Home ଜିଲ୍ଲା ପରିକ୍ରମା ମହିଳା ବନରକ୍ଷୀଙ୍କୁ ଯୈାନ ନିର୍ଯ୍ୟାତନା ଦେବା ଅଭିଯୋଗରେ କେନ୍ଦୁଲିଫ ଭାରପ୍ରାପ୍ତ ରେଜଂର ଗିରଫ

ମହିଳା ବନରକ୍ଷୀଙ୍କୁ ଯୈାନ ନିର୍ଯ୍ୟାତନା ଦେବା ଅଭିଯୋଗରେ କେନ୍ଦୁଲିଫ ଭାରପ୍ରାପ୍ତ ରେଜଂର ଗିରଫ

299

ମାଲକାନଗିରି, ୧୫।୧( ଓଡିଆ ପୁଅ )ଜଣେ ମହିଳା ବନରକ୍ଷୀଙ୍କୁ ଯୈାନ ନିର୍ଯ୍ୟାତନା ଦେବା ଅଭିଯୋଗରେ କେନ୍ଦୁଲିଫ ଭାରପ୍ରାପ୍ତ ରେଜଂର ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ମାଲକାନଗିରି କେନ୍ଦୁଲିଫ ରେଜଂ ଅଧିନରେ କାମକରୁଥିବା ଜଣେ ଯୁବତୀ ଜୟପୁର କେନ୍ଦୁଲିଫ ରେଜଂଦାଇତ୍ୱରେ ଭାରପ୍ରାପ୍ତ ରେଜଂର ଭାବେ ଥିବା ବନପାଳ ବିୟଜୟକୁମାର ନାୟକ ଙ୍କ ନାମରେ ଅସଦାଚରଣ କରିବାସହିତ, ଧମକ ଚମକ ଓ ନାନା ପ୍ରକାର ନିର୍ଯ୍ୟାତନା ଦେଇଅସୁଥିବାର ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ। ଶ୍ରୀ ନାୟକ ଯେତେ ବେଳେ ମାଲକାନଗିରି ରେଜଂଅଧିନରେ ବନପାଳଭାବେ କାମକରୁଥିଲେ ସତେବେଳେ ଏହି ମହିଳା ବନରକ୍ଷୀ ଙ୍କୁ ମାନଶିକସ୍ତରରେ ନିର୍ଯ୍ୟାତନା ଦେଉଥିବା ର ଅଭିଯୋଗ ହୋଇଥିବା ବେଳେ ଗତ ତିନିମାସତଳେ ବନପାଳ ଶ୍ରୀ ସାହୁଙ୍କର ଜୟପୁର ରେଂଜକୁ ବଦଳିହୋଇ ଯାଇଥିଲା।

ମହିଳା ବନରକ୍ଷୀ ଙ୍କ ଏତଲା ଅନୁସାରେ ମାଲକାନଗିରି ଏସପି ରିଶିକେଶ ଡି ଖିଲାରୀଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଥାନା ଭାରପ୍ରାପ୍ତ ଅଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ପୁଲିସ ଟିମଗଠନ କରାଯାଇ ଜୟପୁର କେନ୍ଦୁଲିଫ ଅଫିସରେ ପହଁଚି ଅଭିଯୁକ୍ତଙ୍କୁ ଖୋଜା ଖୋଜିକରିଥିଲେ, ଅଭିଯୁକ୍ତ ଶ୍ରୀ ନାୟକ ଜୟପୁର ଅଫିସରୁ କୋରାପୁଟ ପଳାଇଥିବାର ଖବର ପାଇ ପୁଲିସ ଟିମ କୋରାପୁଟ ରୁ ଶ୍ରୀ ନାୟକ ଙ୍କୁ ଗିରଫ କରି ମାଲକାନଗିରି ଥାନକୁ ଆଣି ପଚରା ଉଚରା କରିଥିଲେ। ଏତଲା ଅନୁସାରେ ମାଲନାକିଗିରି ଥାନା କେସ ନମ୍ବର ୧୩/୨୦୨୦, ଭାରତୀୟ ପିଙ୍ଗଳ କୋର୍ଡ ୩୫୪ଏ/୫୦୬ ଦଫାରେ ଅଭିଯୁକ୍ତ ବିଜୟକୁମାର ନାୟକ ଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.