Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାର ସମ୍ମୁଖ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୋଭିଡ ଟିକାକରଣ ଆରମ୍ଭ

ମାଲକାନଗିରି ଜିଲ୍ଲାର ସମ୍ମୁଖ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୋଭିଡ ଟିକାକରଣ ଆରମ୍ଭ

66

ମାଲକାନଗିରି,୮ା୫ (ଓଡିଆ ପୁଅ ) ମହାମାରି କରୋନା ସଂକ୍ରମଣର ଭୟାବହତା ଯୋଗୁ ରାଜ୍ୟରେ ଅନେକ ସ୍ଥାନରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ମୃତ୍ୟୁଘଟି ସାରିଲାଣି,ସ୍ୱାସ୍ଥ୍ୟକର୍ମୀ,ପୁଲିସ,ସରକାରୀ ଅଧିକାରୀ,କର୍ମଚାରି ଙ୍କ ସହିତ ଅନ୍ୟନମାନଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣାକରାଯାଇ ସେମାନଙ୍କୁ ଅଗ୍ରଧିକାର ଭିତିରେ କରୋନା ଟିକା ପ୍ରଦାନ କରାଯାଇଥିବା ବେଳେ ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ପ୍ରତି ଗୁରୁତ୍ୱ ଦିଆଯାଇ ନଥିଲା । ବିଳମ୍ବରେ ହେଉପଛେ ରାଜ୍ୟସରକାର ଏଥିପ୍ରତି ଗରୁତ୍ୱ ଦେଇ କାର୍ଯ୍ୟରତ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିଛନ୍ତି । ରାଜ୍ୟର ସମ୍ମୁଖ ଯୋଦ୍ଧା ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଭିଡ ଟିକାକରଣ ଆରମ୍ଭ ହୋଇଯାଇଛି । ସେଥିରି ବାଦ ପଡିନାହିଁ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲା,ମୁଖ୍ୟମନ୍ତ୍ରୀଙ୍କ ଘୋଷଣାପରେ ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୟେଦୁଲା ବୀଜୟ ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଅପରାହ୍ନରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଜିଲ୍ଲାରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଟିକାପ୍ରଦାନ କରାଯାଇଛି । ନାମପଜିଂକରଣ କରିଥିବା ୧୪୪ଜଣ ସାମ୍ବାଦିକ ମାନଙ୍କ ମଧ୍ୟରୁ ପ୍ରଥମଦିନରେ ୯୩ଜଣ କୋଭିଡ ଟିକାନେଇଛନ୍ତି । ଏହି ଟିକାକରଣ ସମୟରେ ଏଡିଏମଓ ଡାକ୍ତର ଶଶିଭୁଷଣ ମହାପାତ୍ର,ଡାକ୍ତର ସିଦ୍ଧାର୍ଥ ଭୋଳ,ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ସ୍ନଗ୍ଧାରାଣୀ ଚୌଧୁରୀ,ବିରିଷ୍ଠ ସାମ୍ବାଦିକ ରତ୍ନାକରଦାଶ,ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଟିକାକରଣ ସହକାରି ଅଧିକାରୀ ଶିବପ୍ରସାଦ ପ୍ରହରାଜ,ଏମୟୁଜେ ର ସଭାପତି ଦେବପ୍ରସାଦ ଦାଶ,ସ୍ୱାସ୍ଥ୍ୟ ବିଭାଗର ସନ୍ତଷୋକୁମାର ପତି ପ୍ରମୁଖ ସ୍ୱାସ୍ଥବିଭାଗ ଅଧିକାରୀ ମାନେ ଉପସ୍ଥିତ ରହି ନିର୍ଭୟରେ କୋଭିଡ ଟିକା ନେବାପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଉତ୍ସାହିତ କରିଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ଆଗଧଡିର କରୋନା ଯୋଦ୍ଧାଭାବେ ଦିନରାତି କାର୍ଯ୍ୟକରି ଲୋକମାନଙ୍କ ନିକଟରେ ସଠିକ ଖବର ପହଁଚାଇବା ସହିତ କରୋନା ସଚେତନତା କରୁଛନ୍ତି ।ସମସ୍ତ ସାମ୍ବାଦିକ ମାନଙ୍କୁ ପ୍ରାଥମିକତା ଭତିରେ ଟିକାକରଣ କରିବାକୁ ପଡିବ,ଯେଉଁ ମାନେ ଟିକା ନେଇ ନାହଁନ୍ତି ସେମାନେ ନିଜ ନିଜ ନାମପଜିଂକରଣ କରି ନିକଟସ୍ଥ ଟିକାରଣ କେନ୍ଦ୍ର କିମ୍ବା ହସପିଟାଲକୁ ଯାଇ ଟିକା ନିଅନ୍ତୁ ବୋଲି ସିଡିଏମଓ ଡାକ୍ତର ପ୍ରଫୁଲକୁମାର ନନ୍ଦ କହିଛନ୍ତି

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.