Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ ନିଲମ୍ବିତ

ମାଲକାନଗିରି ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ ନିଲମ୍ବିତ

273

ମାଲକାନଗିରି, ୧୫।୧(ଓଡିଆ ପୁଅ )ସିଡିପିଓ ଙ୍କୁ ନିଲମ୍ବନ ପରେ ଏବେ ପାଳିପଡିଛି ଡିଏସଡବ୍ଲୁଓ ଙ୍କର। ସରକାରି କାର୍ଯ୍ୟରେ ଅନିୟମିତତା, ବିଭିନ୍ନ ଅଙ୍ଗନ ଓ୍ୟର୍ଡି କେନ୍ଦ୍ରରୁ ପିସି ନେବା ଓ ବ୍ୟାପକ ଦୁର୍ନୁତୀ ଅଭିଯୋଗରେ ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଲକନଗିରି ବ୍ଲକର ସିଡିପିଓ ବିପୁଳା ସର୍ଦାରଙ୍କୁ ଗତ ୬ତାରିଖ ଦିନ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ନିଲମ୍ବନ କରିଥିଲେ।ଜଣେ ଦୁର୍ନିତି ପୂର୍ଣ୍ଣ ସୁପରଭାଇଜର ଙ୍କୁ କିପରି ପଦୋନ୍ନତି ଦିଆଯାଇ ସିଡିପିଓ ଭାବେ ମାଲକାନଗରି ବ୍ଲକରେ ନିଯୁକ୍ତି କରାଗଲା ସେ ସଂପର୍କରେ ଅଭିଯୋଗ ହେବାପରେ ରାଜ୍ୟମହିଳା ଶିଶୁ କଲ୍ୟାଣ ବିଭାଗ ପକ୍ଷରୁ ତଦନ୍ତ ପାଇଁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା।

ତଦନ୍ତପରେ ରାଜ୍ୟସରକାର ମାଲକାନଗିରି ଜିଲ୍ଲାସମାଜ କଲ୍ୟାଣ ଅଧିକାରୀ(ଡିଏସଡବ୍ଲୁଓ) ସ୍ବର୍ଣ୍ଣଲତା ବିଶ୍ୱାସଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବା ପାଇଁ ମାଲକାନଗିରି ଜିଲ୍ଲାପାଳଙ୍କ ନିକଟକୁ ନିର୍ଦ୍ଦେଶ ଆସିବା ପରେ ଜିଲ୍ଲାପାଳ ଜିଲ୍ଲାସମାଜ କଲ୍ୟାଣ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବନ କରିଥିବାର ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.