Home ଜିଲ୍ଲା ପରିକ୍ରମା ନକଲି ଶିକ୍ଷାଗତ ପ୍ରମାଣ ପତ୍ରପାଇଁ ୫ଜଣ ଶିକ୍ଷକ ବହିଷ୍କୃତ,ସେମାନଙ୍କ ନାମରେ ଥାନାରେ ଏତଲା

ନକଲି ଶିକ୍ଷାଗତ ପ୍ରମାଣ ପତ୍ରପାଇଁ ୫ଜଣ ଶିକ୍ଷକ ବହିଷ୍କୃତ,ସେମାନଙ୍କ ନାମରେ ଥାନାରେ ଏତଲା

357

ମାଲକାନଗିରି, ୧୫।୧(ଓଡିଆ ପୁଅ) ନକଲି ଶିକ୍ଷାଗତ ପ୍ରମାଣ ପତ୍ରଦେଇ ଚାକିରି କରିଥିବା ୫ଜଣ ଶିକ୍ଷକ ଙ୍କୁ ଚାକିରିରୁ ବହିଷ୍କାର କରାଯିବା ସହ ସହିତ ସେମାନଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି। ଏପରି ଘଟଣା ମାଲକାନଗିରି ଜିଲ୍ଲାଶିକ୍ଷାବିଭାଗରେ ଘଟିଛି। ଗତ କିଛିମାସତଳେ ମାଲନାକିଗିରି ଜିଲ୍ଲା ଶିକ୍ଷାବିଭାଗରେ ଚାକିରି କରିଥିବା ୭ଟି ଯାକ ବ୍ଲକର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଶିକ୍ଷାଗତ, ସିଟି, ବିଇଡି, ଜାତିଗତ ଆଦି ପ୍ରମାଣ ପତ୍ର ଜାଂଚ ଚାଲିଥିଲା, ଏହି ଜାଂଚରେ ପ୍ରାୟ୧୧୪ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ବିଭିନ୍ନ ପ୍ରମାଣ ପତ୍ର ଠିକ ନଥିବା ଓ କେତେଜଣଙ୍କ ନକଲି ଥିବାର ସଂନ୍ଦେହ କରାଯାଇ ସେମାନେ ଦାଖଲ କରିଥିବା ବିଭିନ୍ନ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ସିଟି, ବିଇଡି ସଂସ୍ଥାମାନଙ୍କୁ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷକ ମାନେ ଦାଖଲ କରିଥିବା ସାର୍ଟିଫିକେଟ ନକଲି କି ଅସଲି ଜାଂଚକରିବା ପାଇଁ ଜିଲ୍ଲାଶିକ୍ଷାଅଧିକାରୀ ସଂପୃକ୍ତ ଶିକ୍ଷାଅନୁଷ୍ଟାନ ମାନଙ୍କ ନିକଟକୁ ପଠାଇଥିଲେ। ଇତି ମଧ୍ୟରେ ୫ଜଣଙ୍କ ପ୍ରମାଣ ପତ୍ର ନକଲି ବୋଲି ଜାଂଚରୁ ଜଣାପଡିଥିଲା। ଜିଲ୍ଲାପାଳ ମନିଷଅଗ୍ରଓ୍ୟାଲ ଙ୍କ ନିର୍ଦ୍ଦେ କ୍ରମେ ନକଲି ପ୍ରମାଣ ପତ୍ର ଦେଇ ଚାକିରି କରିଥିବା ୫ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କୁ ଚାକିରିରୁ ବହିଷ୍କାର କରିବାସହିତ ସେମାନଙ୍କ ନାମରେ ଶିକ୍ଷାବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।

ଚାକିରିରୁ ବହିଷ୍କାର ହୋଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ହେଲେ, ମାଲକାନଗିରି ବ୍ଲକ ପୌରପରିଷଦ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶ୍ରୀଧର ସରକାର, ସେ ଗତ୨୦୧୮ ମସିହାରୁ ଚାକିରି କରୁଥିଲେ, ସେ କାନପୁର ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟର ନକଲି ବିଇଡି ପ୍ରମାଣପତ୍ର ଦେଇଥିଲେ, ମାଲକାନଗିରି ବ୍ଲକ ଏମଭି୪୮ ପ୍ରକଳ୍ପ ଉଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସମ୍ବିତ ତ୍ରୀପାଠୀ ଗତ୨୦୧୮ମସିହାରେ ଚାକିରି କରିଥିଲେ, ସେ ଆନ୍ଦ୍ରପ୍ରଦେଶର ଶ୍ରୀଭେଙ୍କଟଶ୍ୱର ବିଶ୍ୱବିଦ୍ୟାଳୟ ର ନକଲି ବିଇଡି ପ୍ରମାଣ ପତ୍ର ଦେଇଥିଲେ।କାଲିମେଳା ବ୍ଲକ ଚିତ୍ରାଙ୍ଗପାଲି ଉଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ରତନ ବିଶ୍ୱାସ ଗତ୨୦୧୮ମସିହାରେ ଚାକିରି କରିଥିଲେ, ସେ ପାଟନା ବିହାର ବିଦ୍ୟାଳୟ ପରିସା ସମିତିର ନକଲି ସିଟି ପ୍ରମାଣପତ୍ର ଦେଇଥିଲେ।କାଲିମେଳା ବ୍ଲକ ଏମପିଭି୮୩ ଉଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମନୋଜ ରାୟ ଗତ୨୦୧୮ମସିହାରେ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ, ସେ ବିହାର ବିଦ୍ୟାଳୟରୁ ନକଲି ସିଟି ପ୍ରମାଣପତ୍ର ଦେଇଥିଲେ। କର୍ଣ୍ଣାଟକ ଧରଓ୍ୟାର୍ଡ ବିଶ୍ୱବିଦ୍ୟାଳୟର ନକଲି ବିଇଡି ପ୍ରମାଣ ପତ୍ର ଦେଇ କୋରକୁଣ୍ଡା ବ୍ଲକ ନିଳାଦ୍ରୀନଗର ଉଚପ୍ରାଥମିକ ବିଦ୍ୟାଳୟରେ ବବିତା ଚୌଧୁରୀ ଶିକ୍ଷୟତ୍ରୀ ଭାବେ ଗତ୨୦୧୫ମସିହାରୁ ଚାକିରି କରିଥିବାର ଜଣାପଡିଛି। ଏହି ୪ଜଣ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀଙ୍କୁ ନକଲି ସାର୍ଟିଫିକେଟ ଦେଇ ଶିକ୍ଷାବିଭାଗକୁ ଠକାଇ ଚାକିରି କରିଥିବା ଅଭିଯୋଗରେ ଚାକିରିରୁ ବହିଷ୍କାର କରିବା ସହିତ ସେମାନଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି, ଅନ୍ୟମାନଙ୍କ ପ୍ରମାଣ ପତ୍ର ଜାଂଚ ଚାଲିଛି ବୋଲି ଜିଲ୍ଲାଶିକ୍ଷାଅଧିକାରୀ ରମେଶଚନ୍ଦ୍ର ସେଠୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.