର ପାଢୀ,ଜିଲ୍ଲାସୁଚନା ଲୋକସଂପର୍କ ଅଧିକାରୀ ଦିଲୀପ କୁମାର ସାମନ୍ତରାୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରାମପ୍ରସାଦ ପଟନାୟକ ଙ୍କ ସହିତ ମାଲାକନଗିରି, କାଲିମେଳା, ପଡିଆ, କୋରକୁଣ୍ଡା, ଗୁମ୍ମା, ଖଇରପୁଟ, ମାଥିଲି, ସାତଟି ଯାକବ୍ଲକ ଓ ତହସିଲର ବିଡିଓ, ତହସିଲଦାର ଙ୍କ ସହିତ ଜଳପରିମଳ ବିଭାଗ,ଅଗ୍ନିଶମ ବିଭାଗ,ଗ୍ରାମ୍ୟଉନ୍ନୟନ ବିଭାଗ,ପୂର୍ତବିଭାଗ,ପ୍ରଣୀଧନ ବିଭାଗ,ଜଳ ସମ୍ପଦ,ଜଙ୍ଗଲବିଭାଗ,ପୋଟେରୁ,ସତୀଗୁଡା ଜଳସେଚନ ବିଭାଗ ର ଅଧିକାରୀ ଙ୍କ ସହ ଅନ୍ୟାନ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗଦେଇ ଆଲୋଚନାରେ ଭାଗନେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.